କେତେ ଶୁଭ ହୋଇଥାଏ ଉଚ୍ଚ କପାଳ ? ଶୁଣନ୍ତୁ ଏ ନେଇ କଣ କହିଲେ Astrologer Pragyan Tripathy

ନମସ୍କାର ବନ୍ଧୁଗଣ, ମଣିଷକୁ ଦେଖିବା ମାତ୍ରେ କିଛି ଲୋକ ତାଙ୍କ କାର୍ଯ୍ୟକଳାପ ଏବଂ ତାଙ୍କ ଆଚାର ବ୍ୟବହାରର ଅନୁମାନ ଲଗାଇ ଦେଇଥାନ୍ତି । କାରଣ ମଣିଷର ଶରୀର ଗଠନ ଏହାର ସୂଚନା ଦେଇଥାଏ । ତେବେ ସମସ୍ତଙ୍କୁ ଏହାର ସଠିକ ସୂଚନା ଜଣା ନଥାଏ ଯାହାଫଳରେ କିଛି ଲୋକ ଭୁଲ ମଧ୍ୟ କହିଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ ଉଚ୍ଚ କପାଳ ଭାବୁଥିବା ବ୍ୟକ୍ତିଙ୍କ ସହ ଜଡିତ ଥିବା ପ୍ରକୃତ କଥା ସମ୍ପର୍କରେ । କିଛି ଲୋକ କହିଥାନ୍ତି ଉଚ୍ଚ କପାଳ ମାନେ ଅଶୁଭ କିନ୍ତୁ ଆଜି ଆପଣ ଏହାର ସଠିକ ଉତ୍ତର ଜାଣିବେ ।

ଆଖି ପତା ଉପର ଠାରୁ ମୁଣ୍ଡ ଚୁଟିର ତଳ ପର୍ଯ୍ୟନ୍ତ ଥିବା ସ୍ଥାନକୁ କପାଳ କୁହାଯାଇଥାଏ । ଉଚ୍ଚା କପାଳର ଅର୍ଥ ଏହା ନୁହେଁ କି ଆପଣଙ୍କ କପାଳ ବାହାରକୁ ବାହାରି ଉପରକୁ ଉଠି ରହିବା । ଆଖି ପତା ଠାରୁ ମୁଣ୍ଡ ଚୁଟି ମଧ୍ୟରେ  ଯଦି ବେଶି ଦୂରତା ରହିଥାଏ ତେବେ ତାହାକୁ କୁହାଯାଏ ଉଚ୍ଚା କପାଳ ।

କିଛି ଲୋକ ଭାବିଥାନ୍ତି ଯାହାର କପାଳ ବାହାରକୁ ବାହାରି ଉଠି ରହିଥାଏ ତାହା ଉଚ୍ଚା କପାଳ ଅଟେ ଏବଂ ତାହା ଅଶୁଭ ଅଟେ ବୋଲି କିନ୍ତୁ ଏହା ଭୁଲ । ଏହା କେବେ ମଧ୍ୟ ଖରାପ ହୋଇନଥାଏ ଏହା ବହୁତ ଅଧିକ ଶୁଭ ହୋଇଥାଏ । ଯେଉଁ ନାରୀଙ୍କ ଆଖି ପତା ଠାରୁ ମୁଣ୍ଡ ଚୁଟିର ଦୂରତା ତିନି ଅଙ୍ଗୁଳିରୁ ଅଧିକ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ସେମାନେ ଯାହାକୁ ବିବାହ କରିଥାନ୍ତି ତଥା ତାଙ୍କ ସ୍ଵାମୀଙ୍କର ବହୁତ ଉନ୍ନତି ହୋଇଥାଏ । ଏପରି ନାରୀ ବିବାହ କରି ଯେଉଁ ଘରକୁ ଯାଇଥାନ୍ତି ସେହି ଘରର ଭାଗ୍ୟ ବଦଳି ଯାଇଥାଏ । ତେଣୁ ଯଦି ଆପଣଙ୍କ କପାଳର ଦୂରତା ତିନି ଅଙ୍ଗୁଳିରୁ ଅଧିକ ତଥା 4 ଅଙ୍ଗୁଳି ହୁଏ ତେବେ ସେମାନଙ୍କ ଭିତରେ ବହୁତ ଅଧିକ ଧର୍ଯ୍ୟ ରହିଥାଏ ।

ଏହି କପାଳ ଥିବା ଝିଅ ମାନେ ଯେତେବଳେ ତାଙ୍କ ଘରେ ଥାନ୍ତି ବିବାହ ପୂର୍ବରୁ ସେତେବେଳ ତାଙ୍କ ବାପଘରେ ମଧ୍ୟ ସୁଖ ସମୃଦ୍ଧି ଲାଗି ରହିଥାଏ । ଆଉ ବିବାହ ପରେ ଶାଶୁ ଘରକୁ ଆସିବା ପରେ ତାଙ୍କ ଶାଶୁ ଘର ତାଙ୍କ ନିଜ ଘର ହୋଇଥାଏ । ଯାହା ଫଳରେ ନିଜର ଭାଗ୍ୟରେ ସେ ସେମାନଙ୍କ ଭାଗ୍ୟକୁ ମଧ୍ୟ ଚମକାଇ ଦେଇଥାନ୍ତି ।

ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ମଧ୍ୟ କିଛି ମାତ୍ରାରେ ତାଙ୍କ ଜୀବନରେ ଶୁଭ ପରିବର୍ତ୍ତନ ଦେଖିବାକୁ ପାଇଥାନ୍ତି । ଏମାନଙ୍କ ହାତରେ ଲକ୍ଷ୍ମୀ ସର୍ବଦା ରହିଥାନ୍ତି । ଏମାନଙ୍କ ପାଖରେ ସଞ୍ଚୟ କରିବାର ଗୁଣ ରହିଥାଏ । ସମସ୍ତଙ୍କୁ ଏମାନେ ନିଜର ଭଲ ପାଇବା ଦେଇଥାନ୍ତି । କରୁଥିବା କାର୍ଯ୍ୟକୁ ସର୍ବଦା ଭଲ ପାଇବାର ସହ ନିଜର ସତ ପ୍ରତିଶତ ଲଗାଇ ଏମାନେ କରିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *