୧- ବନ୍ଧୁଗଣ, ଆଜି ଆମେ ଆପଣମାନଙ୍କୁ ଜଣାଇବୁ କିଛି ବଡ ଓ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା ବିଷୟରେ । ମନେରଖନ୍ତୁ ସକାଳୁ ଉଠିଲା ପରେ ଖାଲି ପେଟରେ ତିନି ଗିଲାସ ପାଣି ପିଇଲେ ଅନ୍ତର ଶକ୍ତି ଜାଗ୍ରତ ହୋଇଥାଏ । ଗାଧୋଇବା ପୂର୍ବରୁ କିମ୍ୱା ଗାଧୋଇବା ପରେ ଯଦି ଆପଣ ଏକ ଗିଲାସ ପାଣି ପିଅନ୍ତି ତେବେ ଆପଣଙ୍କର ବ୍ଲାସେପ୍ରେସର ନିୟନ୍ତ୍ରଣ ହୋଇଥାଏ । ଦୁଇ ଗିଲାସ ପାଣି ଖାଇବାର ଅଧ ଘଣ୍ଟା ଆଗରୁ ପିଇଲେ ଖାଦ୍ୟ ଭଲ ହଜମ ହୋଇଥାଏ ଓ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ । ରାତିରେ ଶୋଇବା ପୂର୍ବରୁ ଅଧ ଗିଲାସ ପାଣି ପିଇଲେ ହୃଦଘାତ ହେବାର ସମ୍ଭାବନା କମ ହୋଇଥାଏ ।
୨- ଯଦି ଆପଣଙ୍କର କେଶ ବହୁତ ମାତ୍ରାରେ ଝଡୁଛି ତେବେ ପାଞ୍ଚଟି ଗୋଲମରିଚ, ଗୋଟେ ପିଆଜ ଓ ଅଧ ଚାମଚ ଲୁଣକୁ ବାଟି କେଶରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୁଏ ।
୩- ଯଦି ଆପଣଙ୍କ ମୁହଁରେ କଳା ଦାଗ ହେଉଛି ତେବେ ଦହିରେ ବିଲାତି ରସ ମିଶାଇ ପନ୍ଦର ମିନିଟ ଲଗାଇ ଧୋଇଲେ ମୁହଁ ସଫା ହୋଇଥାଏ । ମୁହଁର ରଙ୍ଗକୁ ସଫା କରିବା ପାଇଁ ଆଳୁର ରସକୁ ରାତିରେ ଶୋଇବା ପୁର୍ବରୁ ମୁହଁରେ ଲଗାନ୍ତୁ । ଦେଖିବେ ଆପଣଙ୍କ ମୁହଁର ରଙ୍ଗ ସଫା ହୋଇଯିବ । ଦୁଇଟି ଗୁଜୁରାତିକୁ ଗୁଣ୍ଡ କରି ରାତିରେ ଶୋଇବା ବେଳେ ଉଷୁମ ପାଣିରେ ଖାଇଲେ କେଶ ମୂଳ ମଜବୁତ ହୋଇଥାଏ ।
୪- ଯଦି ଆପଣଙ୍କ ଅଣ୍ଟା ଦରଜ ହେଉଥାଏ ତେବେ ଆପଣ ପାଞ୍ଚଟି ଖଜୁରୀ କୋଳି ସହିତ ମେଥିଗୁଣ୍ଡକୁ ସିଝାଇ ଖାଇଲେ ଆପଣଙ୍କ ଅଣ୍ଟା ଦରଜ ଦୂର ହୋଇଥାଏ ।
୫- ଯଦି ଆପଣଙ୍କ ପେଟରେ ଗ୍ୟାସ ସମସ୍ୟା ଦେଖାଦେଲେ ଏକ ଚାମଚ ଜୁଆଣି ସହିତ ଟିକେ କଳାଲୁଣ ମିଶାଇ ଉଷୁମ ପାଣିରେ ସେବନ କରନ୍ତୁ ।
୬- ରୋଷଇ କରିସାରିବା ପରେ ସର୍ବଦା ଚୁଲାକୁ ଭଲ ଭାବେ ସଫା କରିବା ଉଚିତ । ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ । ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ । ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ । ଭଙ୍ଗା ବାସନ ରେ କେବେବି ଖାଆନ୍ତୁ ନାହିଁ । କିମ୍ବା ରୋଷେଇ ମଧ୍ୟ କରନ୍ତୁ ନାହିଁ ନଚେତ ଏହା ଆପଣଙ୍କ ପାଇଁ ଓ ପରିବାର ପାଇଁ ଅଶୁଭ ହୋଇଥାଏ ।
୭- ରୋଷେଇ ଘରେ କେବେବି ଔଷଧ ଓ ପୂଜାସାମଗ୍ରୀ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ପଇସା ରଖିବା ସ୍ଥାନରେ କିମ୍ବା ଆଲମାରୀ ରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ୟା ହୋଇନଥାଏ । ଘରର ପଇସା ରଖୁଥିବା ଆଲମାରୀ ସର୍ବଦା ଦକ୍ଷିଣ ଦିଗରେ ରଖନ୍ତୁ ଏହା କଲେ ଶୁଭ ଫଳ ମିଳିଥାଏ । ଘରର ଗାଧୁଆ ଘର କିମ୍ବା ପାଇଖାନା କବାଟ ସବୁବେଳେ ବନ୍ଦ ରଖିବା ଉଚିତ । ଏହା କଲେ ଘରର ମଙ୍ଗଳ ହୋଇଥାଏ ।
୮- ଶୋଇବା ସମୟରେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖିଲେ ଶୁଭ ହୋଇଥାଏ ଏବଂ ଆପଣଙ୍କ ଶ୍ଵାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।
୯- ଯେଉଁ ଲୋକର ନୟନରେ କଲାଜାଇ ଥାଏ ସେ ଚତୁର, ବୁଦ୍ଧିମାନ, ଦୂରଦୃଷ୍ଟି ସମ୍ପର୍କ ହୋଇଥାଏ । ଯେଉଁ ଲୋକର ପାଦତଳେ କଳାଯାଇ ରହିଥାଏ ସେ ଅଶିକ୍ଷିତ ଓ ଧନ ନଷ୍ଟକାରୀ ହୋଇଥାଏ । ଯେଉଁ ଲୋକର କାନରେ କଳା ରହିଥାଏ ସେ ଲୋକ ମିଷ୍ଟଭାଷୀ ଓ ଧର୍ମ ପରାୟଣ ହୋଇଥାଏ । ଯେଉଁ ଲୋକର ପୃଷ୍ଠ ଭାଗରେ କଳାଯାଇ ଥାଏ ସେ ଲୋକ ଧୀର ସ୍ଵଭାବ, ଦାନୀ ଓ ସୁଖ ଭୋଗ କରିଥାଏ ।
ଯେଉଁ ଲୋକର ଜଙ୍ଘରେ କଳାଯାଇ ଥାଏ, ସେ ବଳିଷ୍ଠ ଓ ପରୋପକାରୀ ହୋଇଥାଏ । ଯେଉଁ ଲୋକର ଆଖି ତଳେ କଳାଯାଇ ଥାଏ ସେ ଅଧ ବ୍ୟବସାୟୀ ଓ ପରିଶ୍ରମୀ ହୋଇଥାଏ । ନାରୀର ଦକ୍ଷିଣ ବକ୍ଷରେ ତିଳଚିହ୍ନ ଥିଲେ ସେ ବିଦ୍ୟାବାନ ହୁଏ ଓ ଦକ୍ଷିଣ ପାଦରେ ତିଳଚିହ୍ନ ଥିଲେ ସେ ଧର୍ମବନ୍ତ ଓ ଜ୍ଞାନବନ୍ତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।