ମକର ସଂକ୍ରାନ୍ତି ପର୍ବକୁ ଜାନୁଆରୀ ମାସର ୧୪ ତାରିଖ ଦିନ ପୁରା ଭାରତରେ ପାଳନ କରାଯାଏ । ଏହି ଦିନରେ କିଛି ବିଶେଷ ଉପାୟ ମଧ୍ୟ କରାଯାଏ, ଯାହା ଦ୍ଵାରା ଧନ ଓ ସମ୍ପତି ବୁଦ୍ଧି ହୋଇଥାଏ ଓ ଏହା ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ସମସ୍ତ ଉପାୟ ବିଷୟରେ ? ଏହା କରିବା ଦ୍ଵାରା ଘରେ ଧନଧାନ୍ୟର ପୂର୍ଣ ହୋଇଯିବ । ଏହା ସହିତ ଉନ୍ନତି ମଧ୍ୟ ହେବ ଓ ଘରେ ସୁଖ ଶାନ୍ତି ଲାଗି ରହିବ । ଏହା ବିଷୟରେ ଜାଣିଲେ ଆପଣ ଉଚିତ ସମୟରେ ଉଚିତ ଫଳ ପାଇ ପାରିବେ ।
ଆପଣଙ୍କ ଘରେ ମକର ସଙ୍କରାନ୍ତି ଦିନ କଉଡି କେମତି ଖୁସିର ଲହରୀ ନେଇ ଆସିବ ଚାଳନ୍ତୁ ସେହି ବିଷୟରେ ଜାଣିବା । ବନ୍ଧୁଗଣ ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ଘରକୁ ୧୪ଟି ସ୍ବଚ୍ଛ କଉଡି ନେଇ ଆସନ୍ତୁ ଓ ସେହି କଉଡି ଗୁଡିକୁ ଖାଇବା କେଶର ମିଶ୍ରିତ କ୍ଷୀରରେ ରଖି ଦିଅନ୍ତୁ ।
ଏହା ପରେ ଏହି କଉଡିକୁ ଗଙ୍ଗା ଜଳରେ ଶୁଦ୍ଧ କରି ଗୋଟିଏ ପାତ୍ରରେ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ଶୁଦ୍ଧ କରାଯାiଇଥିବା କଉଡି ଗୁଡିକୁ ନେଇ ମାତା ଲକ୍ଷ୍ମୀଙ୍କର ଫଟୋ ପାଖରେ ରଖି ଦିଅନ୍ତୁ । ବର୍ତ୍ତମାନ ମାତା ଲକ୍ଷ୍ମୀଙ୍କ ପାଖରେ ଶୁଦ୍ଧ ଘିଅ ଓ ରାସୀ ତେଲରେ ଦୁଇଟି ଦୀପ ଲଗାନ୍ତୁ । ଏହା ପରେ ମାତା ଲକ୍ଷ୍ମୀଙ୍କ ପାଖରେ ରଖାଯାଇଥିବା ରାସୀ ତେଲର ଦୀପକୁ ବାମ ପଟେ ରଖନ୍ତୁ ଓ ଘିଅ ଦୀପ ଡାହାଣ ପଟେ ରଖନ୍ତୁ ।
ଏହା ପରେ ଦିନ ୧୨ଟା ପରେ ପୂଜା କରିଥିବା କଉଡି ଗୁଡିକୁ ଘରର ଉନ୍ନତି କରିବା ସ୍ଥାନରେ କିମ୍ବା ଶୁଦ୍ଧ ସ୍ଥାନରେ ରଖି ଦିଅନ୍ତୁ । ଯେପରିକି ପର୍ସ, ଆଲମୀରା, ଠାକୁରଙ୍କ ଘରେ, ରୋଷେଇ ଘରେ, ବିଛଣା ତଳେ, କାର୍ଯ୍ୟ କରୁଥିବା ଟେବୁଲ ତଳେ ଇତ୍ୟାଦି ସ୍ଥାନରେ ରଖି ଦିଅନ୍ତୁ । ଏହି କାର୍ଯ୍ୟକୁ ଆପଣ ମକର ସଂକ୍ରାନ୍ତି ଦିନ ନିଶ୍ଚିତ ରୂପରେ କରନ୍ତୁ । ଏହା ପରେ ଦୀପର ସ୍ଥାନରେ ପରିବର୍ତ୍ତନ କରନ୍ତୁ । ଡାହାଣ ପଟ ଦୀପକୁ ବାମ ପଟ ଲଗାଇ ଦିଅନ୍ତୁ ଓ ବାମ ପଟ ଦୀପକୁ ଡାହାଣ ପଟେ ରଖି ଦିଅନ୍ତୁ ।
ତେଲ ଓ ଘିଅ ଯଦି ଶେଷ ହୋଇ ଯାଇଛି ତେବେ ତାହା ଭର୍ତ୍ତି କରି ଦିଅନ୍ତୁ । ଏହା ପରେ ରାସୀ ତେଲର ଦୀପକୁ ସନ୍ଧ୍ୟା ସମୟରେ ଘରର ଅଗଣାରେ ଅଥବା ଦୁଆର ସାମ୍ନାରେ ରଖିଦିଅନ୍ତୁ । ସେହିଭଳି ଘିଅର ଦୀପଟିକୁ ମାତା ବୃନ୍ଦାବତୀଙ୍କ ନିକଟରେ ରଖି ଦିଅନ୍ତୁ । ଏହି ସବୁ ଶୁଭ ଉପାୟ ମକର ସଂକ୍ରାନ୍ତି ଦିନ କରିବା ଦ୍ଵାରା ଘରେ ସୁଖ ଶାନ୍ତି ପାଇ ପାରିବେ । ହେଉ ନ ଥିବା କାର୍ଯ୍ୟ ଆପଣଙ୍କର ପୂର୍ଣା ହେବ । ଏହା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ ।
ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।