ନମସ୍କାର ବନ୍ଧୁଗଣ, ଝିଅମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି । ତେଣୁ ସମସ୍ତଙ୍କ ଭାଗ୍ୟରେ ନଥାଏ ମାତା ଲକ୍ଷ୍ମୀଙ୍କୁ ଝିଅ ରୂପରେ ପାଇବା ପାଇଁ । ସମସ୍ତଙ୍କ ଘରେ ଝିଅ ଜନ୍ମ ହୋଇନଥାଏ । ଝିଅ ଜନ୍ମ ନେବା ପାଇଁ ସ୍ଵତନ୍ତ୍ର ଘ୍ର ରହିଛି ଯେଉଁମାନଙ୍କ ଘରେ ଝିଅ ମାନେ ଜନ୍ମ ନେଇଥାନ୍ତି ଏହା ବିଧି ଅଟେ । ସମସ୍ତଙ୍କ ଭାଗ୍ୟରେ ଝିଅ ଲେଖା ନଥାଏ ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ଝିଅ କେଉଁ ଘରେ ଜନ୍ମ ନେଇଥାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଯେଉଁ ପୁରୁଷ ଏବଂ ମହିଳା ପୂର୍ବ ଜନ୍ମରେ ଭଲ କାମ କରିଥାନ୍ତି ତାଙ୍କୁ ହିଁ ଗୋଟିଏ ଝିଅର ମାତାପିତା ହେବାର ସୌଭାଗ୍ୟ ମିଳିଥାଏ । ଝିଅମାନଙ୍କ ଜନ୍ମ ସେହି ଘରେ ହୋଇଥାଏ ଯେଉଁ ଘରେ ଝିଅର ଭାରକୁ ସମ୍ଭାଳି ହୋଇଥାଏ । ଯେତେବେଳେ ଝିଅମାନଙ୍କ ଜନ୍ମ ସୃଷ୍ଟିରେ କମ ହେବାକୁ ଲାଗିବ ସେଟବେଳେ ଦୁନିଆ ମଧ୍ୟ ଶେଷ ହୋଇଯିବ ।
କାରଣ ଏହି ଝିଅମାନଙ୍କ ପାଇଁ ହିଁ ସଂସାର ଗାଡି ଆଗକୁ ଗଡିପାରୁଛି । ଯଦି ଝିଅ ଜନ୍ମ ନହେବେ ତେବେ କାହାର ବି ବଂଶ ଆଗକୁ ବଢିପାରିବ ନାହିଁ । ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ସ୍ଵର୍ଗ ସଦୃଶ ହୋଇଥାଏ । ପୁଅ ତ କେବଳ ଗୋଟିଏ କୁଳ ପାଇଁ ହୋଇଥାଏ । କିନ୍ତୁ ଝିଅ ଦୁଇ କୁଳକୁ ସମ୍ଭାଳିବାର କ୍ଷମତା ରଖିଥାଏ ।
ଗୋଟିଏ ପୁଅ ଠାରୁ ସବୁବେଳେ ଅଧିକ ଗୋଟିଏ ଝିଅ ନିଜ ମାଆ ବାପାଙ୍କ ପାଇଁ ଚିନ୍ତା କରିଥାଏ ଏବଂ ତାଙ୍କ ଭଲ ମନ୍ଦ ବୁଝିଥାଏ । ଭାଗ୍ଯବାନ ମଣିଷକୁ ଭଗବାନ ସବୁବେଳେ ଝିଅ ଦେଇଥାନ୍ତି । ଯେଉଁ ପୁରୁଷ ପୂର୍ବ ଜନ୍ମରେ ନାରୀ ମାନଙ୍କୁ ସମ୍ମାନ ଦେଇଥାଏ ସେହି ପୁରୁଷ ପରବର୍ତ୍ତୀ ଜନ୍ମରେ ଗୋଟିଏ ଝିଅର ବାପା ହେବାର ସୌଭାଗ୍ୟ ଅର୍ଜନ କରିଥାଏ ।
ଯେଉଁ ଘରେ ଗୋଟିଏ ଝିଅ ରୁ ଅଧିକ ଝିଅ ଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କ କୃପା ଶତ ପ୍ରତିଶତ ରହିଛି ବୋଲି ଜାଣିଯିବେ । କାରଣ ଝିଅ ରୂପରେ ମାତା ଲକ୍ଷ୍ମୀ ଘରକୁ ଆଗମନ କରିଥାନ୍ତି । ମାତା ଲକ୍ଷ୍ମୀ ସର୍ବଦା ପବିତ୍ର ସ୍ଥାନରେ ବାସ କରିଥାନ୍ତି ଏହା ତ ଆପଣ ଜାଣନ୍ତି । ତେଣୁ ଯେଉଁ ମଣିଷର ମନ ପବିତ୍ର ଏବଂ ସ୍ଵଚ୍ଛ ଥାଏ ତାଙ୍କ ଘରେ ଝିଅ ଜନ୍ମ ନେଇଥାଏ ।
ଗୋଟିଏ ଗରିବକୁ ଭଗବାନ ଝିଅ ଏଥିପାଇଁ ଦେଇଥାନ୍ତି କାରଣ ତାଙ୍କ ଭିତରେ ଝିଅକୁ ପାଳିବାର ପ୍ରକୃତ ସାମର୍ଥ୍ୟ ରହିଥାଏ । କିନ୍ତୁ ବଡ ଲୋକ ମାନଙ୍କ ଧନ ଥିଲେ ବି ତାଙ୍କ ଧନ ଦ୍ଵାରା ସେମାନେ ଝିଅ ସମ୍ଭାଳିବା ପାଇଁ ଉପଯୁକ୍ତ ନଥାନ୍ତି ତେଣୁ ତାଙ୍କ କୋଳରେ ଭଗବାନ ଝିଅ ଦେଇନଥାନ୍ତି । ଏହାର ଅର୍ଥ ଏହା ନୁହେଁ କି ସବୁ ବଡ ଲୋକ ଅସମର୍ଥ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।