କେଉଁ ଦୋଷ ଲାଗିଲେ ଧନହାନି, ପ୍ରାଣପିଡା ଓ ବଂଶନାଶ ହୋଇଥାଏ ?

ନମସ୍କାର ବନ୍ଧୁଗଣ । ଆଜି ପୁଣି ଠାରେ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଜ୍ଞାନ ବର୍ଦ୍ଧକ ବିଷୟ ଯାହା ଜାଣି ଆପଣ କାମ କଲେ ଆପଣ ଙ୍କର ଜୀବନ ସୁଖ ଶାନ୍ତି ଓ ଐଶ୍ଵର୍ଯ୍ୟ ରେ ଭରିଯିବ । ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଶାସ୍ତ୍ରରେ ସ୍ପଷ୍ଟ ଭାବରେ ପିତୃ ପୂଜା ର ବିଷୟ କାରଣ ଓ ତାର ଫଳାଫଳ ସମ୍ବନ୍ଧରେ ବର୍ଣ୍ଣିତ ହୋଇ ରହିଅଛି । କିନ୍ତୁ ଦୁଃଖର କଥା କି ଅନେକ ଲୋକ ଏପରି ଅଛନ୍ତି ଯେଉଁ ମାନେ ପିତୃ ପୂଜା କଣ ଏହା ମଧ୍ୟ ଠିକ ଭାବରେ ଜାଣି ନାହାନ୍ତି ।

ଯାହା କାରଣରୁ ସେମାନେ ଏହି ପୂଜା କୁ କେବେ କରନ୍ତି ନାହିଁ । ଫଳରେ ସେମାଙ୍କର ପିତୃ ଓ ପୂର୍ବ ପୁରୁଷ ଅନେକ କ୍ରୋଧିତ ହୋଇ ରହିଥାନ୍ତି । ଯାହାଫଳରେ ସେହି ଲୋକ ମାନଙ୍କୁ ପିତୃ ଦୋଷ ଲାଗିଥାଏ । ଏହି ଦୋଷ ଲାଗିବା କାରଣ ରୁ ସେମାନଙ୍କର ଜୀବନ ଦୁଃଖ ସମସ୍ଯା ରେ ଭରି ଯାଇଥାଏ । ଓ ସେମାନଙ୍କୁ ଧନହାନୀ, ପ୍ରାଣପୀଡା ସବୁ ଦେଖା ଦେଇଥାଏ ।

ବନ୍ଧୁଗଣ ପିତୃ ପୂଜା ଅର୍ଥାତ, ଆମର ଯେଉଁ ପୂର୍ବ ପୁରୁଷ ମାନେ ଇହଲୋକ ତ୍ୟାଗ କରି ପରଲୋକ କୁ ଚାଲି ଯାଇଛନ୍ତି, ସେମାଙ୍କୁ ଆମର ପିତୃ ପୁରୁଷ ବୋଲି କୁହାଯାଇଥାଏ । ପୂରଣ ରେ ସ୍ପଷ୍ଟ ବର୍ଣ୍ଣିତ ହୋଇ ରହିଅଛି ଯେ ଯେଉଁ ମାନେ ମଣିଷ ଜନ୍ମ ପାଇ ଜୀବନରେ ଭଲ କର୍ମ ମାନ କରିଥାନ୍ତି, ସେମାନଙ୍କୁ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଯାଇଥାଏ ।

କିନ୍ତୁ ଯେଉଁମାନେ ମଣିଷ ଜନ୍ମ ପରି ଦୁର୍ଲଭ ଜନ୍ମ ପାଇ କୁକର୍ମ ଆଦି କରିଥାନ୍ତି, ସେହି ମାନଙ୍କୁ ମୋକ୍ଷ ସହଜରେ ମିଳିପାରେ ନାହିଁ । ଏହାଛଡା ମୃତ୍ୟୁ ପରେ ସେମାନକୁ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । ଏହି ନର୍କ ବାସ ସମୟରେ ସେମାନଙ୍କୁ କିଛି ଖାଦ୍ୟ ଖାଇବାକୁ ମଧ୍ୟ ଦିଆଯାଇ ନଥାଏ । କିନ୍ତୁ ଯଦି କେହି ତାଙ୍କ କୁଳ ବା ବଂଶ ରୁ ତାଙ୍କର ମୃତ୍ୟୁ ଦିବସ ର ତିଥିରେ ବା ପିତୃପକ୍ଷ ସମୟରେ ତାଙ୍କ ନାମରେ ପୂଜା ଆଦି କରି ତାଙ୍କ ନାମ ରେ ପିଣ୍ଡ ଦାନ କରିଥାନ୍ତି, ସେହି ଦାନ କରିଥିବା ପିଣ୍ଡ କୁ ହିଁ ସେମାନେ ଖାଦ୍ଯ ରୂପେ ଗ୍ରହଣ କରିଥାନ୍ତି ।

ବନ୍ଧୁଗଣ କହିବାକୁ ଗଲେ ଯେଉଁଠାରେ ଆମେ ମଣିଷ ମାନେ ପ୍ରତ୍ଯେକ ଦିନ କିଛି ନା କିଛି ଖାଦ୍ଯ ଖାଇଥାଉ, ସେହିଠାରେ ମୃତ୍ୟୁ ପରେ ଆତ୍ମା ମାନେ ବର୍ଷ କୁ ମାତ୍ର ଏକ ଥର ଖାଇବାର ସୁଯୋଗ ପାଇ କିଛି ଖାଇଥାନ୍ତି, କିନ୍ତୁ ସେହିଦିନ ଯଦି ତାଙ୍କର କୂଳରୁ ତାଙ୍କର କେହି ବଂଶଜ ତାଙ୍କୁ କିଛି ପିଣ୍ଡଦାନ କରି ନଥାଏ, ତେବେ ଏହାଦ୍ଵାରା ସେମାନେ ଖୁବ କୁପିତ ହୋଇ ଯାଇଥାନ୍ତି ।

ଯାହାର ଫଳ ସ୍ୱରୂପ ସେହି ଲୋକ ମାନେ ପିତୃ ଙ୍କର ଦୋଷପାତ୍ର ହୋଇ ଯାଇଥାନ୍ତି । ଏହି ଦୋଷ ଲାଗିବା ଦ୍ଵାରା ସେହି ମାନଙ୍କର ଘର ସଂସାର ରେ ସବୁବେଳେ କଳହ ଆଦି ଲାଗି ରହିଥାଏ । କୌଣସି କାମ ଠିକ ଭାବରେ ହୋଇପାରି ନଥାଏ । ବନ୍ଧୁଗଣ ଯଦି କାହାର ପିତୃ କାହା ଉପରେ ଖୁବ ପ୍ରସନ୍ନ ହୋଇ ରୁହନ୍ତି ତେବେ ସେହି ମଣିଷ ତାର ଜୀବନରେ ସବୁ କିଛି ଖୁବ ସରଳ ଓ ସୁବିଧାରେ ପାଇଯିବ ।

ପିତୃ ଙ୍କର ଆଶୀର୍ବାଦ ଦ୍ଵାରା ସେହି ମଣିଷ କୁ ଜୀବନରେ ସଫଳତା ର ଶିଖର କୁ ଛୁଇଁବାକୁ କେହି ଅଟକାଇ ପାରିବେନି । ତେଣୁ ପ୍ରତ୍ଯେକ ମଣିଷ କୁ ନିଜ ଜୀବନରେ ନିଜର ପିତୃ ଙ୍କର ଶାନ୍ତି ନିମନ୍ତେ ତାଙ୍କର ପିଣ୍ଡ ଦାନ ଆଦି ପୂଜା କର୍ମ ମାନ ନିଶ୍ଚୟ କରିବା ଉଚିତ୍ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *