ଜୀବନରେ କେବେ ବି ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ନ ହେଲେ ସାରା ଜୀବନ କାନ୍ଦୁଥିବେ – Chanakya Niti

କେଉଁ କେଉଁ କର୍ମ କଲେ ମନୁଷ୍ୟ ନିଜର ବ୍ୟକ୍ତିଗତ ଜୀବନରେ କାନ୍ଦିଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦୁନିଆରେ ଅନେକ ଲୋକ ଚେଷ୍ଟା, ଉଦ୍ୟୋଗ, ପରିଶ୍ରମ କରି ବହୁତ ଧନ କମେଇଥାନ୍ତି ।

କିନ୍ତୁ ସେହି ଧନ ର ସଠିକ ବ୍ୟବହାର କରିପାରନ୍ତି ନାହିଁ । ଏହା ହେବାଦ୍ୱାରା ତାଙ୍କ ଦ୍ୱାରା ଅର୍ଜିତ ସମସ୍ତ ଧନ ବ୍ୟର୍ଥ ହୋଇଯାଇଥାଏ । ଯାହାକୁ କି ସେମାନେ ପଶ୍ଚାତାପ କଲେ ମଧ୍ୟ ଫେରିପାଇବା ପାଇଁ ବହୁତ ସମୟ ଲାଗିଥାଏ ।

 

ମାତ୍ର ଅର୍ଥଶାସ୍ତ୍ର ର ରଚୟିତା ଚାଣକ୍ୟ ଙ୍କର ଏମିତି କିଛି ବାଣୀ ଅଛି ଯାହା ଦ୍ୱାରା ଏହାକୁ ବଦଳାଇ ଯାଇ ପାରିବ ।  ଆଚାର୍ଯ୍ୟ ଚାଣକ୍ୟ ସର୍ବଦା ଜ୍ଞାନକୁ ମହତ୍ଵ ଦେଇଆସିଛନ୍ତି । ଜ୍ଞାନକୁ ଆଧାର କରି ବ୍ୟକ୍ତି ସବୁକ୍ଷେତ୍ର ରେ ବିଜୟ ଲାଭ କରିଛି । ଏହିଜ୍ଞାନ ବ୍ୟକ୍ତି ଜୀବନର ମହତ୍ଵ ଖୁବ ଭଲଭାବରେ ବୁଝେଇ ଦେଇ ଥାଏ । ମାତ୍ର ଏହି ଜ୍ଞାନ କୁ ସମସ୍ତେ ହାସଲ କରିବା ଦ୍ୱାରା ଏହିଜ୍ଞାନ ଏହିଜ୍ଞାନ ବେଳେ ବେଳେ ଦୁଃଖ ଦାୟକ ହୋଇଥାଏ ।

ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ସଦା ସର୍ବଦା କୁହନ୍ତି ଯେ ଜ୍ଞାନ ସେହିଭଳି ବ୍ୟକ୍ତିଙ୍କୁ ଦିଅ ଯେପରି ସେ ତାର ସଦୁପଯୋଗ କରିପାରିବ । ମାତ୍ର ଅଜ୍ଞାନ, ମୁର୍ଖ ବ୍ୟକ୍ତିଙ୍କୁ ଜ୍ଞାନ ଦେବାଦ୍ୱାର ସେମାନେ ଏହି ଜ୍ଞାନକୁ ଅସଦ ବାଟରେ ଲଗାଇଥାନ୍ତି । ଯାହାକି ଗୁରୁଙ୍କର ଘୋର ଅପମାନ ହେଇଥାଏ । ଆଚାର୍ଯ୍ୟ ଚାଣକ୍ୟ ସର୍ବଦା ବିବାହକୁ ଗୁରୁତ୍ୱ ଦେଇ ଆସିଛନ୍ତି । କାରଣ ବିବାହ କେବଳ ଦୁଇଜଣ ବ୍ୟକ୍ତିଙ୍କର ସଂଯୋଗ ନୁହେଁ ।

ଏହା ହେଉଛି ଦୁଇଟି ଆତ୍ମା ର ମିଳନ । କାରଣ ଦୁଇଟି ଆତ୍ମାର ମିଳନ ହେଲେ ପରମାତ୍ମାଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଆସିଥାଏ । ବିବାହ ଦେଖିଚାହିଁ କରିବା ଆବଶ୍ୟକ । ବିବାହ କରିବା ପୂର୍ବରୁ ବ୍ୟକ୍ତି ର ଚାଲି, ଚଳନ ଦେଖି ବିବାହ କରିବା ଉଚିତ । ଯାହାଦ୍ୱାରା କି ଜୀବନ ସୁଖ ପୁର୍ଣ ହୋଇଥାଏ । କୌଣସି କଳହ ସୃଷ୍ଟି ହୋଇ ନଥାଏ । କିଛି ଲୋକ ସୁନ୍ଦରତାରେ ଆତ୍କୃଷ୍ଟ ହୋଇ କିଛି ନବୁଝି ବିବାହ କରିଥାନ୍ତି ଯାହାଦ୍ୱାରା ସେମାନେ ବହୁତ କଷ୍ଟ ପାଇଥାନ୍ତି ।

ପରବର୍ତୀ ସମୟରେ ସେହି ଅଶିକ୍ଷିତ ସ୍ତ୍ରୀ ନିଜର ବାପମାଙ୍କ ର ଯତ୍ନ ନେଇନଥାନ୍ତି ଏବଂ ଚାରିତ୍ରହୀନା ହୋଇ ଏଣେ ତେଣେ ଘୁରିବୁଲନ୍ତି । ଏହି ମାନଙ୍କ ଦ୍ୱାରା ଘରୁ ଲଷ୍ମୀ ଚାଲିଯାଇଥାନ୍ତି । ସେହିପରି ଚାଣକ୍ୟ କହନ୍ତି ଯେପରି ଭାବରେ ଲୁହା ଚୁମ୍ବକ ସହିତ ରହି କିଛିସମୟ ପାଇ ଯେପରି ଚୁମ୍ବକତ୍ଵ ଧାରଣ କରିଥାଏ ସେହିପରି ଭାବରେ ବ୍ୟକ୍ତିକୁ ସର୍ବଦା ପରିବେଶ ପ୍ରଭାବିତ କରିଥାଏ । କାରଣ ପରିବେଶ ଆଧାରରେ ବ୍ୟକ୍ତିଟିଏ ନିଜ ଜୀବନକୁ ଗଢ଼ିଥାଏ ।


ଯେଉଁବ୍ୟକ୍ତି ନକରାତ୍ମକ ଚିନ୍ତାଧାରା ସହିତ ନକାରତ୍ମକ ବ୍ୟକ୍ତି ମାନଙ୍କ ପାଖରେ ରହିଥାଏ ସେହିବ୍ୟକ୍ତି ସର୍ବଦା ଦୁଃଖ ପାଇଥାଏ । ତେଣୁକରି ସକାରାତ୍ମକ ଭାବନାକୁ ଆପଣାଇବା ଉଚିତ । ନକାରତ୍ମକ ଚିନ୍ତା ମଣିଷ ମାନରରେ ବସା ବାନ୍ଧିବା ଦ୍ୱାରା ବ୍ୟକ୍ତି ତା ଜୀବନରେ ଅର୍ଜିଥିବା ସମସ୍ତ ଧନ, ସମ୍ପତି କୁ ହରାଇ ବସିଥାଏ । ନକାରତ୍ମକ ଭାବନା ମଣିଷକୁ ଏପରି କରିଦିଏ ଯେପରି ବ୍ୟକ୍ତିଟିଏ ପାହାଡ ଉଚ୍ଚ ରୁ ନୀଚ କୁ ପଡିଗଲେ ଯେମିତି ଲାଗେ । ତେଣୁକରି ନକରାତ୍ମକ ଚିନ୍ତା ଠାରୁ ଦୂରେଇ ରହିବା ଜରୁରୀ ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *