କାର୍ତ୍ତିକ ପୂର୍ଣ୍ଣିମାରେ ନିଜ ପର୍ସରେ ରଖନ୍ତୁ ଏହି ୯ ଟି ମଧ୍ୟରୁ ଯେ ଗୋଟିଏ 1 ଜିନିଷ, ହେବ ଧନର ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆର ଏପରି କୌଣସି ବ୍ୟକ୍ତି ନାହିଁ । ଯାହାର ଜୀବନରେ ପଇସାର ଆବଶ୍ୟକତା ନାହିଁ ବା ତା’ ର ପଇସା ପ୍ରତି ଲୋଭ ନାହିଁ । ତେଣୁ ପ୍ରତ୍ଯେକ ବ୍ୟକ୍ତି ନିଜର କଠିନ ପରିଶ୍ରମ କରି ଟଙ୍କା କମାଇବାକୁ ଚେଷ୍ଟା କରିଥାଏ । ପ୍ରତ୍ଯେକ ମନୁଷ୍ୟ ସୁଖ ଶାନ୍ତିରେ ରହିବାକୁ ଟଙ୍କା କମାଇବା ସହିତ ଟଙ୍କାକୁ ଅଧିକରୁ ଅଧିକ ବୃଦ୍ଧି କରିବା ପାଇଁ ନିହାତି ଭାବରେ ଶୁକ୍ରବାର ଦିନ ଏହି ଉପାୟ କରନ୍ତୁ । ଧନର ଦେବୀ ମା ଲକ୍ଷ୍ମୀ ସବୁ ଧନର ସମସ୍ଯାକୁ ଦୂର କରି ଦେଇଥାନ୍ତି ।

ତେଣୁ ଟଙ୍କା ରଖୁଥିବା ସ୍ଥାନରେ ବା ପର୍ସରେ ମା ଲକ୍ଷ୍ମୀ କୌଣସି କଇନ୍ ଉପରେ ବସିଥିବା କଇନ୍ ରଖନ୍ତୁ । ଏପରି କରିବା ଦ୍ଵାରା ଆର୍ଥିକ ସ୍ଥିତି କେବେ ମଧ୍ୟ ଖରାପ ହୋଇନଥାଏ । ଶାସ୍ତ୍ର ଅନୁସାରେ ଓସ୍ତ ଗଛର ଅନେକ ଶାସ୍ତ୍ରୀୟ ମାନ୍ୟତା ରହିଅଛି । ଓସ୍ତ ଗଛର ପତ୍ରକୁ ପୂଜା କରି କୌଣସି ଏକ ଭଲ ଦିନ ଦେଖି ପର୍ସରେ ରଖୀଦିଅନ୍ତୁ । ଯାହା ଦ୍ଵାରା ପର୍ସରେ କେବେ ମଧ୍ୟ ଟଙ୍କାର ଅଭାବ ରହିନଥାଏ ।

ଓସ୍ତ ପତ୍ରକୁ ଆଣିବା ସମୟରେ ଭଲ ପତ୍ର ଆଣନ୍ତୁ । ଫଟା କିମ୍ବା କଣା ପତ୍ର ଆଣନ୍ତୁ ନାହିଁ । ଏକ ନାଲି କାଗଜ ଆଣି ତାହା ଉପରେ ନିଜ ମନସ୍କାମନା ଲେଖି ଠାକୁର ଘରେ ନେଇ ବିଧିବିଧାନ ସହ ପୂଜା କରିଦିଅନ୍ତୁ । କୌଣସି ଏକ ଭଲ ଦିନ ଦେଖି ଏହାକୁ ନିଜ ପର୍ସରେ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ନିହାତି ଭାବେ ମଙ୍ଗଳ ହୋଇଥାଏ ।

ଅକ୍ଷତ ଅରୁଆ ଚାଉଳକୁ ପର୍ସରେ ରଖିବାର ଅନେକ ମହତ୍ଵପୂର୍ଣ୍ଣ ମାନ୍ୟତା ରହିଛି । ତେଣୁ କିଛି ଅରୁଆ ଚାଉଳ ଆଣି ତାହାକୁ ନିଜ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ସାରିବା ପରେ ଭଲ ଦିନ ଦେଖି ପର୍ସରେ ନେଇ ରଖିଦିଅନ୍ତୁ । ଏପରି କରିବା ଦ୍ଵାରା ଯେଉଁ ବ୍ୟକ୍ତି ମାନଙ୍କର ଅଯଥା ଖର୍ଚ ହେଉଥିବ । ସେମାନଙ୍କର ନିଜ ବେୟ ଉପରେ ସଂଯମ ଆସିଯିବ ।

ଯାହା ଦ୍ଵାରା ତାଙ୍କର ତାଙ୍କର ଅଯଥା ଟଙ୍କା ଖର୍ଚ ହେବ ନାହିଁ । ନିଜ ପର୍ସରେ ଏକ ଛୋଟିଆ କାଚର ଖଣ୍ଡ ଏକ କପଡାରେ ଗୁରାଇ କିମ୍ବା ଛୁରୀ ଟିଏ ରଖିବା ଦ୍ଵାରା ଧନ ବୃଦ୍ଧି ହେବା ସହ ଅଯଥା ଖର୍ଚ ମଧ୍ୟ ହୋଇନଥାଏ । ଗୋମତୀ ଚକ୍ର ଓ କଉଡି ପର୍ସରେ ରଖିବାକୁ ଅତ୍ୟନ୍ତ ଶୁଭ ମନାଯାଇଥାଏ । ଏହାକୁ ରଖିବା ଦ୍ଵାରା ମା ଲକ୍ଷ୍ମଙ୍କର ସର୍ବଦା ଆପଣଙ୍କ ଶୁଭ ଦୃଷ୍ଟି ରହିଥାଏ ।

ପର୍ସରେ ସୁନା କିମ୍ବା ରୂପାର କଇନ୍ ରଖିବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ କିନ୍ତୁ ଏହି କଇନ୍ କୁ କୌଣସି ମନ୍ଦିର ବା ଠାକୁର ଘରେ ପୂଜା କରି ରଖିବା ଉଚିତ । ଧନ ଜାତୀୟ କାର୍ଯ୍ୟ କରିବା ପାଇଁ କୌଣସି ପୂର୍ଣ୍ଣିମାର ଶୁକ୍ରବାର ଦିନ କରିବାକୁ ଶୁଭ କୁହାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *