Vastu Tips- ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଭୁଲରେ ବି ଏହି ଦିଗରେ କରନ୍ତୁ ନାହିଁ ଭୋଜନ, କମ ଆୟୁରେ ହୋଇଥାଏ ମୃତ୍ୟୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ର ସମୟ ଏବଂ ପରସ୍ଥିତି ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି । ସମସ୍ତ ବ୍ୟକ୍ତି ସମୟ ଅନୁସାରେ ନିଜକୁ ମଧ୍ୟ ପରିବର୍ତ୍ତନ କରି ସାରିଛନ୍ତି । ପ୍ରାୟତଃ ବ୍ୟକ୍ତି ନିଜ ସଂସ୍କୃତି କୁ ଭୁଲି ଯାଉଛନ୍ତି ଯାହାର ପ୍ରଭାବ ଆମ ଜୀବନ ରେ ମଧ୍ୟ ପଡ଼ୁଛି ।

ଆଗ କାଳ ରେ ଲୋକମାନେ ଭୋଜନ କରିବା ସମୟ ରେ କିଛି ନିୟମ ର ପାଳନ କରୁଥିଲେ । ଯାହାଦ୍ୱାରା ସେମାନେ ସର୍ବଦା ସୁଖୀ ରହୁଥିଲେ । କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପରୀତ ହେଉଛି । ଯାହାଦ୍ୱାରା ଲୋକମାନେ ଅନେକ ରୋଗବ୍ୟାଧି ର ଶିକାର ହେଉଛନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ କେତେ ଗୁଡ଼ିଏ ନିୟମର ପାଳନ କରିବାକୁ ଉଲ୍ଲେଖନୀୟ ରହିଛି ଏବଂ ସେହି ନିୟମ କୁ ବୈଜ୍ଞାନିକ ଦୃଷ୍ଟି କୋଣ ରୁ ମଧ୍ୟ ସଠିକ ବୋଲି ବିବେଚନା କରା ଯାଇଛି । ତେବେ ଆଜି ଆମେ ଆପଣଙ୍କୁ ସେହି ନିୟମ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ପୂର୍ବ ଏବଂ ଉତ୍ତର ଦିଗ ଭୋଜନ କରିବା ନିମନ୍ତେ ସର୍ବୋତ୍ତମ ହୋଇଥାଏ । ଏହି ଦିଗରେ ଭୋଜନ କରିବା ଦ୍ୱାରା ସକରାତ୍ମକତା ଉର୍ଜା ସୃଷ୍ଟି ହୋଇଥାଏ । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ଏବଂ ଏହା ସହିତ ଯଶ ଏବଂ ପ୍ରତିଷ୍ଠା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ଙ୍କ ମାତା ପିତା ଜୀବିତ ଅଛନ୍ତି ସେମାନେ କେବେବି ଦକ୍ଷିଣ ଦିଗରେ ଭୋଜନ କରିବା ଉଚିତ ନୁହେଁ, ବରଂ ସେମାନେ ସର୍ବଦା ପଶ୍ଚିମ ଦିଗରେ ଭୋଜନ କରିବା ସର୍ବୋତ୍ତମ ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଭଙ୍ଗା ବା ଅସନା ବାସନ ରେ ଭୋଜନ କରିବା ଅନୁଚିତ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ କେବେବି ଏହି ଭୁଲ କରନ୍ତୁ ନାହିଁ । ଏହା ସହିତ କେବେବି ବିଛଣା ରେ ବସି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଆମ ଶରୀରର ତାପମାନ ବଢ଼ିଥାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୋଇନଥାଏ । ସର୍ବଦା ଚଟ୍ଟାଣ ରେ ବସି ଭୋଜନ କରିବା ଉଚିତ । ଏହାଦ୍ବାରା ଆମ ହଜମ କ୍ରିୟା ସଠିକ ଭାବରେ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟତଃ, କେବେବି ଖାଦ୍ୟ ଖାଇବା ପରେ ସେହି ଥାଳି ରେ ହାତ ଧୁଅନ୍ତୁ ନାହିଁ । ଏହାଦ୍ବାରା ମାତା ଅନ୍ନପୂର୍ଣ୍ଣା ଙ୍କ ଅପମାନ ହୋଇଥାଏ ଏବଂ ସର୍ବଦା ଯେତିକି ପରିମାଣ ରେ ଆବଶ୍ୟକ ସେତିକି ପରିମାଣରେ ଖାଦ୍ୟ ନେବା ଉଚିତ । ଏହି ସମସ୍ତ ନିୟମ ମାନିବା ଦ୍ବାରା ଜୀବନ ସୁସ୍ଥ ଓ ସୁଖମୟ ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, କେବେବି ଅନ୍ୟ ର ଥାଳି ରୁ ଭୋଜନ ଗ୍ରହଣ କରନ୍ତୁ ନାହିଁ । ଏହା ଅନୁଚିତ ଅଟେ । ସୁଦାମା ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଙ୍କ ଥାଳି ରୁ ଭୋଜନ ଗ୍ରହଣ କରିଥିଲେ । ଯାହାଦ୍ୱାରା ତାଙ୍କୁ ଦାରିଦ୍ର୍ୟତା ଭୋଗ କରିବାକୁ ପଡିଥିଲା । ତେଣୁ ସର୍ବଦା ନିଜ ଥାଳି ରେ ହିଁ ଭୋଜନ କରିବା ଉଚିତ ।

୫. ବନ୍ଧୁଗଣ ପଞ୍ଚମତଃ, ଏକାଦଶୀ ଦିନ ଭୁଲ ରେ ବି ଆମିଷ ଭୋଜନ କରନ୍ତୁ ନାହିଁ । ଏହି ଦିନ ମାଂସ ଓ ମଦିରା ସେବନ କରିବା ପାପ ସମାନ ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକାଦଶୀ ଦିନ ସାତ୍ତ୍ଵିକ ଆହାର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *