କୁକୁର ଦେଇଥାଏ ଏହି ୧୦ ଟି ଶୁଭ ସଂକେତ ! କୁକୁର ଦ୍ଵାରା ଜାଣନ୍ତୁ, ହେବାକୁ ଯାଉଥିବା ଶୁଭ ଓ ଅଶୁଭ କାର୍ଯ୍ୟର ସୂଚନା !

ନମସ୍କାର ବନ୍ଧୁଗଣ, କୁକୁରକୁ କିଛି ଲୋକ ବହୁତ ହୀନ ଏବଂ ନିଚ୍ଚ ଜୀବ ବୋଲି ଭାବିଥାନ୍ତି । ତେଣୁ ତାଙ୍କୁ ଯେଉଁଠାରେ ଦେଖନ୍ତି ଲୋକ ଘଉଡାଇ ଦେଇଥାନ୍ତି ତାଙ୍କ ଉପରକୁ ତ କିଛି ଲୋକ ଗରମ ପାଣି ମଧ୍ୟ ଛାଟି ଦେଇଥାନ୍ତି ଆଉ ଥରେ ଘରକୁ ନ ଆସିବା ପାଇଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯେଉଁ କୁକୁରକୁ ଅପବିତ୍ର ବୋଲି ମାନୁଚନ୍ତି ସେହି କୁକୁର ଆପଣଙ୍କ ସହ କିଛି ଖରାପ ଘଟିବା ପୂର୍ବରୁ ଦେଇଥାଏ ସଙ୍କେତ । ଏବଂ କୁକୁରକୁ ଖୁଆଇବା ଦ୍ଵାରା ଭାଗ୍ୟ ବଳବାନ ହୋଇଥାଏ ଆପଣଙ୍କର । ତେବେ ଆସନ୍ତୁ ଜାଣିବା କୁକୁର ଠାରୁ ମିଳୁଥିବା ସେହି ସମସ୍ତ ସଙ୍କେତ ସମ୍ପର୍କରେ ।

1- ଯଦି ଆପଣ କୁକୁରକୁ ଖାଇବାକୁ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଅର୍ଥାତ ଆପଣଙ୍କ ଉପରେ ଯେଉଁ ବିପଦ ଆସିବାର ଥାଏ ତାହା ଟଳି ଯାଇଥାଏ । ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ । 2- ଆପଣ କୌଣସି କାର୍ଯ୍ୟରେ ବାହାରକୁ ଯାଉଥିବା ସମୟରେ ଯଦି କୁକୁର ଜୋରେ ଭୁକିଥାଏ ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ବାହାରିଥିବା ଯାତ୍ରାରେ କିଛି ସଙ୍କଟ ଆସିପାରେ ।

ତେଣୁ ଆପଣ କୁକୁର ଦ୍ଵାରା ମୁଳୁଥିବା ସଙ୍କେତ ପାଇଁ କିଛି ସମୟ ବିଳମ୍ବ କରି ଯାତ୍ରା ଆରମ୍ଭ କାରିବା ଉଚିତ । 3- ଯଦି କୁକୁର ଆପଣଙ୍କୁ ଦେଖିବା ମାତ୍ରେ ତାର ଲାଞ୍ଜ ହଲାଇବାକୁ ଲାଗିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଅଧିକ ଶୁଭ ହୋଇଥାଏ । ତେଣୁ ଆପଣ କୁକୁରକୁ ଖାଇବାକୁ ଦିଅନ୍ତୁ ଯାହାଦ୍ୱାରା କି ସେ ଆପଣଙ୍କୁ ଦେଖିବା ମାତ୍ରେ ତାର ଲାଞ୍ଜ ହଲାଇବ ।

4- ଯଦି ଆପଣ ସକାଳୁ ଉଠିବା ପରେ କୁକୁରକୁ ତା ନିଜ ଶରୀର କୁଣ୍ଡାଇବାର ଦେଖନ୍ତି ତେବେ ଏହା ଆପଣଙ୍କର ଧନ ପ୍ରାପ୍ତି ହେବାର ଶୁଭ ସଙ୍କେତ ଦେଇଥାଏ । 5- ଯଦି ଆପଣ କୁକୁରକୁ ରୁଟି ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଉପରେ ଶତ୍ରୁ ମାନେ ଭାରି ହୋଇପାରିବେ ନାହିଁ । ଏବଂ ଆପଣଙ୍କ ଜୀବନରେ ଥିବା ସମସ୍ତ ଶତ୍ରୁଙ୍କର ନାଶ ହୋଇଥାଏ ।

6- ଯଦି ଆପଣ କୌଣସି ଯାତ୍ରାରେ ଯାଉଥିବା ସମୟରେ କୁକୁର ମୁହଁରେ ହାଡ ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ କାର୍ଯ୍ୟ ପୁରା ହୋଇଯିବ । କିନ୍ତୁ ଯଦି କୁକୁର ଆପଣକ ଘରେ ଆଣି ହାଡ ପକାଇବ ତେବେ ଏହା ଅଶୁଭ ଅଟେ । 7- ଯଦି କୁକୁର ଆପଣଙ୍କ ଘରେ ଛୁଆ ଜନ୍ମ କରେ ତେବେ ଏହାର ଅର୍ଥ ସେହି ସ୍ଥାନରେ ବହୁତ ଅଧିକ ଶୁଭ ପ୍ରଭାବ ରହିଛି । ଏହାଦ୍ୱାରା ଆପଣଙ୍କ ଘରେ ସୁଖ ସୁବିଧା ମାନ ଉପଲବ୍ଧ ହୋଇଥାଏ ।

8- ଯଦି କୁକୁର ମାନେ ସକାଳୁ ସକାଳୁ ଲଢେଇ ହେବାର ଦେଖନ୍ତି ତେବେ ଏହା ଶୁଭ ନୁହେଁ ବରଂ ଅଶୁଭ ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *