ଘରେ କେଉଁ ଫଟୋ ଲଗାଇଲେ ସ୍ୱାସ୍ଥ୍ୟ ଓ ଧନବୃଦ୍ଧି ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 15 Anuchinta

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ବ୍ୟବସାୟ ପ୍ରତିଷ୍ଠାନ ରେ ଭଲ ବ୍ୟବସାୟ ନିମନ୍ତେ ପୂର୍ବ ଦିଗରେ ୭ ଟି ଧଳା ଘୋଡା ଦୌଡୁଥିବା ଚିତ୍ର ଲଗାଇବା ଦ୍ଵାରା ଶୁଭ ହୋଇଥାଏ ।

୨- ଘରେ ମଖନ ଖାଉଥିବା ବାଳକୃଷ୍ଣ ଙ୍କ ଫଟୋଚିତ୍ର ଲଗାଇବା ମଙ୍ଗଳକାରୀ ହୋଇଥାଏ, ଏହା ସହିତ ପିଲା ମାନଙ୍କ ଉପରେ ଭଲ ପ୍ରଭାବ ପଡିଥାଏ ।

୩- ଘରେ ରାମ ଙ୍କ ଫଟୋ ଲଗାଇବା ଦ୍ଵାରା ପରିବାର ସଦସ୍ୟ ଙ୍କ ଉପରେ ସ୍ନେହ ଶ୍ରଦ୍ଧା ବଢିଥାଏ ଏବଂ ମଙ୍ଗଳକାରୀ ହୋଇଥାଏ ।

୪- ଘରେ ଧନ୍ଵନ୍ତରିଙ୍କ ଫଟୋ ଲଗାଇବା ଦ୍ଵାରା ଶୁଭ ହେବା ସହିତ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଘରେ ଧନର ଆଗମନ ହୋଇଥାଏ ।

୫- ରୋଷେଇ ଘରେ ବିଭିନ୍ନ ରଙ୍ଗ ର ଫୁଲର ଫଟୋ ରଖିବା ଦ୍ଵାରା ଶୁଭ ହେବା ସହିତ ମନ ବିଚଳିତ ହେଉଥିଲେ ତାହା ଠିକ ହୋଇଥାଏ ଏହା ସହିତ ଶାନ୍ତି ଅନୁଭବ ହୋଇଥାଏ ।

୬- ବିବାହିତା ଦମ୍ପତ୍ତି ଙ୍କ ଘରେ ରାଧା କୃଷ୍ଣ ଙ୍କ ଫଟୋ ଲଗାଇବା ଦ୍ଵାରା ବହୁତ କଲ୍ୟାଣକାରୀ ହୋଇଥାଏ ଏବଂ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ମଜବୁତ ରହିଥାଏ ।

୭- ପିଲାଙ୍କ ପଢିବା ଘରେ ମାତା ସରସ୍ଵତୀ ଙ୍କ ଫଟୋ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ । ପିଲା ମାନଙ୍କ ମନ ସ୍ଥିର ରହିବା ସହିତ ବିଦ୍ୟା ପ୍ରତି ଆଗ୍ରହ ବଢିଥାଏ ।

୮- ଘରେ ମହାଭାରତ ଯୁଦ୍ଧ ର ଫଟୋ ଲଗାଇବା ଦ୍ଵାରା ଘରେ ଅଶାନ୍ତି ଦେଖାଯାଇଥାଏ ।

୯- ଘରେ କେବେ ମଧ୍ୟ କୌଣସି କାନ୍ଦୁଥିବା ପିଲାଙ୍କ ଫଟୋ ଅଥବା କାନ୍ଦୁଥିବା ମହିଳା ଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଅଶାନ୍ତି ବଢିଥାଏ ।

୧୦- ଘରେ ମାତା ଲକ୍ଷ୍ମୀ ଙ୍କ ଛିଡା ହୋଇଥିବା ଫଟୋ ବଦଳରେ ମାତା ଲକ୍ଷ୍ମୀ ପଦ୍ମ ଫୁଲରେ ବସିଥିବା ଫଟୋ ଲଗାନ୍ତୁ । ଏହା ଫଳରେ ଘରେ ଶାନ୍ତ ପରିବେଶ ଲାଗି ରହିବା ସହିତ ଆପଣଙ୍କ ଘରର ଧନସମ୍ପଦ ବୃଦ୍ଧି ହୋଇଥାଏ ।

୧୧- ସ୍ତ୍ରୀ ଲୋକମାନେ ପିନ୍ଧୁଥିବା ଗହଣା କେବେ କାହାକୁ ଉଧାର ଦେବା ଉଚିତ ନୁହେଁ । ଏହାଦ୍ଵାରା ଦୁର୍ଭାଗ୍ୟ ଆସିଥାଏ ଏବଂ ସ୍ଵାମୀ ଙ୍କ ର ଅମଙ୍ଗଳ ହୋଇଥାଏ ।

୧୨- ଘରର ଝାଡୁ କେବେ ମଧ୍ୟ କାହାକୁ ଦେବା ଅନୁଚିତ ଏହା ଅମଙ୍ଗଳକାରୀ ହୋଇଥାଏ ।

୧୩- ସୂର୍ଯ୍ୟାସ୍ଥ ପରେ ନିଜେ ରଖିଥିବା ପଇସା କେବେ ମଧ୍ୟ କାହାରିକୁ ଦେବା ଉଚିତ ନୁହେଁ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ ।

୧୪- ଆପଣଙ୍କ ରୋଷେଇ ଘରେ ବ୍ୟବହୃତ ହେଉଥିବା ବେଲଣାପେଡି କେବେ ମଧ୍ୟ କାହାରୀକୁ ଦେବା ଉଚିତ ନୁହେଁ । ଏହାଦ୍ଵାରା ଅଶାନ୍ତି ବଢିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *