କେଉଁ ମହିଳାଙ୍କ ଉପରେ ସର୍ବଦା ପ୍ରସନ୍ନ ରହିଥାନ୍ତି ମା’ ଲକ୍ଷ୍ମୀ ! କେଉଁ ପୁରୁଷ ସବୁବେଳେ ହୋଇଥାଏ ଲକ୍ଷ୍ମୀଛଡା ! Vastu Tips  

ନମସ୍କାର ବନ୍ଧୁଗଣ , ମା ‘ ଲକ୍ଷ୍ମୀ ଯେଉଁ ଘରେ ରହିଥାନ୍ତି , ସେହି ସଦା ସର୍ବଦା ହସ ଖୁସି ରେ ରହେ । ମା ‘ ଲକ୍ଷ୍ମୀ ନାରୀମାନଙ୍କ ମଧ୍ୟରେ ରହିଥାନ୍ତି । କାରଣ ନାରୀଙ୍କୁ ମା ‘ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଛି । ଆସନ୍ତୁ  ଜାଣିବା ମା ‘ ଲକ୍ଷ୍ମୀ କେଉଁ ନାରୀମାନଙ୍କ ଶରୀରରେ ରହିଥାନ୍ତି ଏବଂ କେଉଁ ପୁରୁଷଙ୍କୁ ମା ‘ ଲକ୍ଷ୍ମୀ ଘୃଣା କରିଥାନ୍ତି । ନାରୀମାନଙ୍କ  ଭିତରେ ପଦମିନୀ ଜାତୀୟ ନାରୀଙ୍କ ମଧ୍ୟରେ ମା ‘ ଲକ୍ଷ୍ମୀ ବାସ କରିଥାନ୍ତି ।

କାରଣ ପଦ୍ମିନୀ  ଜାତୀୟ ନାରୀ ମା ‘ ଲକ୍ଷ୍ମୀଙ୍କୁ ପସନ୍ଦ ହୋଇଥାନ୍ତି । ଯେଉଁ ଘରେ ସର୍ବଦା ପୂଜା ପାଠ ହୋଇଥାଏ ସେ ଘର କୁ ମା ‘ ଲକ୍ଷ୍ମୀ କେବେ ବି ଛାଡିକି ଯାଆନ୍ତି ନାହିଁ । ଯେଉଁ ନାରୀ ଅଳ୍ପ ବିଷୟ ରେ ଖୁସି ହୋଇ ସର୍ବଦା ସ୍ଵାମୀ ର ହିତ କଥା ଭାବୁଥାଏ । ସେ ନାରୀଙ୍କ ମଧ୍ୟରେ ମାଆ ‘ ଲକ୍ଷ୍ମୀ ବାସ କରିଥାନ୍ତି । ଯେଉଁ ନାରୀ ଅତି ସୁକୁମାରୀ ଧୀରେ ଧୀରେ ଚାଲିଥାଏ ଏବଂ ମତଗଜ ପରି ଚାଲିବା , ଅଳ୍ପ ସ୍ଵର ରେ କଥା କହିବା ନାରୀମାନଙ୍କ ପାଇଁ ଉଚିତ୍ ହୋଇଥାଏ ବୋଲି ଶାସ୍ତ୍ର କହିଥାଏ ।

ଯେଉଁ ନାରୀ ପାଦ କୁ କଚାଡି ଚାଲିଥାଏ ତାହା ଅନୁଚିତ୍ ହୋଇଥାଏ ମା ‘ ଲକ୍ଷ୍ମୀ ସେମାନଙ୍କ ଶରୀରରେ ରହିନଥାନ୍ତି  । କିନ୍ତୁ ଯେଉଁ ନାରୀମାନେ  ସୁକୁମାରୀ ହୋଇ ଚାଲିଥାନ୍ତି  ସେମାନଙ୍କ ଶରୀରରେ ମା ‘ ଲକ୍ଷ୍ମୀ ରହିଥାନ୍ତି । ଯେଉଁ ନାରୀମାନଙ୍କ ନୟନ ଦେଖିବାକୁ ସୁନ୍ଦର ଏବଂ ନାଖ ଦୁଇଟା ପାଖୁଡା ସିଧା ହୋଇଥାଏ ଅଣ୍ଟା ସରୁ ହୋଇଥିବ ଏବଂ ନାଭି ଭିତର କୁ ରହିଥାଏ ସେମାନେ ଦେଖିବାକୁ ଅଧିକ  ଗୋରା ନା କଳା ହୋଇନଥିବେ ।

ଏଭଳି ନାରୀଙ୍କୁ ପଦ୍ମିନୀ ନାରୀ କୁହାଯାଇଥାଏ । ଏହି ନାରୀମାନଙ୍କ ଶରୀରରେ ମା ‘ ଲକ୍ଷ୍ମୀ ରହିଥାନ୍ତି । ଯେଉଁ ନାରୀ ମାନେ କୁଚରିତ୍ର ସର୍ବଦା ସ୍ଵାମୀଙ୍କ ସହ ଝଗଡା କରିଥିବେ ଏହି ନାରୀମାନଙ୍କ ଶରୀରରେ ମା ‘ ଲକ୍ଷ୍ମୀ ରହିନଥାନ୍ତି । ଯେଉଁ ପୁରୁଷ ତାର ସ୍ତ୍ରୀ ଙ୍କୁ ଛାଡି ଅନ୍ୟ ନାରୀଙ୍କ ପ୍ରତି ମୁହଁ କରି ନଥାଏ ସେହି ପୁରୁଷଙ୍କ ସହିତ ମା ‘ ଲକ୍ଷ୍ମୀ ରହିଥାନ୍ତି ।  ଯେଉଁ ନାରୀ ଘରକୁ ସଫା ସୁତୁରା ରଖିଥାଏ ସେହି ନାରୀଙ୍କ ଶରୀର ଏବଂ ଘରେ ମା ‘ ଲକ୍ଷ୍ମୀ ରହିଥାନ୍ତି ।

ଯେଉଁ ନାରୀ ମଇଳା ବସ୍ତ୍ର ପରିଧାନ କରି ରାତ୍ରି ରେ ଶୋଇଥାଏ ସେ ନାରୀଙ୍କ ଶରୀର ରେ ମା ‘ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ ।  ଯେଉଁ ଘରେ ବ୍ରାହ୍ମଣଙ୍କ ନିନ୍ଦା କରାଯାଏ ସେ ଘରେ ମା ‘ ଲକ୍ଷ୍ମୀ କ୍ଷଣ ହେଲେ ରୁହନ୍ତି ନାହିଁ ।  ତେଣୁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *