Garuda Puran: କେଉଁ ପାପ କଲେ ହୋଇଥାଏ କେଉଁ ରୋଗ ?

ଶ୍ରୀମଦ୍ ଭଗବତ ଗୀତା ରେ ସ୍ଵୟଂ ପ୍ରଭୁ ଶ୍ରୀ କୃଷ୍ଣ କହିଛନ୍ତି କି, “କର୍ମ ର ଗତି ବଡ ଗହନ “। ସମସ୍ତ ଙ୍କୁ ତାଙ୍କର କରିଥିବା ସମସ୍ତ କର୍ମ ର ଫଳ ନିଶ୍ଚୟ ଦିନେ ନା ଦିନେ ପ୍ରାପ୍ତ ହୋଇଥାଏ । ଯେ ମଣିଷ ର ବର୍ତ୍ତମାନ ସମୟ ଟି ସୁଖ ରେ କି ଦୁଃଖ ରେ କଟୁ ଅଛି, ତାହ ମଧ୍ୟ ତାର ପୂର୍ବ ଅର୍ଜିତ କର୍ମ ର ହିଁ ଫଳ ହୋଇଥାଏ । ବନ୍ଧୁଗଣ ମନୁଷ୍ୟର ଅତୀତ ମଣିଷର ବର୍ତ୍ତମାନ ସମୟ କୁ ନିର୍ଧାରିତ କରେ ଓ ବର୍ତ୍ତମାନ ର କର୍ମ ମଣିଷ ର ଭବିଷ୍ୟତ କୁ ଗଢିଥାଏ ।

ତେଣୁ ଭଲ ହେଉ ବା ଖରାପ ମଣିଷ କୁ କେବେ ତାର କର୍ମ ର ବିପରୀତ କୌଣସି ଫଳ ପ୍ରାପ୍ତ ହୋଇ ନଥାଏ । ଆମ ହିନ୍ଦୁ ସନାତନ ଧର୍ମ ରେ ଅନେକ ଗ୍ରନ୍ଥ ଶାସ୍ତ୍ର ପୁରାଣ ମାନ ରହିଅଛି । ସେଥି ମଧ୍ୟରୁ ପ୍ରସିଦ୍ଧ ଗରୁଡ ପୂରାଣ ଟି ହେଉଛି ଅନ୍ଯତମ । ଏହି ପୁରାଣ ରେ ଭଗବାନ ଶ୍ରୀ ବିଷ୍ଣୁ ଙ୍କର ପାର୍ସଦ ଗରୁଡ ଭଗବାନ ଶ୍ରୀ ହରି ଙ୍କୁ ପଚାରିଛନ୍ତି କି ଭଗବାନ କେଉଁ ମଣିଷ କେଉଁ କର୍ମ କଲେ କେଉଁ ପ୍ରକାର ର କର୍ମ ଫଳ ଲାଭ କରିଥାଏ । ଏହାକୁ ଭଗବାନ ଅତି ସୁନ୍ଦର ଭାବରେ ବିସ୍ତାର କରି ଗରୁଡ ଙ୍କୁ କହିଛନ୍ତି ।

ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ମନୁଷ୍ୟ କୁ ଯେଉଁ ସବୁ ରୋଗ ମାନ ହୋଇଥାଏ, ତାହା ମଧ୍ୟ ତାର କୌଣସି ନା କୂଉନସି କର୍ମ ର ଫଳ ଅଟେ । ଯେଉଁ ଲୋକ ମାନେ ବ୍ରାହ୍ମଣ ହତ୍ୟା କରିଥାନ୍ତି, ସେମାନଙ୍କୁ ଯକ୍ଷ୍ମା ରୋଗ ହୋଇଥାଏ । ଗୋ ହତ୍ୟା କରିଥିବା ଲୋକ ଙ୍କୁ କୃଷ୍ଟ ରୋଗ ହୋଇଥାଏ ।

ନିଜ ପୁତ୍ର କୁ ହତ୍ୟା କରିଥିବା ପିତା ର ହାତ ଉଠି ନଥାଏ । ତାହାଛଡା ହାତ ଗୋଡ ସବୁ ଛିଣ୍ଡି ଯାଇଥାଏ । ଗୁରୁ ପତ୍ନୀ ଙ୍କୁ ହରଣ କରିଥିବା ବ୍ୟକ୍ତି ନର୍କ ଯନ୍ତ୍ରଣା ଭୋଗ କରିବା ସହ ନପୁଂସକ ହୋଇ ପର ଜନ୍ମ ରେ ଜନ୍ମ ଗ୍ରହଣ କରିଥାନ୍ତି । ଯେଉଁ ମାନେ ଜାଣି ଶୁଣି ଗର୍ଭ ନଷ୍ଟ କରିଥାନ୍ତି, ସେମାନେ ପର ଜନ୍ମ ରେ ଶବର ଘରେ ଜନ୍ମ ହେବା ସହ ଜାଦୁ ରୋଗ ରେ ପୀଡିତ ହୋଇଥାନ୍ତି ।

ମାଂସ ଖାଉଥିବା ବ୍ୟକ୍ତି କୁ ରକ୍ତ କୃଷ୍ଟ ହୁଏ । ଅଭକ୍ଷ କୁ ଭକ୍ଷଣ କରୁଥିବା ବ୍ୟକ୍ତି ବିକଳାଙ୍ଗ ହୋଇ ଜନ୍ମ ହୋଇଥାଏ । ସୁସ୍ଵାଦୁ ଭୋଜନ ଦେଖି କାହାକୁ ନ ଦେଇ ନିଜେ ପ୍ରଥମେ ଖାଉଥିବା ବ୍ୟକ୍ତି ଙ୍କର ଗଳଗଣ୍ଡ(ଥାଇରଡ ବା ଟଂସିଲ ) ଭଳି ରୋଗ ହୋଇଥାଏ । ଅଶୁଦ୍ଧ ସମୟ ରେ ପିଣ୍ଡ ଦାନ କରୁଥିଲେ ଚିତ୍ର କୃଷ୍ଟ ରୋଗ ହୋଇଥାଏ ।

ମିଥ୍ୟା ସାକ୍ଷୀ ଦେଉଥିଲେ ମୁକ ହୋଇ ଜନ୍ମ ହେବାକୁ ପଡେ । ପୁସ୍ତକ ଚୋରୀ କରିବା ଫଳରେ ଅନ୍ଧ ହୋଇ ଜନ୍ମ ହେବାକୁ ପଡେ । ଗୁରୁ, ବ୍ରାହ୍ମଣ ତଥା ସମସ୍ତଙ୍କୁ ଗୋଇଠା ମାରୁଥିଲେ ପଙ୍ଗୁ ହୋଇ ଜନ୍ମ ହେବାକୁ ପଡେ । ଭୋଜନ ରେ ବିଷ ମିସାଉଥିଲେ ଜଡ ହୋଇ ଜନ୍ମ ହେବାକୁ ପଡେ । ଈଶ୍ଵର ଙ୍କ ଧନ କୁ ଚୋରୀ କରିଥିଲେ ଚୁଚୁନ୍ଦ୍ରା ଜନ୍ମ ହେବାକୁ ପଡିଥାଏ । ପିତା ମାତା ଙ୍କୁ କର୍କଶ ରୋଗ ହୋଇଥାଏ ।

ପର ଧନ ଦେଖି ଦୁଃଖ ହେଉଥିଲେ ବାତ ରୋଗ ହୋଇଥାଏ । ତେବେ ବନ୍ଧୁଗଣ କର୍ମ କରିବା ପୂର୍ବରୁ ଚିନ୍ତା କରି ସତ କର୍ମ କରନ୍ତୁ । ଯଦି ଆପଣ କୌଣସି କିଛି ଏହି ପାପ କରି ଦେଇଛନ୍ତି, ଓ ସେ ସବୁ ପାପ ରୁ ମୁକ୍ତି ପାଇବାକୁ ଚହୁଁଛନ୍ତି, ତେବେ ନମସ୍କାର ପ୍ରିୟ ସୂର୍ଯ୍ୟ ଙ୍କୁ ନିତ୍ୟ ନମସ୍କାର କରନ୍ତୁ ଓ ଉପାସନା ଓ ଶୃଙ୍ଗାର ପ୍ରିୟ ନାରାୟଣ ଙ୍କର ସେବା କରନ୍ତୁ, ଜଳ ପ୍ରିୟ ଶିବଙ୍କ ଉପରେ ଜଳ ଚଢାନ୍ତୁ । ଓ ଶେଷ ରେ ଭୋଜନ ପ୍ରିୟ ବିପ୍ର ଙ୍କୁ ଘରକୁ ଡାକି ଭୋଜନ କରାନ୍ତୁ । ତେବେ ବନ୍ଧୁଗଣ ଆଜିର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *