Vastu Shastra- ଖାଦ୍ୟ ଖାଇବାର ନିୟମ ! ଖାଦ୍ୟ ଖାଇବା ସମୟରେ ଏପରି ଭୁଲ ଭୁଲରେ ବି କରନ୍ତୁ ନାହିଁ, ଘରୁ ଲକ୍ଷ୍ମୀ ଛାଡି ଚାଲିଯିବେ !

ବନ୍ଧୁଗଣ, ଅଗ୍ନି ପୁରାଣ ଏବଂ ବୃହତ ମହାଲକ୍ଷ୍ମୀ ପୁରାଣରେ ଖାଦ୍ୟ ଖାଇବାକୁ ନେଇ କେତେ ଗୁଡିଏ ନିୟମ ବର୍ଣ୍ଣନା କରାଯାଇଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ନିୟମ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଅପରିଷ୍କାର ସ୍ଥାନରେ ବସି ଆମ୍ଭେ ଭୋଜନ କରିବା ନାହିଁ । ଯଦି ତଳେ ବସି ଭୋଜନ କରୁଛନ୍ତି ତେବେ ଗୋଟିଏ ଆସନ ପକାଇ ଆସନ ଉପରେ ବସି ହିଁ ଭୋଜନ କରନ୍ତୁ । ତଳେ ବସି ମାଟି ଉପରେ ବସି ଆପଣ ସିଧାସଳଖ ଭୋଜନ କରିବେ ନାହିଁ ।

ଲକ୍ଷ୍ମୀ ପୁରାଣରେ ବର୍ଣ୍ଣନା କରାଯାଇଅଛି ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ମୁଖ କରିକି ବସି ଖାଇବେ ନାହିଁ । ଖାଇବା ସମୟରେ ପୂର୍ବାଭିମୁଖୀ ହୋଇ ଅଥବା ପୂର୍ବ ଦିଗକୁ ମୁଖ କରିକି ବସିକି ଖାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆସୁବିଧା ଅଛି ତେବେ ଆପଣ ଉତ୍ତର ଦିଗକୁ ବସି ମୁଖ କରି ଖାଇ ପାରିବେ । ଦକ୍ଷିଣ ପଶ୍ଚିମ କୋଣ ବ୍ୟତୀତ ଅନ୍ୟ କୌଣସି କୋଣ କୁ ମୁଖ କରି ଖାଇବେ ନାହିଁ । ଅଭକ୍ଷ ଦର୍ପଣ କୁ ଭକ୍ଷଣ କରିବା ଅଥବା ଖାଇବାକୁ ବାରଣ କରାଯାଇଅଛି ।

ଅର୍ଥାତ ପାଞ୍ଜିରେ ଯେଉଁ ଦିନ ଯେଉଁ ଖାଦ୍ୟ ଖାଇବାକୁ ବାରଣ କରାଯାଇଅଛି ସେଦିନ ସେହି ଖାଦ୍ୟ ଖାଇବା ହେଉଛି ଅଭକ୍ଷ । ଅର୍ଣ୍ଣ ଖାଇବା ସମୟରେ ଅଧିକ ପରିମାଣ ର ଅର୍ଣ୍ଣ ଭୋଜନ କରିବେ ନାହିଁ । ନିଜ ପେଟ କୁ ଆପଣ ଯଦି ୪ ଭାଗରେ ବିଭକ୍ତ କରିବେ ତେବେ ଗୋଟିଏ ଭାଗ ପୂରିବା ପରି ଆପଣ ଖାଦ୍ୟ ଗ୍ରହଣ କରିବେ । ଆଉ ୩ ଭାଗ ଆପଣଙ୍କର ଜଳ ରେ ପୂର୍ଣ୍ଣ ହେବ । “ହବିଷ୍ୟ ଅନ୍ନ ଭୋଜନେ ଆୟୁ ବଳ ବୃଦ୍ଧି” ।

ଯଦି ଆମ୍ଭେ ହବିଷ୍ୟ ଭୋଜନ କରିବା ତେବେ ଆମ୍ଭର ଆୟୁ ଏବଂ ବଳ ମଧ୍ୟ ବୃଦ୍ଧି ହୋଇଥାଏ । “ଭୋଜନେ ସାଧନ ଆଦି ହୁଏ ସର୍ବସିଦ୍ଧି” । ଯଦି ଆମ୍ଭେ ହବନ କରିବାକୁ ଯାଉଥିବା ତେବେ ସେ ସାଧନା ମଧ୍ୟ ସିଦ୍ଧି ହୁଏ । ହବିଷ ଅନ୍ନ କହିଲେ ଆମ୍ଭେ ଗୋଟିଏ ଥର ହିଁ ଗ୍ରହଣ କରିବା । ଯାହାକି ଦେବତା ଙ୍କୁ ଅର୍ପଣ କରାଯାଇଥିବ । ପ୍ରଥମ ପ୍ରହର ଏବଂ ରାତ୍ରି ସମୟରେ ଆମ୍ଭେ ଅନ୍ନ ଭୋଜନ କରିବା ନାହିଁ । “ଆହାର ଅନ୍ତେ କରିବ ଶୁଦ୍ଧ ଜଳପାନ” ।

ଅର୍ଥାତ ଆହାରର ଅନ୍ତ ସମୟରେ ଖାଦ୍ୟ ଖାଇବା ପରେ ଜଳ ସେବନ କରିବେ । ଖାଦ୍ୟ ଖାଇବାର ମଝିରେ ଜଳ ସେବନ କରିବେ ନାହିଁ । ଏଭଳି ସମସ୍ତେ ବାରଣ କରନ୍ତି ଏହାର କାରଣ ହେଉଛି ପୁରାଣରେ ଏକଥା ବାରଣ କରାଯାଇଅଛି ଯେ ବାମ ହସ୍ତ ରେ ଆମ୍ଭେ ଗ୍ଳାସ ଧରି ପାଣି ପିଇବା ନାହିଁ । ଯେତେବେଳେ ପାଣି ପିଇବା, ପାଣି ଗ୍ଳାସ ରେ ଆମ୍ଭର ଦୁଇଟି ଯାକ ହାତ ସ୍ପର୍ଶ ହେଲେ ବହୁତ ଭଲ । ଗୋଟିଏ ହାତରେ ମଧ୍ୟ ସ୍ପର୍ଶ କରିକି ପାଣି ଧରିକି ପାଣି ସେବନ କରିବା କଥା ନୁହେଁ । ଖାଦ୍ୟ ଖାଇବା ସମୟରେ ଡାହାଣ ହାତ ଟି ଅଇଁଠା ହୋଇଛି ମାତ୍ର ଯଦି ଆମ୍ଭେ ପାଣି ପିଇବା ବାମ ହାତରେ ଆମ୍ଭେ ପାଣି ପିଇବା ଯାହାକି ଶାସ୍ତ୍ର ବିରୋଧୀ ଅଟେ ।

ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ହିଁ ପାଣି ପିଇବା ପାଇଁ କୁହାଯାଏ । ମୁଣ୍ଡ ଉପରେ କୌଣସି ପ୍ରକାରର ବସ୍ତ୍ର ରଖି ଖାଦ୍ୟ ଖାଇବେ ନାହିଁ । ଏ କଥା ଅଗ୍ନି ପୁରାଣରେ ବର୍ଣ୍ଣନା କରାଯାଇଅଛି । ” ମସ୍ତକେ ବସନ ରଖି ଭୁଞ୍ଜି ନ ବସିବ । ଅର୍ଥାତ ମୁଣ୍ଡରେ ଯଦି ଆମ୍ଭେ ଲୁଗା ଦେଇଥିବା ତେବେ ସେହି ଓଢଣୀ କୁ କାଢି ହିଁ ଭୋଜନ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *