Jyotish Shastra- କାଲି ଠାରୁ ଶେଷ ହେବ ଶନି ସାଢେସାତୀ, ଏହି 5 ଟି ରାଶିଙ୍କୁ ମିଳିବ ଅପାର ଖୁସି !

ବନ୍ଧୁଗଣ, ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନାୟାଧିଷ ବୋଲି କୁହାଯାଇଥାଏ । ମନ୍ୟୁଷ ଜୀବନରେ ଯାହାବି ଭଲ କିମ୍ବା ମନ୍ଦ ହୋଇଥାଏ ତାହା ଶନିଦେବଙ୍କ କାରଣରୁ ହିଁ ହୋଇଥାଏ । ବେଳେବେଳେ କଷ୍ଟ କାମ ବହୁତ ସହଜରେ ହୋଇଯାଇଥାଏ, ଏବଂ ବେଳେବେଳେ ସହଜ କାମ ମଧ୍ୟ ବହୁତ କଷ୍ଟ କଲାପରେ ମଧ୍ୟ ହୋଇନଥାଏ । ଶନିଦେବ ଜାତକ ଦ୍ଵାରା ହୋଇଥିବା ପାପ କର୍ମପାଇଁ ସଠିକ ସମୟ ଆସିଲେ ନିଶ୍ଚିତ ଦଣ୍ଡ ଦେଇଥାନ୍ତି ।

ଶନିଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଉପାୟ ଦିଆଯାଇଛି । ସେଗୁଡିକ ହେଲା ହନୁମାନଙ୍କ ଉପାସନା, ଶନି ଚାଳିଶାର ପଠନ କରିବା, ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା, ସୂର୍ଯ୍ୟଦେବଙ୍କ ଉପାସନା, ଶନି ଦେବଙ୍କ ମନ୍ତ୍ର ସବୁଦିନ ପଠନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଉପବାସ କରିବା ଏବଂ ଗରିବ ଲୋକଙ୍କୁ କିଛି ଦାନ କରିବା ବହୁତ ମହତ୍ତ୍ଵପୂର୍ଣ୍ଣ ହୋଇଥାଏ ।

ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା କେବେବି ଶନି ମହାରାଜ ଆପଣଙ୍କ ଉପରେ ଖରାପ ଦୃଷ୍ଟି ପକାନ୍ତି ନାହିଁ । ସବୁ ଶନିବାର ଦିନ କିଛି ଗରିବ ଲୋକଙ୍କୁ ଭୋଜନ କରିବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଶନିଦେବ କୃପା କରିଥାନ୍ତି । କିଛି ରାଶି ମାନଙ୍କର ଶନିଙ୍କ ସାଢେ଼ସାତ ନଜର ଶେଷ ହେବାକୁ ଯାଉଅଛି । ତେବେ ଆସନ୍ତୁ ଜାଣିବା ସେହି ୫ ଟି ରାଶିମାନଙ୍କ ବିଷୟରେ ଯାହାଙ୍କ ଜୀବନରେ ବହୁତ କିଛି ଉନ୍ନତି ହେବାକୁ ଯାଉଅଛି ।

୧:- ବୃଷ ରାଶି, ବୃଷ ରାଶିର ବ୍ୟକ୍ତି ମାନଙ୍କର ଶନିଙ୍କ ସାଢେ଼ସାତ ଶେଷ ହୋଇଯାଇଛି । ସେଥିପାଇଁ ଏହି ରାଶିର ଲୋକମାନଙ୍କୁ ଧନ ଲାଭର ଯୋଗ ବନୁଅଛି । ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ । ଭଗବାନ ଶନିଙ୍କ କୃପାରୁ ଆପଣଙ୍କୁ ଧନ ଲାଭ ହେବ । ଘର ଏବଂ ପରିବାରରେ ସୁଖଶାନ୍ତି ରହିବ ।

୨:- ମିଥୁନ ରାଶି, ମିଥୁନ ରାଶିରେ ଶନିଙ୍କ ଖରାପ ଦୃଷ୍ଟି ଚାଲିଅଛି । ଶନି ଗ୍ରହର ଅସ୍ତ ଆପଣଙ୍କ ପାଇଁ ଶୁଭ ପରିଣାମ ନେଇ ଆସୁଅଛି । ନୂତନ କାର୍ଯ୍ୟରେ ଆପଣ ଯୋଗଦେବେ । ପାରିବାରିକ ଜୀବନ ସୁଖମୟ ରହିବ । କିଛି ବି ଦୃଢ଼ ନିଷ୍ପତି ନେବା ଆଗରୁ ଭଲ କରି ଆଉଥରେ ଚିନ୍ତା କରନ୍ତୁ ।

୩:- ମେଷ ରାଶି, ମେଷ ରାଶିର ବ୍ୟକ୍ତିମାନେ ସବୁ କାର୍ଯ୍ୟରେ ସଫଳତା ପାଇବେ । କୌଣସି କାମକୁ ଶୀଘ୍ରତାର ସହ କରନ୍ତୁ ନାହିଁ । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଭାବିଚିନ୍ତି ନିର୍ଣ୍ଣୟ କରନ୍ତୁ । ଆକସ୍ମିକ ଧନ ଲାଭର ଯୋଗ ବନୁଅଛି । ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ଉନ୍ନତି କରିବେ ।

୪:- ତୁଳା ରାଶି, ତୁଳା ରାଶି ଲୋକମାନଙ୍କର ଶନି ସାଢେ଼ସାତର ପ୍ରଭାବ ସମାପ୍ତ ହୋଇଛି । ଶନି ଗ୍ରହର ସମାପ୍ତ ହେବା ତୁଳା ରାଶି ପାଇଁ ବହୁତ ଲାଭଦାୟକ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ଆସିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହିବ ନାହିଁ ।

୫:- ଧନୁ ରାଶି, ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନ ପ୍ରାପ୍ତିର ଯୋଗ ବନୁଅଛି । ମିତ୍ର ମାନଙ୍କର ଆପଣଙ୍କ ପ୍ରତି ସହଯୋଗ ରହିବ । ମନୋବଳ ଏବଂ ଆତ୍ମବଳ ଉଚ୍ଚରେ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *