Chanakya Niti- ମହିଳା ମାନେ ଏମିତି ଗାଧୋଇଲେ ଘରକୁ ଆସିଥାଏ ବର୍ବାଦୀ ଓ ଦରିଦ୍ରତା, କଣ ଆପଣ ଏମିତି ଭୁଲ କରୁ ନାହାଁନ୍ତି ତ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ହେଉଛନ୍ତି ଦେବୀ ସ୍ଵରୁପା । ଜଣେ ନାରୀ ଚାହିଁଲେ ଘରକୁ ସ୍ଵର୍ଗ କରିପାରେ ଓ ସେହି ନାରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେଇପାରେ । ଆଜି ଆପଣ ମାନେ ଜାଣିବାକୁ ପାଇବେ । ନାରୀ ମାନେ କେଉଁ କଥା ପ୍ରତି ଅଧିକ ଧାନ ଦେବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ମହିଳା ମାନେ ପ୍ରତିଦିନ ଘରକୁ ପରିଷ୍କାର ଓ ପରିଚ୍ଛନ କରିଥାନ୍ତି । ଏହା ଭଲ କଥା ହୋଇଥାଏ ।

ପ୍ରତିଦିନ ଘରକୁ ସଫା କରିସାରିବା ପରେ ମହିଳାଙ୍କୁ ଗାଧୋଇବା ଉଚିତ । କାରଣ ଏପରି କିଛି ମହିଳା ମାନେ ରହିଥାନ୍ତି । ଯେଉଁ ମାନେ ଗାଧୋଇ ସାରି ଘରର ସଫାସୁତର କାର୍ଯ୍ୟରେ ଲାଗି ପଡିଥାନ୍ତି । ତେଣୁ ପ୍ରତିଦିନ ପ୍ରଥମେ ଘର ସଫା କରିସାରିବା ପରେ ଗାଧୋଇବା ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ବୃଦ୍ଧି ହୋଇଥାଏ ।

ଏହା ସହିତ ଉଭୟ ଶରୀର ଓ ମନ ସତେଜ ରହିଥାଏ । ସବୁବେଳେ ଗାଧୋଇ ସାରି ଘରର ରୋଷେଇ ଘରକୁ ପ୍ରବେଶ କରିବା ଉଚିତ । ଏହା ସହିତ ଗାଧୋଇକି ହିଁ ଖାଦ୍ୟ ପ୍ରସ୍ତୁତ କରିବା ଦରକାର । ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କର ପ୍ରସନ୍ନତା ପ୍ରାପ୍ତ ହୋଇବା ସହ ଖାଦ୍ୟର ପୌଷ୍ଟିକତା ଅଧିକ ବଢିଥାଏ । ନଗାଧୋଇ ରୋଷେଇ ଘରକୁ ଯିବାକୁ ବାରଣ ରହିଥାଏ ।

ସର୍ବଦା ରୋଷେଇ ସାରିବା ପରେ ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ନିଜର ଇଷ୍ଟ ତଥା ଭଗବାନଙ୍କୁ ଖାଦ୍ୟ ଅର୍ପଣ କରି ଖାଇବା ଉଚିତ । ଏପରି କରିବା ଦ୍ଵାରା ସମସ୍ତ ଦେବାଦେବୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି । ଏଥିପ୍ରତି ମହିଳା ମାନଙ୍କୁ ସଚେତନ ହୋଇବା ଆବଶ୍ୟକ । ଖାଇବା ପୂର୍ବରୁ ଗାଈ, କୁକୁର ଭଳି ପ୍ରାଣୀଙ୍କୁ କିଛି ଖାଇବାକୁ ଦେଇ ପରିବାର ସଦସ୍ୟ ଭୋଜନ କରିବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ ।

ମହିଳା ମାନେ ସୂର୍ଯ୍ୟ ଅସ୍ତ ହୋଇସାରିବା ପରେ ପାନିଆ ଛୁଇଁବା ଉଚିତ । ବହୁତ ମହିଳା ଏପରି ଯେ କୌଣସି ଜାଗାକୁ ଯିବାର ଥିଲେ ରାତିରେ କେଶ କୁଣ୍ଡାଇଥାନ୍ତି । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି । ତେଣୁ ମହିଳା ମାନଙ୍କର ରାତିରେ କେଶ କୁଣ୍ଡାଇବା ବର୍ଜିତ ରହିଥାଏ ।

ଘରର ମହିଳାକୁ ସବୁବେଳେ ଶାନ୍ତ, ଧୀର ସ୍ଵଭାବର ହୋଇ ରହିବା ଉଚିତ । କଥା କଥାରେ ରାଗିକି ଚିଡିଚିଡି ହୋଇବା ସହ କଳି ଝଗଡା କରିବା ଉଚିତ ନୁହେଁ । ଏହା ଘରେ ଅଶାନ୍ତିକୁ ବଢାଇ ଦେଇଥାଏ । ଘରର ଆଲମାରୀର ମୁହଁ ଉତ୍ତର ଦିଗକୁ ଖୋଲିବା ଶୁଭ ହୋଇଥାଏ । ଏହା ସହିତ ଆଲମାରୀରେ ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *