କେଉଁ ଉପାୟ କଲେ ଧନ ଓ ମାନ ସମ୍ମାନର ଅଭାବ ହୁଏ ନାହିଁ ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ସମସ୍ୟା ବହୁଳ ଜୀବନରେ ଶୁଖ ଶାନ୍ତିରେ ରହିବା ନିମନ୍ତେ ପ୍ରୟାସ କରିବା ଉଚିତ ଏବଂ ଏହା ସହିତ କିଛି ବାସ୍ତୁ ଉପାୟ କରିବା ଆବଶ୍ୟକ ।

୨- ଗୁରୁବାର ଦିନ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ହଳଦୀରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୩- ପ୍ରତ୍ୟକ ଦିନ ମାତା ଲକ୍ଷ୍ମୀ ଙ୍କୁ ଗୋଟିଏ ବେଲପତ୍ର ଅର୍ପଣ କରିଲେ ବହୁତ କଲ୍ୟାଣକାରୀ ହୋଇଥାଏ । ଏବଂ ସୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୪- ଅବିବାହିତ ପୁତ୍ର କନ୍ୟାମାନେ ପ୍ରତ୍ୟକଦିନ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇବା ଦ୍ଵାରା ମଙ୍ଗଳକାରୀ ଏବଂ ସେମାନଙ୍କ ବିବାହ ଶୀଘ୍ର ହୋଇଥାଏ ।

୫- ଠାକୁର ପୂଜା ସମୟରେ ହଳଦୀର ଟୀକା ଠାକୁରଙ୍କ ମଥାରେ ଲଗାଇଲା ପରେ ଆଙ୍ଗୁଠି ରେ ଲାଗିଥିବା ହଳଦୀ ନିଜ ମଥାରେ ଲଗାଇଲେ ଧନ ଏବଂ ମାନସନ୍ନମାନ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୬- ଗୁରୁବାର ଦିନ ଧଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ହଳଦୀ ରଙ୍ଗର ବସ୍ତ୍ର ପିନ୍ଧିଲେ ମଙ୍ଗଳକାରୀ ହୋଇଥାଏ । ଏହି ଦିନ ପଇସା ପତ୍ର ର କାରବାର କରିବା ଅନୁଚିତ ଅଟେ ।

୭- ଗୁରୁବାର ଦିନ ନାଲି ରଙ୍ଗର ସୂତାରେ ଖଣ୍ଡେ ହଳଦୀ ବାନ୍ଧି ଠାକୁରଙ୍କ ପାଦ ତଳେ ରଖିବା ପରେ ତାକୁ ବ୍ୟବସାୟ ସ୍ଥଳରେ ବାନ୍ଧିଲା ପରେ ବ୍ୟବସାୟ ରେ ଧନର ଆଗମନ ହୋଇଥାଏ ।

୮- ଯଦି କୌଣସି ମନୋଷ୍କାମନା ପୂର୍ଣ୍ଣ ହେଉ ନଥାଏ, ଗୁରୁବାର ଦିନ ଖଣ୍ଡେ କାଗଜ ରେ ଟିକେ ହଳଦୀ ରଖି ପୁଡିଆ କରି ଠାକୁରଙ୍କ ପଛପଟେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

୯- ଯଦି ପୂର୍ବ ଜନ୍ମରେ କୌଣସି ଲୋକ କାହାର ଧନ ସମ୍ପତ୍ତି ନଷ୍ଟକରିଥାଏ, ତେବେ ତାଙ୍କୁ ରୋଗାଗ୍ରସ୍ଥ ସନ୍ତାନ ପ୍ରାପ୍ତ ହୋଇଥାଏ, ଯାହାଦ୍ଵାରା ଅଯଥା ଧନ କ୍ଷୟ ର କାରଣ ହୋଇଥାଏ ।

୧୦- ଯଦି କୌଣସି ଲୋକ ବିନା କାରଣରେ ଶତ୍ରୁତା କରିଥାଏ, ତେବେ ତାଙ୍କୁ ଶତ୍ରୁ ଆଚ୍ଚରଣ କରୁଥିବା ପୁତ୍ର ପ୍ରାପ୍ତ ହୋଇଥାଏ । ଯାହା ଦୁଖ ଏବଂ ଅଶାନ୍ତି ର କାରଣ ହୋଇଥାଏ ।

୧୧- ମଣିଷ ନିଜର ଖରାପ କାର୍ଯ୍ୟ ନିମନ୍ତେ ପଶୁତୁଲ୍ୟ ଉଦାଶିନ ର ପୁତ୍ର ପ୍ରାପ୍ତ କରିଥାଏ, ଯିଏ ବିବାହ କରିବା ପରେ ବାପା ମା’ଙ୍କୁ କଷ୍ଟଦେଇ ତ୍ୟାଗ କରିଦେଇଥାଏ ।

୧୨- ମନୁଷ୍ୟ ଅନ୍ୟ ମାନଙ୍କ ପାଇଁ କରିଥିବା ସେବା ଧରମ ଦ୍ଵାରା ଉତ୍ତମ ସନ୍ତାନ ପ୍ରାପ୍ତ ହୋଇଥାଏ । ଯିଏ ବାପା ମା’ଙ୍କ ସେବା କରିବା ସହିତ ସୁଖ ଶାନ୍ତି ର କାରଣ ହୋଇଥାଏ ।

୧୩- ସୋମବାର ଦିନ କୌଣସି ପାତ୍ର ରେ ଲୁଣ ରଖି ଦାନ କରିବା ଦ୍ଵାରା ମଙ୍ଗଳ କାରୀ ହୋଇଥାଏ, ଏହା ସହିତ ଦୁଖ କଷ୍ଟ ଲାଘବ ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *