ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସଂସାରରେ ଜୀବନ କାଟିବାର ଦୁଇଟି ମାର୍ଗ ରହିଛି । ପ୍ରଥମଟି ହେଉଛି ଜ୍ଞାନର ମାର୍ଗ ଓ ଦ୍ଵିତୀୟଟି ହେଉଛି ସାଂସାରିକ ଲୋଭ । ପ୍ରତ୍ଯେକ ବ୍ୟକ୍ତି ନିଜ ମନର ଦାସ ଅଟେ । ଆମ ମନ ଆମକୁ ଯେପ୍ରକାର ମାର୍ଗ ଦେଖାଏ ଆମେ ସେହି ମାର୍ଗରେ ଚାଲୁ ।
ଅନେକ ଲୋକ ନିଜ ଜୀବନ, ଧନଧାନ୍ୟ ଓ ମିତ୍ର ଆଦିରେ ସନ୍ତୁଷ୍ଟ ରୁହନ୍ତି ନାହିଁ । ଏପରି ଲୋକ ଜେବନରେ ସର୍ବଦା ଦୁଃଖ ଓ ନିରାଶ ଘେରି ରୁହେ । ଯୌନ ସବୁରୁ ମୁକ୍ତି ପାଇବାର ଏକମାତ୍ର ମାର୍ଗ ହେଉଛନ୍ତି ଶ୍ରୀକୃଷ୍ଣ । ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣ କହିଥିବା କିଛି ଏପରି କଥା ମାନେ ପକାଇ ଦେବୁ ଯାହା ଆପଣଙ୍କ ଦୁଃଖ ଦୂର କରିଦେବ । ଶ୍ରୀକୃଷ୍ଣ କୁହନ୍ତି ଆପଣ ସବୁବେଳେ ଅନ୍ୟ ବିଷୟରେ ଭାବିବା ଛାଡି ନିଜ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି ତାହା କିପରି ଆହୁରି ଭଲ ଭାବେ କରି ପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।
ଲୋଭ, କ୍ରୋଧ ଓ କାମ ଏହି ତିନୋଟି ହେଉଛନ୍ତି ନର୍କକୁ ଯିବାର ରାସ୍ତା । ଏହି ସବୁରୁ ଦୂରରେ ରୁହନ୍ତୁ । କାର୍ଯ୍ୟ କରି ଚାଲ ମାତ୍ର ଫଳର ଇଚ୍ଛା ରକ୍ଷା ନାହିଁ । କାରଣ କର୍ମ ସବୁବେଳେ ଉତ୍ତମ ଫଳ ହିଁ ଦେଇଥାଏ । ଆପଣ କେବେ ମଧ୍ୟ ନିଜ ଅତୀତକୁ ସଜାଡି ପାରିବେ ନାହିଁ କି ଭବିଷ୍ୟତ ମଧ୍ୟ ଦେଖି ପାରିବେ ନାହିଁ । ସେଥିପାଇଁ କଣ ହୋଇଥିଲା, କାହିଁକି ଓ କିପରି ହୋଇଥିଲା, କଣ ହେବ ଏ ସବୁ କେବେ ମଧ୍ୟ ଚିନ୍ତା କରି ନିଜ ସମୟ ନଷ୍ଟ କରନ୍ତୁ ନାହିଁ । ବରଂ ବର୍ତ୍ତମାନରେ ହିଁ ଧ୍ୟାନ ଦିଅନ୍ତୁ ।
ଆପଣଙ୍କ ଜୀବନରେ ବର୍ତ୍ତମାନ ଯାହା ଘଟୁଛି ତାହା ମଧ୍ୟ ଆପଣ ବଦଳି ପାରିବେ ନାହିଁ । ସେଥିପାଇଁ ଆପଣ ଚିନ୍ତା ନା କରି କେବଳ କର୍ମ କରି ଚାଲନ୍ତୁ । କୌଣସି ବିଷୟ ପାଇଁ ଜୀବନରେ କେବେ ଭୟଭୀତ ହୁଅନ୍ତୁ ନାହିଁ । ଯାହା ହେବ ତାହା ନିଶ୍ଚୟ ଆପଣଙ୍କ ମଙ୍ଗଳ ପାଇଁ ହିଁ ହେବ । ମଣିଷ ନିଜ ବିଶ୍ବାସରେ ନିଜକୁ ଗଢେ । ବିଶ୍ବାସ ଦ୍ଵାରା ହିଁ ମନୁଷ୍ୟ ସମସ୍ତ ବିଷୟ କରି ପାରେ । ସେଥିପାଇଁ ବିଶ୍ବାସ କେବେ ମଧ୍ୟ ତ୍ୟାଗ କରନ୍ତୁ ନାହିଁ ।
କ୍ରୋଧ ସମସ୍ତ ସମସ୍ଯାର ଜଡ ଅଟେ । ମନ ସର୍ବଦା ଈର୍ଷା ଓ ଚିନ୍ତାରେ ପରିପୂର୍ଣ୍ଣ ରୁହେ । ଆପଣ ନିଜ କ୍ରୋଧକୁ କାବୁରେ ରଖି ପାରିଲେ ହିଁ ଜୀବନରେ ଶାନ୍ତି ପାଇ ପାରିବେ । ସବୁବେଳେ ସେହି କାର୍ଯ୍ୟ କରନ୍ତୁ ଯାହା ଦ୍ଵାରା ଆପଣଙ୍କୁ ସନ୍ତୁଷ୍ଟତା ପ୍ରାପ୍ତ ହେବ । ନିଜ କାର୍ଯ୍ୟ ପ୍ରତି ସର୍ବଦା ବିଶ୍ଵସ୍ତ ରୁହନ୍ତୁ ଓ କେବେ ମଧ୍ୟ ଅନ୍ୟ ପାଖେ ନିଜ ଖୁସି ଖୋଜନ୍ତୁ ନାହିଁ ।
ସର୍ବଦା ସତ୍ୟ କୁହନ୍ତୁ ଓ ସତ୍ୟ ପଥରେ ଚାଲନ୍ତୁ । ଏହ ଦ୍ଵାରା ଅନେକ ସମୟରେ ଆପଣଙ୍କ ଭଲ ହୋଇ ନ ପାରେ , ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ । ଭଗବାନ ସବୁ ଦେଖନ୍ତି ସେ ନିଶ୍ଚୟ ବହୁତ ଶୀଘ୍ର ଆପଣଙ୍କୁ ପ୍ରତିଫଳ ଦେବ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।