କୁମ୍ଭ ସଙ୍କ୍ରାନ୍ତି (13 February), କରନ୍ତୁ ଏହି 3 ଟି କାମ, ଜୀବନରେ ସବୁ ଦୁଃଖ ଓ ଯନ୍ତ୍ରଣାରୁ ମିଳିବ ମୁକ୍ତି !

ବନ୍ଧୁଗଣ, ସୂର୍ଯ୍ୟ ଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଙ୍କ୍ରାନ୍ତି କୁହାଯାଇଥାଏ । ପଛ ମାସରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥିଲେ । ଯାହାକୁ ମକର ସଙ୍କ୍ରାନ୍ତି ନାମରେ ଆୟୋଜନ କରାଯାଇଥିଲା । ମାତ୍ର କାଲି ପବିତ୍ର କୁମ୍ଭ ସଙ୍କ୍ରାନ୍ତି । ୧୩ ଫେବ୍ରୁଆରି ୨୦୨୨ ରବିବାରକୁ ପାଳନ କରାଯିବ । ୧୩ ଫେବ୍ରୁଆରି କୁ ସୂର୍ଯ୍ୟ ଦେବ ଅପରାହ୍ନ ୨.୧୮ ମିନିଟ ରେ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ।

ଏଥିଲାଗି ଏହି ପବିତ୍ର ଦିନକୁ କୁମ୍ଭ ସଙ୍କ୍ରାନ୍ତି ନାମରେ ପାଳନ କରାଯାଇଥାଏ । ଏଣୁ ଆପଣ ମାନେ ଏହି ପବିତ୍ର କୁମ୍ଭ ସଙ୍କ୍ରାନ୍ତି ଦିନ ଆପଣ ମାନେ କରି ନିଅନ୍ତୁ ଏହି ୩ ଟି ଉପାୟ । ଏହାକୁ କରିବା ଦ୍ଵାରା ଜୀବନର ସମସ୍ତ ଦୋଷ ର ନିବାରଣ ହୋଇଯାଇଥାଏ । ଆପଣଙ୍କୁ ସମସ୍ତ ପ୍ରକାରର ଦୁଖ କଷ୍ଟ ରୁ ମୁକ୍ତି ମିଳିଥାଏ ।

୧- ସକାଳୁ ସକାଳୁ ଆପଣ ବ୍ରହ୍ମ ମୂହୁର୍ତ୍ତ ରୁ ଉଠିଯିବେ, ଏବଂ ଘର ସଫା କରିନେବେ । ଏହାପରେ ସ୍ନାନ କରିନେବେ । ଯଦି ଆପଣଙ୍କ ଘର ପାଖରେ କିଛି ଶୁଦ୍ଧ ପବିତ୍ର ନଦୀ ଥିବ ତେବେ ଆପଣ ସେଟାକୁ ଯାଇ ସ୍ନାନ କରିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ଯଦି ସେମିତି କିଛି ଆପଣଙ୍କ ଘର ପାଖରେ ନାହିଁ । ଘରେ ବାଥ୍ରୁମ, କୂପ ଏବଂ ନଳକୂପ ରେ ଗାଧୋଇ ପାରିବେ । ଏବଂ ଗାଧୋଇ ସାରିବା ପରେ ଆପଣ ସ୍ଵଛ ବସ୍ତ୍ର ଧାରଣ କରିନେବେ ।

ଏହାପରେ ସୂର୍ଯ୍ୟ ଦେବ ଙ୍କ ଉପାସନା କରିବେ । ଏହାଦ୍ବାରା ଆପଣଙ୍କୁ ସଫଳତା ମିଳିବ । ସୂର୍ଯ୍ୟଦେବ ହେଉଛନ୍ତି ସକଳ ଶକ୍ତି ର ଆଧାର । ତେଣୁ ଯେଉଁ ମଣିଷ ସକଳ ଶକ୍ତି ର ଆଧାର ଙ୍କ ସହିତ ସକାଳୁ ଯୋଡି ହୋଇ ନିଜର ଦିନ ସୂର୍ଯ୍ୟ ଦେବଙ୍କ ସହିତ ଆରମ୍ଭ କରିଥାଏ, ସେ ନିଜ ଜୀବନରେ କେବେ ମଧ୍ୟ ହାରି ନଥାଏ । ଏହାଦ୍ବାରା ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ ।

୨- ଯେଉଁ ପ୍ରକାରରେ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଦାନ ର ମହତ୍ଵ ରହିଛି ସେହିଭଳି ସଙ୍କ୍ରାନ୍ତି ରେ ମଧ୍ୟ ଦାନ କରିଲେ ତାହାର ମହତ୍ଵ ରହିଛି । ଆପଣଙ୍କ ପକ୍ଷେ ଯାହା ସମ୍ଭବ ହେବ ଆପଣ ତାହାକୁ ଅନ୍ୟକୁ ଦାନ କରିବା ନିଶ୍ଚିତ ଆବଶ୍ୟକ । ଅଳ୍ପ କିଛି ଚାଉଳ, ଜଳ, ପନିପରିବା, ଫଳ ଅଥବା କିଛି ବସ୍ତ୍ର ଇତ୍ୟାଦି ଜିନିଷ ମଧ୍ୟରୁ ଯାହା ଆପଣଙ୍କ ପାଖରେ ସମ୍ଭବ ହେବ ଆପଣ ତାହାକୁ ନିଶ୍ଚିତ ଭାବରେ ଦାନ କରନ୍ତୁ ।

୩- ଏହି ପବିତ୍ର କୁମ୍ଭ ସଙ୍କ୍ରାନ୍ତି ଦିନ ଭୁଲ ରେ ମଧ୍ୟ ଆପଣ ଆମିଷ ଖାଇବେ ନାହିଁ । ଏହା ସହିତ ପିଆଜ ରଶୁଣ ମଧ୍ୟ ସେବନ କରନ୍ତୁ ନାହିଁ । କାରଣ ଏହା ମଧ୍ୟ ଆମିଷ ରେ ଗଣା ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *