ହିନ୍ଦୁ ଧର୍ମରେ ଏମିତି ଅନେକ ପ୍ରକାରର ଗଛ ରହିଛି ଯାହା ଜୀବନକୁ ସରଳ କରିବା ସହ ଅନେକ ସମସ୍ୟାର ନିବାରଣ କରିଥାଏ । ଆଜି ଆମେ ଆପଣଙ୍କୁ ଧଳା ଅରଖ ଫୁଲ ବିଷୟରେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ଏହି ଗଛର ଚେରା, ଫୁଲ ଓ ପତ୍ର ରେ ଏକ ତାନ୍ତ୍ରିକ ପ୍ରୟୋଗ ରହିଥାଏ । ଏହା ସହ ଅରଖ ଗଛ ର ବ୍ୟବହାର ଦ୍ଵାରା ଧନ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଅରଖ ଗଛର ପାତ୍ର କୁ ଘରର ମୁଖ୍ୟ ଦ୍ଵାରରେ ଲଗାଇଲେ ତେବେ ସେହି ଘରେ ବା ଘର ଲୋକଙ୍କ ଉପରେ ଥିବା ଖରାପ ନଜରର ଦୋଷ ଦୂର ହୋଇଥାଏ ।
ଏହା ସହ ଅରଖ ଫୁଲ ମହାଦେବଙ୍କର ଅତି ପ୍ରିୟ ଅଟେ । ଅନେକ ସମୟରେ ମଣିଷ ଯେତେ ରୋଜଗାର କରିଲେ ମଧ୍ୟ ଧନର ଅଭାବ ହୋଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଅରଖ ଗଛ ବହୁତ ଉପକାରୀ ଅଟେ । ତେବେ ଏଥିପାଇଁ ଘରର ମୁଖ୍ୟ ଦ୍ଵାରା ରେ ଅରଖ ଗଛର ଚେର ଟାଙ୍ଗିବା ଉଚିତ । କିନ୍ତୁ ଏହା ପୂର୍ବ ରୁ ଅରଖ ଗଛକୁ ପ୍ରଥମେ ନିମନ୍ତ୍ରଣ ଦେବାକୁ ପଡିଥାଏ ।
ଏଥିପାଇଁ ଗୋଟେ ଗୁଆ, ଜଳ ଓ କଏନ ନେଇ ଅରଖ ଗଛ ପାଖକୁ ଯିବେ । ଅରଖ ଗଛରେ ଜଳ ଢାଳି କଏନ ଓ ଗୁଆ ରଖିଦେବେ । ଏହା ପରେ ଅରଖ ଗଛକୁ ଆଣିବା ପାଇଁ ମାନେ ମାନେ କହିବେ । ଏହା ପରେ ତା ପର ଦିନ ସକାଳେ ଯାଇ ଅରଖ ଗଛର ଅଳ୍ପ ଛେରା ଘରକୁ ଆଣନ୍ତୁ । ଏହା ପରେ ବ୍ଲୁ କପଡା ରେ ଗୁଡାଇ ଘରର ମୁଖ୍ୟ ଦ୍ଵାରା ରେ ଅରଖ ଚେର ଟଙ୍ଗାଇ ଦିଅନ୍ତୁ । ଘରେ ଥିବା ଖରାପ ଶକ୍ତି ଦୂର ହେବ ସହ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଅନେକ ସମୟରେ ବିବାହ ପରେ ସନ୍ତାନ ସୁଖ ଲାଭ ହୋଇପାରେ ନାହି । ଏହାର ସମାଧାନ ପାଇଁ ରବି ପୁଷ୍ୟା ନକ୍ଷତ୍ରରେ ଅର୍ଖ ଚେର ଆଣି ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଏହି ଚେରକୁ ଲିଙ୍ଗ ଉପରେ ରଖି ଦୁଇ ଥର ବୁଲାନ୍ତୁ । ଏହାକୁ ନାଲି ସୂତାରେ ନିଜର ଅଣ୍ଟାରେ ବାନ୍ଧି ଦିଅନ୍ତୁ ।
ମହାଦେବଙ୍କ କୃପାରୁ ଏହି ଉପାୟ କରିଲେ ସନ୍ତାନ ସୁଖ ଲାଭ ହୋଇଥାଏ । ଅନେକ ସମୟରେ ଧନ ଯେତେ ରୋଜଗାର କରିଲେ ମଧ୍ୟ ସଞ୍ଚୟ କରିହୁଏ ନାହି । ଏହାର ନିବାରଣ ପାଇଁ ରକ୍ଷା ଗଛର ଚେର ଆଣି ଭଗବାନ ଗଣେଶଙ୍କ ଆଗରେ ରଖନ୍ତୁ । ପୂଜା ପରେ ଏହି ଚେରକୁ ଧନ ରଖିଥିବା ଜାଗାରେ ରଖି ଦିଅନ୍ତୁ ।
ଏପରି କରିବା ଦ୍ଵାରା ଧନ ଜନିତ ସମସ୍ଯା ସମାପ୍ତ ହୋଇଯିବ । ଧଳା ଅରଖ ଫୁଲର ବିଶେଷ ମହତ୍ଵ ରହିଛି । ପ୍ରତି ସୋମବାର ଅରଖ ମାଳା ମହାଦେବଙ୍କୁ ଅର୍ପଣ କରିଲେ ଜୀବନର ସବୁ ସମସ୍ଯା ଦୂର ହୋଇଥାଏ । ରବି ପୁଷ୍ୟା ନକ୍ଷତ୍ରରେ ନାଲି କପଡାରେ ଅରଖ ଚେର ବାନ୍ଧି ରଖିଲେ ଘରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ