ସବୁବେଳେ ଯେକୌଣସି ପର୍ବପର୍ବାଣି ନିକଟ ହୋଇ ଆସିଲେ ଭିନ୍ନ ଭିନ୍ନ ଲୋକମାନେ ଘର ପାଖେ ଦକ୍ଷିଣା ମାଗିବାକୁ ଆସନ୍ତି । ସେମାନଙ୍କୁ ମଧ୍ୟରୁ କିନ୍ନରମାନେ ମଧ୍ୟ ପର୍ବପର୍ବାଣି ସମୟରେ ଖୁବ ସକ୍ରିୟ ରୁହନ୍ତି ।
କେବଳ ପର୍ବପର୍ବାଣି ନୁହେଁ ବରଂ କାହା ଘରେ ବିବାହ ହେଲେ, ସନ୍ତାନ ଜନ୍ମ ହେଲେ କିମ୍ବା ନୂତନ ଘର ତିଆରି ହେଲେ ମଧ୍ୟ କିନ୍ନର ମାନେ ଆଶୀର୍ବାଦ କରିବାକୁ ଆସିଥାନ୍ତି ଓ ଅନେକ ସମୟରେ ସେମାନଙ୍କୁ ନିମନ୍ତ୍ରଣ ଦେଇ ମଧ୍ୟ ଡକାଯାଏ । କିନ୍ନରମାନେ ଆସିଲେ ପଇସା ନେବା ବିନା ଫେରି ଯାଆନ୍ତି ନାହିଁ ଓ ଲୋକମାନେ ମଧ୍ୟ ସେମାନଙ୍କୁ ପଇସା ଦେବାକୁ ଦ୍ଵିଧା କରନ୍ତି ନାହିଁ । କିଛି ଲୋକ ସେମାନଙ୍କୁ ଖୁସି ଖୁସି ପଇସା ଦିଅନ୍ତି ତ ଆଉ କେହି ମନ ମାରି ବା ଭୟ କରି ପଇସା ଦେଇ ଦିଅନ୍ତି ।
ଯେତେବେଳେ ମଧ୍ୟ କୌଣସି କିନ୍ନରଙ୍କୁ ପଇସା ଦେଲେ ସେ ଆପଣଙ୍କୁ ବହୁତ ଆଶୀର୍ବାଦ ଦେଇଥାଏ । ଏପରି ବିଶ୍ବାସ ରହିଛି ଯେ କିନ୍ନରଙ୍କ ମୁଖରୁ ନିର୍ଗତ ଆଶୀର୍ବାଦ ବହୁତ ଫଳଦାୟକ ହୋଇଥାଏ ଓ ଶୀଘ୍ର ଫଳ ମିଳିଥାଏ । ଠିକ ସେହିପରି ତାଙ୍କ ଅ-ଭି-ଶା-ପ ମଧ୍ୟ ଖୁବ ଭୟଙ୍କର ହୋଇଥାଏ । ଏହି ଭୟରେ ମଧ୍ୟ କେହି କେହି ତାଙ୍କୁ ପଇସା ଦେଇ ଦିଅନ୍ତି । ଯେତେବେଳେ ମଧ୍ୟ କିନ୍ନରମାନେ ଘର, ଦୋକାନ ବା ଅଫିସକୁ ଆସନ୍ତି, ସମସ୍ତେ ଚେଷ୍ଟା କରନ୍ତି ଯେ ତାଙ୍କୁ ଶୀଘ୍ର ପଇସା ଦେଇ ବିଦା କରିଦେବାକୁ ।
ମାତ୍ର କିନ୍ନର ପଇସା ନେଇ ବିଦା ହେବ ସମୟରେ ଆପଣ ଯଦି ତାଙ୍କୁ ଏହି ଦୁଇଟି ଚମତ୍କାରୀ ଶବ୍ଦ କହିଦେବେ ତେବେ ଆପଣଙ୍କର ଲକ୍ଷ ଲକ୍ଷ ଲାଭ ହୋଇପାରେ । ଏପରି ବିଶ୍ବାସ କରାଯାଏ ଯେ ଏହି ଦୁଇ ଚମତ୍କାରୀ ଶବ୍ଦ କହିବା ଦ୍ଵାରା ଆପଣଙ୍କ ସମ୍ପତ୍ତିରେ ଲଗାତର ବୃଦ୍ଧି ହୋଇଥାଏ । ତେବେ ଆପଣ ଭାବୁଥିବେ ସେହି ଚମତ୍କାରୀ ଶବ୍ଦ ଦୁଇଟି କଣ ଅଟେ !
ଯେବେ ମଧ୍ୟ କୌଣସି କିନ୍ନର ଆପଣଙ୍କ ଘର, ଦୋକାନ ବା ଅଫିସରୁ ପଇସା ନେଇ ଫେରୁଥିବେ, ସେହି ସମୟରେ ତାଙ୍କୁ କହିବେ “ଆଉଥରେ ଆସିବେ” । ଆଜ୍ଞା ହଁ, ଏହି ଦୁଇଟି ଶବ୍ଦ ହେଉଛି ସେହି ଚମତ୍କାରୀ ଶବ୍ଦ । ଏହା ବହୁତ ମାମୁଲି ଶବ୍ଦ ହୋଇଥିଲେ ମଧ୍ୟ ଏହି ଶବ୍ଦର ଅଦ୍ଭୁତ ଚମତ୍କାରିତା ରହିଛି । ଏହା ନିଶ୍ଚିତ ଯେ ଆପଣ ଏହି ଦୁଇଟି ଶବ୍ଦ କୌଣସି କିନ୍ନରଙ୍କୁ କେବେ ମଧ୍ୟ କହି ନ ଥିବେ । ଆମ ଘରକୁ ଅନ୍ୟ କେହି ଅତିଥି ଆସିଲେ ତାଙ୍କୁ ଆମେ ଏପରି କହିବାକୁ ଭୁଲି ନା ଥାଉ ।
ମାତ୍ର କିନ୍ନର ଆସିଲେ ଯେତେ ଶୀଘ୍ର ପଳେଇଗଲେ ଭଲ ବୋଲି ଭାବିଥାଉ । କିନ୍ନରଙ୍କୁ ଦାନ ଦେବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ଠିକ ସେହିପରି ସେ ଫେରିଯିବା ସମୟରେ ଏପରି କହିବା ଦ୍ଵାରା ତାଙ୍କୁ ମଧ୍ୟ ଅନୁଭବ ହୋଇଥାଏ ଯେ ଆପଣ ସହୃଦୟେ ଦାନ ଦେଇଛନ୍ତି ଓ ଏପରି କଥା ଶୁଣି ଖୁସି ମଧ୍ୟ ହୁଅନ୍ତି । ସେଥିପାଇଁ ସେ ଯିବା ସମୟରେ ଆପଣଙ୍କୁ ଅନେକ ଆଶୀର୍ବାଦ ଦେଇ ଯାଆନ୍ତି । ଆଉ ବନ୍ଧୁଗଣ, ଯଦି କେଉଁ କିନ୍ନର ସଂପୂର୍ଣ୍ଣ ହୃଦୟ ସହିତ ଆଶୀର୍ବାଦ ଦିଏ, ତେବେ ସେହି ଆଶୀର୍ବାଦ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସଫଳ ହୁଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।