କ’ ଣ ଆପଣଙ୍କର ରହିଛି କି ଉଚ୍ଚ ରକ୍ତଚାପ ! High BP ଦୂର କରନ୍ତୁ ବାସ୍ କିଛି ଦିନ ମଧ୍ୟରେ… Dr Salim Zaidi

ନମସ୍କାର ବନ୍ଧୁଗଣ ,ଉଚ୍ଚ ରକ୍ତଚାପ ହେଉଛି ଏକ ଏପରି ରୋଗ ଯାହା ପରିବାର ରେ ଦେଖାଯାଇଥାଏ । ଯଦି ବ୍ୟକ୍ତି କୁ ଉଚ୍ଚ ରକ୍ତଚାପ  ହୋଇଥାଏ  ତେବେ ଜୀବନସାରା ଔଷଧ ଖାଇବାକୁ ପଡିଥାଏ ।  କିନ୍ତୁ ଯଦି ଆମେ ନିଜର ଜୀବନ ଶୈଳୀକୁ ଆପେଣଇ କିଛି ଉପାୟ କୁ କରି ଏହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିପାରିବା।

ଆଜି ମୁଁ  ଆପଣଙ୍କୁ ଦୁଇଟି ଘରୋଇ ଉପାୟ ବିଷୟରେ କହିବି ଯାହାକୁ ଆପଣ ନିଜେ ଘରେ ପ୍ରସ୍ତୁତ କରି ଆପଣଙ୍କର ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିପାରିବେ । ଉଚ୍ଚ ରକ୍ତଚାପ ବିଶେଷ କରି ଦୁଇଟି କାରଣ ଯୋଗୁଁ ହୋଇଥାଏ । ପ୍ରଥମତ ରକ୍ତ ର ପରିମାଣ ଓ ଦ୍ଵିତୀୟତ ରକ୍ତ ଉପରେ ପଡୁଥିବା ଚାପ ଯୋଗୁଁ ହୋଇଥାଏ।ରକ୍ତଚାପ ର ନିଯନ୍ତ୍ରଣ  ପାଇଁ ଲୁଣ କମ୍  ଖାଇବା ଉଚିତ୍। ଏହା କରିବା ଦ୍ଵାରା ଉଚ୍ଚ ରକ୍ତଚାପ ହ୍ରାସ ହୋଇଥାଏ ।

ଏହା ସହିତ ସଠିକ ସମୟ ରେ ଶୋଇବା , କମ୍ ଚିନ୍ତା କରିବା,ସିଗାରେଟ ବା ନିଶା ଦ୍ରବ୍ୟର ସେବନ ନ କରିବା ଆଦି ପ୍ରତି ଦ୍ରୁଷ୍ଟି ଦେବା ।ପ୍ରତ୍ୟେକ  ଦିନ ଯୋଗ ବ୍ୟାୟମ କରିବା ଦ୍ଵାରା ଶରୀରରେ ରକ୍ତ ଠିକ ଭାବରେ ପ୍ରବାହିତ ହୋଇଥାଏ ।  ଏହା ଦ୍ଵାରା ଆମ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।  ଏହା ସହିତ ଅଧିକ ତେଲ ଯୁକ୍ତ ଖାଦ୍ୟ ଓ ଆମିଷ ଜାତୀୟ ଖାଦ୍ୟ ରୁ ଦୂରେଇ ରହିବା ଉଚିତ ।

ଆମିଷ ଜାତୀୟ ଖାଦ୍ୟ କୁ ଖାଇବାରୁ ଶରୀର ଭିତରେ କୋଲଷ୍ଟ୍ରୋଲ ବୃଦ୍ଧି ହୋଇଥାଏ ଏହା ଆମ ରକ୍ତ ର ପ୍ରବାହ ରେ ବାଧା ସୃଷ୍ଟି କରିଥାଏ ।ଏହା ଦ୍ଵାରା ଉଚ୍ଚ ରକ୍ତଚାପ ହୋଇଥାଏ । ଆସନ୍ତୁ ଜାଣିବା ଦୁଇଟି ଉପାୟ ବିଷୟରେ   1- ଏଥିପାଇଁ ଆବଶ୍ୟକ ଉପାଦାନ ହେଉଛି ଆପେଲ ଭିନେଗାର,ମହୁ । ପ୍ରଥମେ ଏକ ଗ୍ଳାସ ରେ ଗରମ ପାଣି ନେଇ ଏଥିରେ ଏକ ଚାମଚ ମହୁ ,ଅଧା ଚାମଚ  ଆପେଲ ଭିନେଗାର ମିଶେଇ ସକାଳେ ଖାଲି ପେଟରେ ଏହାର ସେବନ କରିବା ଉଚିତ ।

ସବୁ ଦିନ ଏହାକୁ ପିବା ଦ୍ଵାରା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲ କୋମିଥାଏ ଏବଂ ରକ୍ତ ର ପ୍ରବାହ ସଠିକ ହୋଇଥାଏ । 2- ଏହି ଘରୋଇ ଉପାୟ ପାଇଁ ଆବଶ୍ୟକ ଉପାଦାନ ହେଉଛି କମଳା ଜୁସ ଓ ନଡିଆ ପାଣି  । ଏହାକୁ ଦୁଇ ଅନୁପାତ ଏକ ଭାବରେ ପ୍ରସ୍ତୁତ କରିବାକୁ ହେବ ମାନେ ଦୁଇ ଭାଗ କମଳା ଜୁସ ରେ ଏକ ଭାଗ ନଡିଆ ପାଣି ମିଶେଇ ଏହାକୁ ଗ୍ରହଣ କରିବାକୁ ହେବ ।

ଦିନକୁ ଦୁଇ ଥର ଏହାକୁ ପିଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ । କମଳା ଆମ ଶରୀର ରେ ଥିବା କୋଲେଷ୍ଟ୍ରୋଲ କମେଇବା  ରେ ସାହାଯ୍ୟ କରିଥାଏ ।ଏଇ ଦୁଇଟି ଉପାୟ କୁ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରି ରକ୍ତଚାପ କୁ ନିୟନ୍ତ୍ରିତ କରନ୍ତୁ । ଏଭଳି ପୋଷ୍ଟ ପାଇ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

 

Leave a Reply

Your email address will not be published. Required fields are marked *