ନନ୍ଦୀଙ୍କ କାନରେ କାହିଁକି କୁହାଯାଏ ନିଜର ମନୋକାମନା ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ, ମହାଦେବ ସବୁକିଛି ଅଟନ୍ତି । ଏହି ସଂସାରରେ ଶିବ ହିଁ ଆଦି ଅଟନ୍ତି, ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି । ଏବଂ ଯେତେବେଳେ ଆମ୍ଭେ ମହାଦେବ ଙ୍କ କଥା ହୋଇଥାଉ ତେବେ ପ୍ରଭୁଙ୍କ ସହିତ ଜଡିତ ହୋଇ ରହିଥିବା ନନ୍ଦୀ କୁ ଆମ୍ଭେ କିଭଳି ଭୁଲିପାରିବା ? ଯେଉଁଠାରେ ମଧ୍ୟ ଭଗବାନ ଶିବ ଙ୍କର ପୂଜା ହୋଇଥାଏ ସେଠାରେ ଭଗବାନ ନନ୍ଦୀ ଙ୍କୁ ମଧ୍ୟ ମନେ ପକାଇଥାନ୍ତି । ମନ୍ଦିର ମାନଙ୍କରେ ଦେଖିବାକୁ ମିଳିଥାଏ ଯେ ଭଗବାନ ଶିବ ଙ୍କ ମନ୍ଦିର ପାଖରେ ହିଁ ତାଙ୍କ ବାହାନ ନନ୍ଦୀ ର ସ୍ଥାପନା ହୋଇଥାଏ ।

ଯେଉଁ ପ୍ରକାରେ ଭଗବାନ ଶିବ ଙ୍କର ଦର୍ଶନ ଏବଂ ପୂଜନର ମହତ୍ଵ ରହିଥାଏ ଠିକ ସେହି ପ୍ରକାରରେ ନନ୍ଦୀ ର ଦର୍ଶନ ମଧ୍ୟ କରାଯାଇଥାଏ । ନନ୍ଦୀ ଭଗବାନ ଶିବ ଙ୍କର ବାହାନ ହିଁ ନୁହନ୍ତି ସେ ତାଙ୍କର ପରମ ଭକ୍ତ ମଧ୍ୟ ଅଟନ୍ତି । ମାନ୍ୟତା ରହିଛି ଯଦି ମନୁଷ୍ୟ ନିଜର ମନୋକାମନା କୁ ନନ୍ଦୀ ଙ୍କ କାନରେ କୁହନ୍ତି ତେବେ ସେ ଭଗବାନ ଶିବଙ୍କ ପାଖକୁ ନିଶ୍ଚିତ ଭାବରେ ପହଞ୍ଚାଇଥାନ୍ତି ।

ଆପଣ ମାନେ ନିଶ୍ଚିତ ଭାବରେ ଦେଖିଛନ୍ତି ଯେ ନନ୍ଦୀ ମନ୍ଦିର ବାହାରେ ବିରାଜମାନ ରହିଥାନ୍ତି । ଏଭଳି କୁହାଯାଇଅଛି ଯେ ନନ୍ଦୀ ଏଥି ନିମନ୍ତେ ବିରାଜମାନ ହୋଇଥାନ୍ତି କି ଭକ୍ତ ଭଗବାନ ଙ୍କ ନିକଟକୁ ସହଜରେ ନିଜ ମନର ବାର୍ତ୍ତା ପହଞ୍ଚାଇ ପାରନ୍ତୁ । ଭଗବାନ ଶିବ ନନ୍ଦୀ ଙ୍କୁ ଏହି ବରଦାନ ଦେଇଥିଲେ ଯେ ଯେଉଁ ବ୍ୟକ୍ତି ତୁମ୍ଭ କାନରେ ଆସି ନିଜ ମନ କଥା କହିବ ସେହି ବ୍ୟକ୍ତି ର ସମସ୍ତ ଇଛା ନିଶ୍ଚିତ ଭାବରେ ପୂରଣ ହେବ । ନନ୍ଦୀ ଙ୍କ ବାପା ଭୋଳାନାଥ ଙ୍କ ତପସ୍ୟା କରିଥିଲେ ।

ତାଙ୍କର ଇଛା ଥିଲା ପୁତ୍ର ସନ୍ତାନ ନିମନ୍ତେ । ଭଗବାନ ଶିବ ତାଙ୍କ କଠୋର ତପସ୍ୟା ରେ ପ୍ରଭାବିତ ହୋଇ ତାଙ୍କୁ ପୁତ୍ର ସନ୍ତାନ ପାଇଁ ବରଦାନ ଦେଲେ । ମାତ୍ର ବରଦାନ ରେ ସେ ବଳଦ ଭଳି ପୁତ୍ର ର କାମନା କଲେ । କିଛି ସମୟ ପରେ ତାଙ୍କୁ ଗୋଟିଏ ବାଳକ ମିଳିଲା ଯାହାର ସେ ନାମ ନନ୍ଦୀ ରଖିଦେଲେ । ନନ୍ଦୀ ଙ୍କୁ ଯେତେବେଳେ ନିଜ ଅଳ୍ପାୟୁ ର ସନ୍ଧାନ ମିଳିଲା ସେ ମହାଦେବ ଙ୍କ ଆରାଧନା କରିବାକୁ ଲାଗିଲା ।

ଏହାପରେ ଭଗବାନ ଶିବ ତାଙ୍କ ତପସ୍ୟା ରେ ସନ୍ତୁଷ୍ଟ ହୋଇ କହିଲେ ନନ୍ଦୀ ତୁମ୍ଭେ ମୃ-ତ୍ୟୁ ଏବଂ ଭୟ ରୁ ସବୁଦିନ ଲାଗି ମୁକ୍ତି ଅଛ । ଏହାପରେ ନନ୍ଦୀ ସର୍ବଦା ଭଗବାନ ଶିବ ଙ୍କର ନିରନ୍ତର ସେବା କରିବାକୁ ଲାଗିଲେ । ଏହାଦେଖି ଭଗବାନ ଶିବ ତାଙ୍କୁ ବରଦାନ ଦେଲେ ଯେ ତୁମ୍ଭ ଆଗରେ ପ୍ରଥମେ ଯିଏ ଯେଉଁ କଥା କହିବ ତାହା ସିଧା ସଳଖ ମୋ ପାଖକୁ ଆସିବ । ଏହା କହିବା ପରେ ଭଗବାନ ଶିବ ନନ୍ଦୀ ଙ୍କର ଅଭିଷେକ କରାଇଲେ । ଏହିଭଳି ଭାବରେ ନନ୍ଦୀ ହେଲେ ନନ୍ଦେଶ୍ଵର ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *