ଆମ ଜୀବନରେ ଯାହା ସବୁ ପରିବର୍ତ୍ତନ ହୋଇଥାଏ ତାହା ଆମର କର୍ମ ଫଳ ଅନୁଯାୟୀ ହୋଇଥାଏ । ଆମ କର୍ମ ଫଳ ଭଗବାନଙ୍କ ଦ୍ଵାରା ଦିଆଯାଇଥାଏ । ଯେଉଁ ବ୍ୟକ୍ତି ଭଲ କରମ କରିଥାଏ ଭଲ ଫଳ ଓ ଖରାପ କାମ କରିଥାଏ ଖରାପ ଫଳ ପ୍ରାପ୍ତ କରିଥାଏ । ଏମିତି କିଛି ଅନୁଚିନ୍ତା ବା ନିୟମ ରହିଛି ଯାହାକୁ ପାଳନ କରିଲେ ବ୍ୟକ୍ତି ଜୀବନରେ ଶାନ୍ତି ଓ ସୁଖ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାହା ଆଗାମୀ ଜୀବନରେ ବହୁତ କାମରେ ଆସିବ ।
୧- ଯଦି ମାଙ୍କଡ ଆପଣଙ୍କ ଘର ଉପରେ ବସେ ବା ଛାତ ବା ଅଗଣାରେ ବସେ ତେବେ କୌଣସି କ୍ଷତି ନାହି । ଯଦି ମାଙ୍କଡ ଘର ଭିତରକୁ ପଶିଯାଏ ତେବେ ଅର୍ଥ ହାନି ହେବାର ସୂଚନା ମିଳିଥାଏ । ଏହାର ପ୍ରତିକାର ଯେ କୌଣସି ମଙ୍ଗଳବାର ଦିନ ପୂଜକଙ୍କୁ ହନୁମାନ ଚାଳିଶା ବହି ସହ ଅର୍ଥ ଦାନ କରିବା ଉଚିତ ।
୨- ଉଡି ଯାଇଥିବା ବସ୍ତ୍ର କେବେ ଧାରଣ କରନ୍ତୁ ନାହି ବା ନିଆଁରେ ପଡି ବସ୍ତ୍ର କଣା ହୋଇଥାଏ ତେବେ ତାହା ପିନ୍ଧନ୍ତୁ ନାହି । ନଖ ବା ଦାଢି ସ୍ନାନ ଘରେ କାଟନ୍ତୁ ନାହି । ଏହା ବହୁତ ଅଶୁଭ ହୋଇଥାଏ । ତେଣୁ ବାହାରେ ନଖ ବା ଦାଢି କାଟିବା ଉଚିତ ।
୩- ତମ୍ବା ବାସନ ସବୁବେଳେ ବ୍ୟବହାର କରିଲେ ବହୁତ ଲାଭ ମିଳିଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ଓ ହାତରେ ତମ୍ବା ମୁଦି ଧାରଣ କରିଥିଲେ ମଙ୍ଗଳ ହୋଇଥାଏ ।
୪- ସକାଳୁ ବିଛଣା ଛାଡିବା ପରେ ଏମାନଙ୍କର ମୁଖ ଦର୍ଶନ କରିବା ଅନୁଚିତ । ସେମାନେ ହେଲେ ଚରିତ୍ରହୀନ ସ୍ତ୍ରୀ, ଲଙ୍ଗଳା ହୋଇଥିବା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ, ଭିକାରି । ଏମାନଙ୍କୁ ଦେଖିଲେ ଦିନ ଭଲ ଯାଏ ନାହି । ସକାଳୁ ଉଠିବା ପରେ ଦୁଇ ହାତର ପାପୁଲି ଦର୍ଶନ କରିଲେ ଶୁଭ ହୋଇଥାଏ ।
୫- ପ୍ରତେକ ବ୍ୟକ୍ତି ମନ୍ଦିର ଯାଇଥାନ୍ତି । ମନ୍ଦିର ଯିବା ବହୁତ ଭଲ ହୋଇଥାଏ । କିନ୍ତୁ ଗୋଟିଏ କଥା ହେଉଛି ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ବାହନକୁ ଦର୍ଶନ କରନ୍ତୁ । ଶିବ ମନ୍ଦିର ଗଲେ ବୃଷଭଙ୍କୁକୁ ଦର୍ଶନ, ଜଗନ୍ନାଥ ମନ୍ଦିରକୁ ଗଲେ ଗରୁଡଙ୍କୁ, ଦେବୀ ମନ୍ଦିରକୁ ଗଲେ ସିଂହର ଦର୍ଶନ କିମ୍ବା ଘୋଡା କୁ ପ୍ରଣାମ କରିବା ଉଚିତ ।
ଏହା ପରେ ଘଣ୍ଟି ବାଡେଇବା ପରେ ଗର୍ଭ ଗୃହକୁ ପ୍ରବେଶ କରିବା ଉଚିତ । ଏହା ପରେ ଦେବିଦେବତାଙ୍କ ଦର୍ଶନ କରିବା ଉଚିତ । ଏହା ପରେ ଦର୍ଶନ ସାରିବା ପରେ ମନ୍ଦିର ଭିତରେ କିଛି ସମୟ ବସିବା ଉଚିତ । ଏହା କରିବା ଦ୍ଵାରା ଠାକୁରଙ୍କ ଦର୍ଶନ ର ସିଦ୍ଧି ଲାଭ ହୋଇଥାଏ ।
୬- ସନ୍ଧ୍ୟା ସମୟରେ ଯଦି କେହି ଦହି, ଝାଡୁ ବା ହଳଦୀ ମାଗନ୍ତି ତେବେ ଏହା ଦେବା ଉଚିତ ନୁହେଁ । ଏହା ଦ୍ଵାରା ଘରର ଅମଙ୍ଗଳ ହୋଇଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।