Vastu Tips- ମାଣବସା ଗୁରୁବାର ରାତିରେ ଘରେ କରନ୍ତୁ ଏହି 1 ଖାସ ଉପାୟ, ଘରକୁ ଆସିବେ ସ୍ଵୟଂ ମା’ ଲକ୍ଷ୍ମୀ, ହେଇଯିବେ ମାଲାମାଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ଷର ସବୁ ଗୁରୁବାର ମା ଲକ୍ଷ୍ମୀଙ୍କର ନାମରେ ଜଣା ଶୁଣା ଥିଲେ ମଧ୍ୟ ମାର୍ଗଶିର ମାସର ଗୁରୁବାର ଗୁଡିକର ସ୍ଵତନ୍ତ୍ର ମହତ୍ଵ ରହିଥାଏ । ମାର୍ଗଶିର ମାସରେ ଯେଉଁ ସବୁ ଗୁରୁବାର ପଡିଥାଏ । ସବୁ ଗୁରୁବାର ମା ଲକ୍ଷ୍ମୀଙ୍କର ଅତୀବ ପ୍ରିୟ ବାର ହୋଇଥାଏ । ତେଣୁ ଆଜି ଆପଣ ମାନେ ମାର୍ଗଶିର ମାସର ଗୁରୁବାରରେ ମାଣ ବସାଇବାର ପ୍ରଣାଳୀ ଜାଣିବେ ।

ଏହା ସହିତ ମାର୍ଗଶିର ମାସର ଗୁରୁବାର ରାତିରେ କେଉଁ ଉପାୟ କରିବା ଦ୍ଵାରା ଘରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ରହିଥାଏ । ସେହି ବିଷୟରେ ଆଲୋଚନା କରିବା । ମାର୍ଗଶିର ମାସର ଗୁରୁବାରର ପୂର୍ବ ଦିନ ଠାରୁ ଘରକୁ ଗୋବର ପାଣିରେ ଲିପା ପୋଛା କରି ପରିଷ୍କାର କରିଦେବା ଉଚିତ ।

ଏହା ସହିତ ଅରୁଆ ଚାଉଳ ବାଟି ଘରକୁ ସୁନ୍ଦର ଚିତା ପକାଇ ଘରକୁ ସୁସଜ୍ଜିତ କରି ରଖିଦିଅନ୍ତୁ । ଗୁରୁବାର ଦିନ ପ୍ରାତଃ ସକାଳୁ ଉଠି ସ୍ନାନାଦି କାର୍ଯ୍ୟ ସାରି ଦେଇ ମା’ ଙ୍କର ପୂଜା ପାଇଁ ସବୁ ପ୍ରସ୍ତୁତି ଆରମ୍ଭ କରିଦେବା ଉଚିତ । ଠାକୁର ଘରେ ଝୋଟି ପକାଇ ସେଠି ମା’ ଙ୍କର ବସିବା ପାଇଁ ଏକ ଖଟୁଲି ପକାଇ ସେଥିରେ ୧୬ ଟି ପାଖୁଡା ବିଶିଷ୍ଠ ପଦ୍ମ ଫୁଲ ଆଙ୍କି ଖଟୁଲିରେ ଧାନ ଭର୍ତ୍ତି କରିଦେବା ସହିତ ଧାନ ଉପରେ ରଖିଥିବା ମାଣ ଭିତରେ ମଧ୍ୟ ଧାନ ଭର୍ତ୍ତି କରିବା ଉଚିତ ।

ଯେପରି ବିଧି ବିଧାନ ସହ ମାଣ ଓଷା କରିବା ଦରକାର ସେହିପରି ଅତି ନିଷ୍ଟାର ପୂଜା କରିବା ସହିତ ମା’ ଙ୍କ ପାଖରେ ପ୍ରସାଦ ଲାଗି କରିବେ । ଦିନ ମାନ ମାଣ ଓଷା କାର୍ଯ୍ୟକୁ କରିସାରିଲା ପରେ ସନ୍ଧ୍ୟାରେ ଏକ ବିଶେଷ ଉପାୟ କରନ୍ତୁ । ଗୁରୁବାର ଦିନ ସନ୍ଧ୍ୟା ସମୟରେ ୨ ଟି କଦଳୀ ଆଣନ୍ତୁ । ଧ୍ୟାନ ରଖିବା ଉଚିତ କି କଦଳୀ ପୂଜା ସତେଜ ଓ ଦାଗ ମୁକ୍ତ ହୋଇଥିବା ଉଚିତ ।

ଯଦି ଯୋଡା କଦଳୀ କେଉଁ ଠାରୁ ପାଇଥାନ୍ତି । ତେବେ ମଧ୍ୟ ତାହାକୁ ଆଣିପାରିବେ, କାରଣ ଯୋଡା କଦଳୀ ଲକ୍ଷ୍ମୀ ନାରାୟଣ ବୋଲି କୁହାଯାଇଥାଏ । ସେହି କଦଳୀ ଉପରେ ସିନ୍ଦୁର ଓ ତେଲ ମିଶାଇ ୨ ଟି କଦଳୀ ଉପରେ ସ୍ଵସ୍ତିକର ଚିହ୍ନ ଲଗାଇ ମା’ ପାଖରେ ଥୋଇ ପୂଜା କରନ୍ତୁ । ପୂଜା କରିବା ସମୟରେ ମା’ ଙ୍କ ଆଗରେ ନିଜ ଗୁହାରୀ ଜଣାଇ ନିଜ ପରିବାରର ମଙ୍ଗଳ କାମନା କରନ୍ତୁ ।

ଏହା ସହିତ ଓମ୍ ନମଃ ଭଗବତେ ବସୁଦେବାୟ ନମଃ ୨୧ ଥର ଜପ କରନ୍ତୁ । ରାତିରେ କଦଳୀକୁ ସେହିଠାରେ ରଖିଦିଅନ୍ତୁ । ସକାଳୁ ଉଠି ସ୍ନାନ କରିସାରିଲା ପରେ ଘରର ପୂଜା ସାରି ସେହି ପୂଜା କରିଥିବା କଦଳୀକୁ ଘରର ସମସ୍ତ ସଦସ୍ୟଙ୍କୁ ଖାଇବାକୁ ଦିଅନ୍ତୁ ।

ଏହି ଉପାୟକୁ ଅତି ନିଷ୍ଟାର ସହ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଆଶ୍ରୀବାଦ ନିହାତି ପ୍ରାପ୍ତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *