ନମସ୍କାଏ ବନ୍ଧୁଗଣ , ଆମେ ସଦାବେଳେ ଦେଖିଥାଉ କି ପାପ କରିଥିବା ବ୍ୟକ୍ତି ଖୁସି ରେ ରହିଥାଏ । ମାତ୍ର ଭଲ କାମ କରୁଥିବା ବ୍ୟକ୍ତି ଦୁଃଖ କଷ୍ଟରେ ଜୀବନ କାଟିଥାଏ । ଆମେ ଭାବି ଥାଉ ଭଲ କାମ କରିବା ବଦଳରେ ମନ୍ଦ କାମ କରିବା ଉଚିତ୍ ଏବଂ ପାପ କରୁଥିବା ମଣିଷ ଖୁସିରେ କଣ ପାଇଁ ରହିଥାଏ , ଏହି ପ୍ରଶ୍ନ ସାଧାରଣତ ଆମ ସମସ୍ତ ମନରେ ରହିଥାଏ ।
ଏହି ପ୍ରଶ୍ନ ର ଉତ୍ତର ମୁଁ ଆଜି ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ କହିବାକୁ ଚାହୁଛି । ଥରେ ଗୋଟିଏ ରାଜ୍ୟ ରେ ଜଣେ ରାଜା ରହିଥିଲେ ତାଙ୍କ ମନରେ ସର୍ବଦା ଏହି ପ୍ରଶ୍ନ ଥିଲା କି ପାପୀ ମଣିଷ ସବୁ ବେଳେ ଖୁସି ରୁହେ ଏବଂ ଧାର୍ମିକ ମଣିଷ ସାବତ ବେଳେ ଦୁଃଖ ରେ ଏହା କଣ ପାଇଁ ହୋଇଥାଏ । ଏହି ପ୍ରଶ୍ନ କୁ ନେଇ ସେ ବ୍ୟାସ ମୁନିଙ୍କ ପାଖ କୁ ଯାଇ ପଚାରିଲେ । ଏହାକୁ ଶୁଣି ବ୍ୟାସମୁନି ହସିଲେ ଏବଂ ତାଙ୍କ ପାଖରେ ଥିବା ପିଲାକୁ ଦେଖିଲେ ସେ ମଧ୍ୟ ଏହା ଶୁଣି ହସୁଥିଲା ।
ରାଜା ଆସି କହିଲେ ହେ ମହା ଋଷି ମୋ ଆଖ ପାଖ ରାଜ୍ୟ ରେ ଥିବା ରାଜା ମାନେ ବହୁତ ପାପ କରୁଛନ୍ତି , ମାତ୍ର ସେମାନେ ଖୁସି ରେ ଅଛନ୍ତି । କିନ୍ତୁ କେବେ ପାପ କାମ କରେ ନି ସବୁ ବେଳେ ସତ୍ୟ ପଥରେ ଚାଲେ ବରନ୍ତ ମୁଁ କଷ୍ଟ ରେ ରହେ । ଏହା କେଉଥି ପାଇଁ ହୋଇଥାଏ ଭଗବାନ କଣ ଭଲ ବ୍ୟକ୍ତିକୁ ଦୁଃଖ ଦିଅନ୍ତି ଏବଂ ପାପୀକୁ ସୁଖ । ବ୍ୟାସ ମୁନି ଏହା ଶୁଣି କହିଲେ ମୋ ଶିଷ୍ୟ ଆପଣଙ୍କୁ ଏହାର ଉତ୍ତର ଦେବ । ତେବେ ସେ ପିଲାଟି ଏକ କାହାଣୀ କହିଲା ।
ଥରେ ଗୋଟେ ଜଙ୍ଗଲ ରେ ଛୋଟ ଗଛ ଟି ଥିଲା ସେ ବହୁତ ଦୁର୍ବଳ ଏବଂ ସମସ୍ତଙ୍କ ଠାରୁ ସାନ ଭଗବାନ ଶିବଓ ମାତା ପାର୍ବତୀ ସେହି ବାଟ ଦେଇ ଯାଉଥିବା ସମୟରେ ମାତା ପାର୍ବତୀ ସେ ଦୁର୍ବଳ ଗଛ କୁ ଦେଖି ଭଗବାନ ଶିବଙ୍କୁ କହିଲେ ଆପଣ ଏହି ଗଛ କୁ ଆର୍ଶୀବାଦ କରନ୍ତୁ ସେ ଯେମିତି ଏକ ବିରାଟ ବୃକ୍ଷ ରେ ପରିଣତ ହେବ । ଭଗବାନ ଶିବ ମାତାଙ୍କ କଥାରେ ସେହି ଗଛକୁ ଆର୍ଶୀବାଦ କରି କହିଲେ ।
ତୁ ଏହି ଜଙ୍ଗଲ ରେ ବିରାଟ ବୃକ୍ଷ ହେବୁ ଏବଂ ତୁ ସବୁ ଋତୁ ରେ ଫଳ ଫଳିବୁ । ସେ କ୍ଷଣି ଗଛ ଟି ସବୁ ଠାରୁ ବଡ ଏବଂ ଶକ୍ତିଶାଳି ହୋଇଯାଇଥିଲା । ସେ ଗଛ ମନରେ ଗର୍ବ କରିଲା ଏବଂ ତାହାର ଫଳ କୁ କାହାକୁ ଦେଲା ନାହିଁ ଅନେକ ଦିନ ଖୁସି ରେ ରହିଲା । ମାତ୍ର ହେବେ ଝଡ ବାତ୍ୟା ଆସିଲା ତଳେ ପଡିଗଲା । ମାତା ପାର୍ବତୀ ଦେଖି ଶିବଙ୍କୁ କହିଲେ ସେହି ବୃକ୍ଷ କୁ ଆଉ ଥରେ ଆର୍ଶୀବାଦ ଦିଅ , କିନ୍ତୁ ଭଗବାନ ମନା କରିଲେ କାରଣ ସେ ଗଛ ଅହକାରୀ ହୋଇଯାଇଥିଲା ତେଣୁ ସେ ପଡିଗଲା ।
ତେଣୁ ଏହି ସଂସାର ରେ ମଧ୍ୟ ପାପି ଲୋକମାନେ ପତନ ପୂବାରୁ ଗର୍ବ କରିଥାନ୍ତି । କିନ୍ତୁ ଅଳ୍ପ ଦିନରେ ତାହାରଙ୍କର ପତନ ଘଟିଥାଏ । ତେଣୁ ଜଗତ ରେ ପତନ ପୂବାରୁ ପାପୀ ବ୍ୟକ୍ତି ଖୁସିରେ ରହିଥାଏ ଏବଂ କିଛି ଭଲ ବିଷୟ ଆସିବା ପୂବରୁ ଧାର୍ମିକକୁ କଷ୍ଟ ଆସିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।