ଆଜି ପବିତ୍ର କୁମାର ପୂର୍ଣ୍ଣିମା ! ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି 1 ଜିନିଷ, ବଢିଥାଏ ଧନ ସମ୍ପତ୍ତି

ନମସ୍କାର ବନ୍ଧୁଗଣ । ଆପଣ ସମସ୍ତ ଙ୍କୁ ଆମ ପରିବାର ତରଫ ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ର ହାର୍ଦିକ ଅଭିନନ୍ଦନ । ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଏହି ପବିତ୍ର ଦିନର ଅନେକ ମହତ୍ତ୍ଵ ରହିଅଛି । ଏହି ଦିନ ସମୁଦ୍ର ମନ୍ଥନ ରୁ ମାତା ଲକ୍ଷ୍ମୀ ଚନ୍ଦ୍ରମା ଙ୍କ ସହ ପ୍ରକଟ ହୋଇଥିଲେ । ଏହି ଦିନ ଚନ୍ଦ୍ରମା ୧୬ କଳା ରେ ପରିପୂର୍ଣ୍ଣ ହୋଇ ରହିଥାନ୍ତି । ଏହି ଦିନ ଠାରୁ ପବିତ୍ର କାର୍ତ୍ତିକ ମାସ ମଧ୍ୟ ଆରମ୍ଭ ହୋଇଥାଏ ।

ଏହି ପବିତ୍ର ଦିନରେ ମାତା ଲକ୍ଷ୍ମୀ ଚନ୍ଦ୍ରମା ଙ୍କ ସହ ବାହାରିଥିବାରୁ ଯେଉଁ ମଣିଷ ଏହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା ତାର ଘରେ କରିଥାଏ, ତାହା ଉପରେ ମା ଲକ୍ଷ୍ମୀ ଙ୍କର ବିଶେଷ କୃପା ସବୁବେଳେ ରହିଥାଏ । ଏହି ଦିନ ମା ଲକ୍ଷ୍ମୀ ପ୍ରତ୍ଯେକ ପୃଥିବୀ ବାସୀ ଙ୍କ ଘରକୁ ଯାଇଥାନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀ ଙ୍କର ଏହି ଦିନ ପୂଜା କରିଥାଏ ମା ଲକ୍ଷ୍ମୀ ସେହି ଠାରେ ହିଁ ଚିରକାଳ ପାଇଁ ରହି ଯାଇଥାନ୍ତି । ଏହି ଦିନ ପୂର୍ବ ରୁ ନିଜ ଘରକୁ ସଫା କରିଦେବା ଉଚିତ ।

କାରଣ ମା ଲକ୍ଷ୍ମୀ କେବେ ମଧ୍ୟ ଅପରିଷ୍କାର ସ୍ଥାନରେ ରହିବାକୁ ପସନ୍ଦ କରି ନ ଥାନ୍ତି । ଶାସ୍ତ୍ର ଅନୁସାରେ ଏହି ଦିନ କ୍ଷିରୀ ପ୍ରସ୍ତୁତ କରିବାର ମଧ୍ୟ ପ୍ରଥା ଅଛି । ଏହି ଦିନ ଘରେ କ୍ଷିରୀ ପ୍ରସ୍ତୁତ କରି ତାହାକୁ ରାତିରେ ମାତା ଲକ୍ଷ୍ମୀ ଙ୍କ ନିକଟ ରେ ଭୋଗ ଲଗାଇ, ଚନ୍ଦ୍ରମା ଙ୍କର ଶୀତଳ କିରଣ ତଳେ ରାତି ସାରା ରଖିଦେବା ଉଚିତ କାରଣ ଏହି ଦିନ ଚନ୍ଦ୍ରମା ୧୬ କଳା ରେ ପରିପୂର୍ଣ୍ଣ ହୋଇ ରହିଥାନ୍ତି ।

ଚନ୍ଦ୍ରମା ଙ୍କର କିରଣ ତଳେ ରଖିବା ଦ୍ଵାରା କ୍ଷିରୀ ରେ ଅମୃତ ମୟୀ ତଥା ଔଷଧୀୟ ଗୁଣ ସବୁ ମିଶ୍ରିତ ହୋଇ ଯାଇଥାଏ । ଏହା ପରେ ପୂର୍ଣ୍ଣିମା ପର ଦିନ ସକାଳେ ଖାଲି ପେଟ ରେ ଏହି କ୍ଷିରୀ କୁ ଘରେ ସମସ୍ତ ପରିବାର ଲୋକ ଙ୍କ ଠାରେ ବିତରଣ କରି ଦେବା ଉଚିତ । ଚନ୍ଦ୍ରମା ଙ୍କର କିରଣ ତଳେ ରହି ଏହି କ୍ଷିରୀ ରେ ଏପରି ଗୁଣ ମିଶ୍ରିତ ହୋଇ ଯାଇଥାଏ କି, ଯଦି କେହି ରୋଗୀ ବ୍ୟକ୍ତି ମଧ୍ୟ ଏହି କ୍ଷିରୀ କୁ ସେବନ କରିଥାଏ ତେବେ ସେ ମଧ୍ୟ ସମସ୍ତ ପ୍ରକାରର ରୋଗ ରୁ ମୁକ୍ତ ହୋଇ ଯାଇଥାଏ ।

ଏହି ଦିନ ରାତ୍ରି ଜାଗରଣ କରିବାର ମଧ୍ୟ ଅନେକ ମହତ୍ଵତା ରହିଅଛି । ଯେ ବ୍ୟକ୍ତି ଏହି ଦିନ ରାତ୍ରି ଜାଗରଣ କରିଥାଏ, ସେ ବ୍ୟକ୍ତି ଜୀବନରୁ ଦରିଦ୍ରତା ସବୁଦିନ ପାଇଁ ଦୂର ହୋଇଯାଏ । ତାହାଛଡା ଏହି ଦିନ ରାତିରେ ଘରର ର କବାଟ ମଧ୍ୟ ବନ୍ଦ କରିବା ଉଚିତ ହୋଇ ନଥାଏ । ଏହି ଦିନ ସନ୍ଧ୍ୟା ସମୟରେ ଏକ ଧଳା ସୂତା  ନେଇ ସେଥିରେ ହଳଦୀ ଲଗାଇ ୧୬ ଟି ଗଣ୍ଠି ପକାଇ ଦିଅନ୍ତୁ ।

ଏହା ପରେ ଏହି ସୂତା ଟିକୁ ନିଜ ଘରର ତୁଲସୀ ଗଛରେ ବାନ୍ଧି ଦିଅନ୍ତୁ । ବନ୍ଧୁଗଣ ଏପରି କରିବା ଦ୍ଵାରା ଆପଣଙ୍କ ଘର ପରିବାର ରେ କେବେ ଧନ ସମ୍ପତ୍ତି ର ଅଭାବ ଦେଖା ଦେବ ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *