Health Tips- ଲାଉ ଜୁସରେ ଭରି ରହିଛି ଅନେକ ସ୍ଵାସ୍ଥ ଉପକାରୀ ଗୁଣ ! ଆପଣ ବି ଜାଣି ରଖନ୍ତୁ… ଲାଉରେ ଥିବା ୬ ଟି ସୁପର ଫାଇଦା !                                                   

ନମସ୍କାର ବନ୍ଧୁଗଣ , ଶରୀର ପାଇଁ ପନିପରିବା , ଭାତ ଯେତେ ଉପକାରୀ ହୋଇଥାଏ । ଜୁସ ପିଇବା ମଧ୍ୟ ଉପକାରୀ  ଅଟେ ମାତ୍ର ସୁଗାର , ଡାଇବେଟିସ ଥିବା ଲୋକମାନଙ୍କୁ ଜୁସ ଅଧିକ ମାତ୍ରା ରେ ପିଇବା ଅନୁଚିତ୍ ହୋଇଥାଏ । ମାତ୍ର ଡାକ୍ତର ସାଲିମ ଜେଦୀଙ୍କ ମତରେ  ଆପଣ ଲାଉ ର ଜୁସ କୁ ପିଇପାରିବେ ଏବଂ ଲାଉ ଜୁସ କୁ ପିଇବା ଦ୍ଵାରା ଆପଣ 6 ଟି ଫାଇଦା ପାଇଥାଉ । ଲାଉ ରସ କୁ ପିଇବା ଆମ ଶରୀର ପାଇଁ ବହୁତ ଲାଭକରି ହୋଇଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର 6 ଗୋଟିଏ  ଉପକାରିତା ସମ୍ବନ୍ଧରେ କହିବୁ । 1 – ଲାଉ ଜୁସ କୁ ପିଇବା ଆପଣଙ୍କ ହୃଦୟ ପାଇ ବହୁତ ଉପକାରୀ ହୁଏ ଏହା ଆପଣଙ୍କ କୋଲଷ୍ଟ୍ରୋଲ ଠିକ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆପଣଙ୍କ ଉଚ୍ଚ ରକ୍ତଚାପ କୁ ନିୟନ୍ତ୍ରଣ ରଖିଥାଏ । ଲାଉ ରେ ସୋଡିୟମ ର ମାତ୍ର କମ୍ ରହିଥାଏ ଯାହା ଆପଣଙ୍କ ପରିସ୍ରା ର ମାତ୍ରା କୁ ବୃଦ୍ଧି କରିଥାଏ । ଏହା ଶରୀରରେ ରକ୍ତ ସଞ୍ଚରଣ ସଠିକ ରଖି ଥାଏ ।

2 – ଡାଇବେଟିଶ ବ୍ୟକ୍ତିମାନଙ୍କ ପାଇଁ  ଲାଉ ଜୁସ ବହୁତ ଉପକାରୀ ଅଟେ । କାରଣ ଲାଉ ଜୁସ ରେ ଚିନି ର ମାତ୍ରା ବହୁତ କମ୍ ରହେ  ଏବଂ ଫାଇବାର ର ମାତ୍ରା ଅଧିକ ରହିଥାଏ , ତେଣୁ ଡାଇବେଟିସ ରୋଗୀମାନଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ  ।  3- ଲାଉ ର ଜୁସ କୁ ଅଧିକାଂଶ ଲୋକମାନେ ଓଜନ କମେଇବା ପାଇଁ ବ୍ୟବହାର କରିଥାନ୍ତି । କାରଣ ଏହା ଏକ ଏମିତି ଜୁସ ଅଟେ ଯେଉଥିରେ କି ପ୍ଯାଇବାର ର ମାତ୍ରା ଅଧିକ ରହିଥାଏ ଏବଂ କ୍ୟାଲୋରିସ କମ୍ ରହିଥାଏ ।

ଫାଇବାର ରହିବା ଦ୍ଵାରା ଆମ କୁ ଭୋକ ଲାଗିନଥାଏ । ଏହି ଜୁସ କୁ ସେବନ କରିବା ଦ୍ଵାରା ଆପଣଙ୍କ ଓଜନ କମିଥାଏ ।  4- ଏସିଡିଟି ଥିବା ବ୍ୟକ୍ତିଙ୍କ ଲାଉ ଜୁସ ବହୁତ ଫାଇଦା କରିଥାଏ । ପେଟ ରେ ଅଳସର ଥିବା ବ୍ୟକ୍ତି ଏହି ଜୁସ କୁ ସେବନ କରିବା ଦ୍ଵାରା ଖାଦ୍ୟ ହଜମ ହୋଇଥାଏ , ଏସିଡିଟି କୁ ବଢିବାକୁ ଦେଇନଥାଏ ।

5 – ଗରମ ଦିନମାନଙ୍କ ରେ ଲାଉ ଜୁସ ଆପଣଙ୍କ ଶରୀର କୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ ପରିସ୍ରା ରେ ଇନଫେକ୍ଶନ ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ ।   ଲାଉ ରେ 90 % ପାଣି ରହିଥାଏ ଏବଂ ଏହା ଛଡା ମିନେରାଲ ଅଧିକ ରହିଥାଏ ଶରୀରରକୁ ଥଣ୍ଡା ରଖିଥାଏ । 6 – ଲାଉ ଜୁସ ଆମ ଶରୀରରୁ ଚିନ୍ତା (stress) କୁ ଦୁତ କରିବାରେ ସାହାଯ୍ୟ କରେ ।

ଲାଉ ରେ କୋଲିନ ନାମ ପଦାର୍ଥ ରହିଥାଏ ଯାହା ଆମ ମସ୍ତିସ୍କ କୁ ଦ୍ରୁତ ଗତିରେ କାମ କରେଇଥାଏ । ତେଣୁ ଆପଣଙ୍କୁ ଲାଉ ଜୁସ ର ସେବନ ନିଶ୍ଚିତ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *