ବନ୍ଧୁଗଣ, ହିନ୍ଦୁ ଧର୍ମ ର ଶାସ୍ତ୍ର ରେ ମନୁଷ୍ୟ ପ୍ରତ୍ୟକ ଅଙ୍ଗ ବିଷୟରେ ବିଭିନ୍ନ କଥା କୁହା ଯାଇଅଛି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗ ବ୍ୟକ୍ତି ର ଭବିଷ୍ୟତ ସମ୍ବନ୍ଧରେ ସୂଚନା ଦେଇଥାଏ । ପ୍ରାଏ ସମସ୍ତେ ଜାଣନ୍ତି କୋଷ୍ଟି ଏବଂ କପାଳ ଅଧ୍ୟୟନ ଠାରୁ ଆରମ୍ଭ କରି ବ୍ୟକ୍ତି ର ବ୍ୟକ୍ତିତ୍ଵ ଠାରୁ ଆରମ୍ଭ କରି ଅତୀତ ଏବଂ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ । ହାତ ପାପୁଲି ରେ ଥିବା ରେଖା ଗୁଡିକ ଭୁତ ଏବଂ ଭବିଷ୍ୟତ କାଳର ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିଥାନ୍ତି ।
ବର୍ତ୍ତମାନ ସମୟରେ ସମସ୍ତେ ଧନୀ ହେବାକୁ ଚାହୁଁଞ୍ଚନ୍ତି । ମାତ୍ର ଧନୀ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ । କିଛି ଲୋକ ମାନେ ଦିନରାତି ବହୁତ ପରିଶ୍ରମ କରିଥାନ୍ତି । ମାତ୍ର ତାଙ୍କ ପାଖରେ ଯଥେଷ୍ଟ ସଞ୍ଚୟ ହୋଇ ପାରି ନଥାଏ । କିନ୍ତୁ କିଛି ଲୋକମାନେ ଏପରି ରହିଥାନ୍ତି ଯେଉଁମାନେ ଭାଗ୍ୟରେ ଧନୀ ହୋଇଥାନ୍ତି ।
ଏବଂ ବହୁତ କମ ପରିଶ୍ରମ ରେ ସେମାନଙ୍କୁ ସଫଳତା ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶରୀରର କିଛି ଅଙ୍ଗ ଉପରେ ଥିବା ଚିହ୍ନ ବହୁତ ଶୁଭ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛି ଯେ ଶରୀରରେ ଏହି ୪ ଟି ଚିହ୍ନ ଥିଲେ ବ୍ୟକ୍ତି ବହୁତ ଧନୀ ହୋଇଥାଏ ।
୧- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକ ମାନଙ୍କ ହାତରେ ରଥ, ଚକ୍ର କିମ୍ବା ଧ୍ଵଜ ଇତ୍ୟାଦି ରହିଥାଏ ସେହି ଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଲୋକକ ମାନଙ୍କର ଜନ୍ମ ଅନ୍ୟ ଲୋକ ମାନଙ୍କ ଉପରେ ଶାସନ କରିବା ନିମନ୍ତେ ହୋଇଥାଏ । ଏମାନଙ୍କର ସମଜରେ ବହୁତ ପ୍ରତିଷ୍ଠା ହୋଇଥାଏ । ଏମାନଙ୍କ ଦାମ୍ପତ୍ୟ ଜୀବନରେ ତାଳମେଳ ଭରି ରହିଥାଏ । ଏମାନଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିଥାଏ । ଏହା ସହିତ ଉନ୍ନତି ମଧ୍ୟ କରିଥାନ୍ତି ।
୨- ଯଦି ଆପଣଙ୍କ ହାତର ପାପୁଲି ର ମଧ୍ୟ ଭାଗରେ କଳାଜାଇ ରହିଥାଏ, ତେବେ ଏହା ଆପଣଙ୍କ ନିମନ୍ତେ ବହୁତ ଶୁଭ ଦାୟକ ହୋଇଥାଏ । ଏହି ବ୍ୟକ୍ତି ମାନେ ଧନବାନ ଏବଂ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିଥାଏ । ଏମାନଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିଥାଏ ।
୩- ଯେଉଁ ଲୋକ ମାନଙ୍କ ଗୋଡରେ ଚକ୍ର କିମ୍ବା ପଦ୍ମ ଚିହ୍ନ ରହିଥାଏ, ତେବେ ତାଙ୍କ ପାଖରେ କେବେ ମଧ୍ୟ ଟଙ୍କା ର ଅଭାବ ହୋଇ ନଥାଏ । ଏହି ଲୋକମାନେ ସମସ୍ତଙ୍କୁ ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜର ମିଠାବାଣୀ ଦ୍ଵାରା ହୃଦୟକୁ ଜିତିପାରିଥାନ୍ତି । ଏମାନଙ୍କ ପାଖରେ ଅପାର ଧନ ରହିଥିବାରୁ ଏମାନଙ୍କ ନିଜର ଲୋକ କମ ଏବଂ ଅପାର ଶତୃ ରହିଥାନ୍ତି ।
୪- ଯେଉଁ ଲୋକ ମାନଙ୍କ ଗୋଡର ତଳପାଦରେ କଳାଜାଇ ରହିଥାଏ ସେମାନେ ବହୁତ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ଭାବରେ ଏମାନଙ୍କର ଆଗକୁ ବଢିବା ଲକ୍ଷ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବା ନିମନ୍ତେ କଠିନ ପରିଶ୍ରମ କରିଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।