କାହିଁକି ସିଂହଦ୍ବାରାରେ ଯାଆନ୍ତି ନାହିଁ ଗଜପତି ମହାରାଜ ? ଜାଣନ୍ତୁ ରହସ୍ୟ ! (Suryanarayan Rathsharma)

ଓଡିଶାରେ ସ୍ଥିତ ବିଶ୍ଵ ବିଖ୍ୟାତ ଶ୍ରୀ ଜଗନ୍ନାଥ ଧାମ ପୁରୀ ଆମ ଅଆଦିଶର ଗର୍ବ ଗୌରବ ଅଟେ । ଏଠାକାର ଠାକୁର ଏଠାକାର ମହାପ୍ରସାଦ ଓ ଏଠାକାର ସଂସ୍କୃତି ମଧ୍ୟ ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ଏଠାକାର ପ୍ରତ୍ଯେକ ବିଷୟ ଉପରେ କିଛି କିଛି ମହତ୍ଵ ଓ କିମ୍ବଦନ୍ତି ମାନ ରହିଅଛି । ଆଜିର ସମୟ ଏତେ ବଦଳି ଗଲାଣି ଯେ ଆଜି ଆଉ ପୂର୍ବ ଭଳି ରାଜା ସ୍ଥାନ ସ୍ଥାନ ରେ ନାହାନ୍ତି । ରାଜା ଙ୍କ ସ୍ଥାନରେ ନେତା ମାନେ ଦେଖିବାକୁ ମିଳୁଛନ୍ତି । କିନ୍ତୁ ଶ୍ରୀକ୍ଷେତ୍ର ପୁରୀ ରେ ଆଜି ପର୍ଯ୍ୟନ୍ତ ରାଜା ଅଛନ୍ତି ।

ପୁରୀ ରେ ରାଜା ଙ୍କୁ ଗଜପତି ବୋଲି କୁହାଯାଇଥାଏ । ପ୍ରତିବର୍ଷ ରଥଯାତ୍ରା ସମୟ ରେ ରାଜା ନିଯେ ମହାପ୍ରଭୁ ଏନକେଆର ରଥ ଉପରେ ବିରାଜ କରିବା ପୂର୍ବରୁ ରଥ କୁ ସ୍ଵର୍ଣ୍ଣ ର ଝାଡୁ ସାହାର୍ଯ୍ୟ ରେ ପହଁରି ଓଳାଇ ଥାଆନ୍ତି । କିନ୍ତୁ ସେହି ସମୟ ରେ ରାଜା ସିଂହ ଦ୍ଵାର ପରିବର୍ତେ ଶ୍ରୀ ମନ୍ଦିର କୁ ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥାନ୍ତି ।

ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା ଏହା ଉପରେ ନିଅଜର ଅତ୍ୟନ୍ତ ସୁନ୍ଦର ମତ ପ୍ରଦାନ କରିଥିଲେ । ଯେପରି କି ଗଜପତି ଏକ ଅନୁଷ୍ଠାନ ଅଟନ୍ତି । ସେ ଏକ ବ୍ୟକ୍ତି ନୁହନ୍ତି । ମହାରାଜା ଇନ୍ଦ୍ରଦୁମ୍ନ ଙ୍କ ପ୍ରତିନିଧିତ୍ଵ ଅନୁସାରେ ସେ ମହାପ୍ରଭୁ ଙ୍କର ସେବା ପୂଜା ଆଦି କରିଥାନ୍ତି । ସମସ୍ତ ରାଜ ନୀତି ବନ୍ଦାପନା କରିଥାନ୍ତି ।

ଛେରା ପହଁରା ମଧ୍ୟ କରିଥାନ୍ତି । ମହାରାଜା ଇନ୍ଦ୍ରଦୁମ୍ନ ଙ୍କ ପରେ ଯେତେ ସବୁ ରାଜା ମାନେ ଆସିଛନ୍ତି ସେମାନେ ସମସ୍ତେ ଏହି ନୀତି କୁ ନିଜର ସୌଭାଗ୍ୟର ଭାବି ଅତି ସୁନ୍ଦର ଭାବରେ ପାଳନ କରିଛନ୍ତି ।

ଏହି ପବିତ୍ର ସେବା ମଧ୍ୟ ମହାପ୍ରଭୁ ସ୍ଵୀକାର କରିଥାନ୍ତି । ରାଜା ଙ୍କର ଅନୁପସ୍ଥିରେ ମୁଦିରଥ ରାଜା ଙ୍କର ଏହି ସେବା ଗୁଡିକୁ କରିଥାନ୍ତି । ଯେତେବେଳେ ରାଜା ଙ୍କର ମନ ହୋଇଥାଏ ମହାପ୍ରଭୁ ଙ୍କର ଦର୍ଶନ କରିବା ପାଇଁ ରାଜା ସେହି ସମୟ ରେ ମହାପ୍ରଭୁ ଙ୍କର ଦର୍ଶନ କରିବାକୁ ଯାଇଥାନ୍ତି । ପୁରୀ ଶ୍ରୀ ମନ୍ଦିରର ସାଧାରଣତଃ 4 ଟି ଦ୍ଵାର ରହିଛି । ପୂର୍ବ ଦ୍ଵାର, ପଶ୍ଚିମ ଦ୍ଵାର, ଉତ୍ତର ଦ୍ଵାର, ଦକ୍ଷିଣ ଦ୍ଵାର ।

ସାଧାରଣତଃ କ୍ଷତ୍ରିୟ ମାନେ ଯେତେବେଳେ ମନ୍ଦିର କୁ ସେବା କରିବାକୁ ଯିବେ ସେ ଦକ୍ଷିଣ ଦ୍ଵାର ଦେଇ ଯିବେ । ଏହି ଦ୍ଵାର ଦେଇ ଯାଇ ମହା ପ୍ରଭୁ ଙ୍କର ସେବା କରିବା ଏହା ଶ୍ରୀ ମନ୍ଦିର ର ରୀତି ନୀତି ଅଟେ । ସାଧାରଣ ସମୟରେ ଯିବା ସମୟରେ ସେ ପୂର୍ବ ଦ୍ଵାର ଦେଇ ଯାଇ ପାରନ୍ତି । କିନ୍ତୁ ବିଶେଷ ଭାବରେ ସେ ଡାକିନ ଦ୍ଵାର ବା ଅଶ୍ଵ ଦ୍ଵାର ଦେଇ ଯାତ୍ରା କରିଥାନ୍ତି । ଓ ମହାପ୍ରଭୁ ଙ୍କର ଦର୍ଶନ ମଧ୍ୟ କରିଥାନ୍ତି ।

ରାଜା ହେଉଛି ଶ୍ରୀ କ୍ଷେତ୍ର ରେ ମହାରାଜ ଇନ୍ଦ୍ରଦୁମ୍ନ ଙ୍କର ପ୍ରଣିଧି ସ୍ୱରୂପ । ସେ ରୀତି ନୀତି ଅନୁସାରେ ମହାପ୍ରଭୁ ଙ୍କର ସେବା ପୂଜା କରିଥାନ୍ତି । ତାଙ୍କୁ ଚଳନ୍ତା ବିଷ୍ଣୁ ବୋଲି ସମସ୍ତ ରାଜ୍ୟ ସମ୍ମାନ ଦେଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଆପଣ ମାନେ ଏହାକୁ ଲାଇକ ଓ ସେୟାର କରିଆକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *