Jyotish Shastra- ରାଶି ଅନୁଯାୟୀ କେଉଁ ବାରରେ ବିବାହ କଲେ ବଢେ ଧନ, ଜୀବନ ହୁଏ ସୁଖମୟ

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ରାଶି ର ବ୍ୟକ୍ତିମାନେ କେଉଁ ବାରରେ ବିବାହ କଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ସୁଖପ୍ରଦ ମଧ୍ୟ ହୋଇଥାଏ । ଜୀବନସାଥି ଙ୍କ ସହିତ ବିବାହ ପରେ ସେମାନଙ୍କ ପାରିବାରିକ ଜୀବନ ବହୁତ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ଭାବେ ଜାଣିବା ।

୧:- ମେଷ ରାଶି, ମେଷ ରାଶିର ବ୍ୟକ୍ତି ମାନେ ମଙ୍ଗଳ ବାର ରେ ବିବାହ କଲେ ବିବାହ ପରେ ସେମାନଙ୍କର ସର୍ବାଙ୍ଗୀନୀ ଉନ୍ନତି ପରିଲକ୍ଷିତ ହୋଇଥାଏ । ପ୍ରତ୍ୟକ କ୍ଷେତ୍ରରେ ସେମାନେ ବହୁତ ଲାଭଦାୟକ ହୋଇଥାନ୍ତି ।

୨:- ବୃଷ ରାଶି, ଏହି ରାଶିର ବ୍ୟକ୍ତି ମାନେ ଶୁକ୍ରବାର ଦିନ ବିବାହ କରିଲେ ସେମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ମଧୁମୟ ଓ ସୁଖମୟ ହୋଇଥାଏ । ପ୍ରତ୍ୟକ ଟି କ୍ଷେତ୍ରରେ ସେମାନେ ଶୁଭ ଫଳ ମଧ୍ୟ ପ୍ରାପ୍ତ କରିଥାନ୍ତି ।

୩:- ମିଥୁନ ରାଶି, ମିଥୁନ ରାଶିର ବ୍ୟକ୍ତି ମାନେ ବୁଧବାର ଦିନ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ବିବାହ ପରେ ପ୍ରତ୍ୟକ କ୍ଷେତ୍ରରେ ଉନ୍ନତି ମଧ୍ୟ ଲାଭ କରିଥାନ୍ତି ।

୪:- କର୍କଟ ରାଶି, ଏହି ରାଶିର ବ୍ୟକ୍ତି ଯଦି ସୋମବାର ଦିନ ବିବାହ କରନ୍ତି ତେବେ ତାଙ୍କ ବୈବାହିକ ଜୀବନ ବହୁତ ଖୁସିରେ କଟିଥାଏ । ଏବଂ ଘରେ କେବେ ଅଶାନ୍ତି ସୃଷ୍ଟି ହୋଇନଥାଏ ।

୫:- ସିଂହ ରାଶି, ଏହି ରାଶିର ବ୍ୟକ୍ତି ଯଦି ରବି ବାରରେ ବିବାହ କରନ୍ତି ତେବେ ଏମାନଙ୍କୁ ସୁସନ୍ତାନ ଲାଭ ହୁଏ । ପରିବାରରେ ସୁଖଶାନ୍ତି ସର୍ବଦା ଲାଗି ରହିଥାଏ ।

୬:- କନ୍ୟା ରାଶି, ଏହି ରାଶିର ବ୍ୟକ୍ତି ମାନେ ଯଦି ବୁଧବାର ଦିନ ବିବାହ କରନ୍ତି ତେବେ ଏମାନଙ୍କ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖମୟ ହୋଇଥାଏ । ଏବଂ ପରିବାର ସବୁବେଳେ ହସ ଖୁସିରେ ରହିଥାଏ ।

୭:- ତୁଳା ରାଶି, ତୁଳା ରାଶିର ବ୍ୟକ୍ତି ବିଶେଷ ଯଦି ଶୁକ୍ରବାର ଦିନ ବିବାହ କରନ୍ତି ତେବେ ସୌଭାଗ୍ୟ ବୃଦ୍ଧି ସେମାନଙ୍କୁ ମିଳିଥାଏ ଏବଂ ପାରିବାରିକ ଜୀବନ ସୁଖ ରେ କଟିଥାଏ ।

୮:- ବିଛା ରାଶି, ଏହି ରାଶିର ବ୍ୟକ୍ତି ମାନେ ଯଦି ସୋମବାର ରେ ବିବାହ କରନ୍ତି ତେବେ ସେମାନେ ଆତ୍ମସୋନ୍ତୋଷ ଲାଭ କରନ୍ତି । ଏବଂ ପାରିବାରିକ ଜୀବନ ଓ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୯:- ଧନୁ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଗୁରୁବାର ଦିନ ବିବାହ କରନ୍ତି ତେବେ ସର୍ବମଙ୍ଗଳ ହୁଏ । ସବୁ କାର୍ଯ୍ୟରେ ଉନ୍ନତି କରିଥାନ୍ତି ।

୧୦:- ମକର ରାଶି, ଏହି ରାଶିର ବ୍ୟକ୍ତିବିଶେଷ ଯଦି ଶନିବାର ରେ ବିବାହ କରନ୍ତି ତେବେ ସର୍ବ ସୁଖ ସେମାନେ ଲାଭ କରନ୍ତି ।

୧୧:- କୁମ୍ଭ ରାଶି, କୁମ୍ଭ ରାଶିର ବ୍ୟକ୍ତି ମାନେ ଯଦି ଶନିବାର ରେ ବିବାହ କରନ୍ତି ତେବେ ବିବାହ ପରେ ଉନ୍ନତି ପରିଲକ୍ଷିତ ହୋଇଥାଏ । ପ୍ରେତେକ କ୍ଷେତ୍ରରେ ସେମାନେ ଜୟ ଯୁକ୍ତ ମଧ୍ୟ ହୁଅନ୍ତି ।

୧୨:- ମୀନ ରାଶି, ଏହି ରାଶିର ବ୍ୟକ୍ତି ବିଶେଷ ଯଦି ଗୁରୁବାର ରେ ବିବାହ କରନ୍ତି ତେବେ ପ୍ରତେକ ଟି କ୍ଷେତ୍ରରେ ସର୍ବ ସିଦ୍ଧି ଲାଭ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *