Vastu Tips- ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରନ୍ତୁ ଏହି ୮ ଟି ଜିନିଷ, ଆପଣଙ୍କ ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ, ମାଲା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏହି ସବୁ ଜିନିଷ ଅର୍ପଣ କରନ୍ତୁ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଗୁରୁବାର ଦିନ ଖାସ କରି ମାତା ଲକ୍ଷ୍ମୀ ଙ୍କର ଶୁଭ ବାର ହୋଇଥାଏ ।  ଶାସ୍ତ୍ର ଅନୁଯାୟୀ କୁହାଯାଇଅଛି ଯେ, ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କର ବିଶେଷ ପୂଜା କରିଲେ, ଆପଣଙ୍କର ଭାଗ୍ୟ ନିଶ୍ଚିନ୍ତ ରୂପେ ଚମକି ଥାଏ । ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ କିଛି ବିଶେଷ ଜିନିଷ ଅର୍ପଣ କରୁଛନ୍ତି ତେବେ ଆପଣଙ୍କର ବୃହସ୍ପତି ଗ୍ରହ ମଜବୁତ ହୋଇଥାଏ । 

ଏହା ସହିତ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ଫଳରେ ଆପଣଙ୍କ ଘରେ ଧନଧାନ୍ୟ ର ଆଗମନ ହୋଇଥାଏ । ଆଜି ଆମ୍ଭେ ଆପଣଙ୍କୁ ଏଭଳି ୮ ଟି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହାକୁ ଗୁରୁବାର ଦିନ କଦଳୀ ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଠ ହୋଇଥାନ୍ତି । ଆସନ୍ତୁ ଜାଣିବା ତେବେ ସେହି ମୂଲ୍ୟବାନ ଜିନିଷ ଗୁଡିକ କଣ କଣ ?

୧- ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରିଲେ ଭାଗ୍ୟ ର ଉନ୍ନତି ହୋଇଥାଏ । ଏହା ସହିତ ବ୍ୟକ୍ତି ଙ୍କୁ ରୋଜଗାର ମଧ୍ୟ ମିଳିଥାଏ । ବ୍ୟବସାୟ ତଥା ଚାକିରି କ୍ଷେତ୍ରରେ ଉନ୍ନତି ଦେଖା ଦେଇଥାଏ ।

୨- ଯେଉଁ ବ୍ୟକ୍ତି ମାନେ ନିଜ ଜୀବନରେ ସୁଖ ସମୃଦ୍ଧି ସହିତ ଜୀବନ ଜାପାନ କରିବାକୁ ଚାହୁଞ୍ଚନ୍ତି । ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ବତୁରା ହୋଇଥିବା ବୁଟ ତଥା କିଛି ଗୁଡ ଅର୍ପଣ କରିଲେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ ।

୩- ଯଦି ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଅଛନ୍ତି ତେବେ, ଗୁରୁବାର ଦିନ କଦଳୀ ଗଛ ମୂଳରେ ମିଶ୍ରି ପାଣି ପକାଇ ଦିଅନ୍ତୁ । ଆପଣଙ୍କ କାର୍ଯ୍ୟ ସଫଳ ହେବ ।

୪- ଯଦି ଆପଣଙ୍କ ଜୀବନରେ ଅନେକ ସମସ୍ୟା ଲାଗି ରହିଅଛି ତେବେ ଆପଣ କଦଳୀ ଗଛ ମୂଳରେ ଗୋଟା ହଳଦୀ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ ।

୫- ଯେଉଁ ବ୍ୟକ୍ତି ଧନୀ ହେବାକୁ ଚାହୁଞ୍ଚନ୍ତି ସେମାନେ ଗୁରୁବାର ଦିନ କଦଳୀ ଗଛ ମୂଳରେ ୧ ଟଙ୍କା ପୋତି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆଗମନ କରିଥାନ୍ତି ।

୬- ଯଦି ଆପଣଙ୍କର ବିବାହ ଦୋଷ ରହିଅଛି ତେବେ ଆପଣ ୭ ଟି ଗୁରିବାର କଦଳୀ ଗଛ ମୂଳରେ ୨ ଟି ଗୋଟା ହଳଦୀ ଅର୍ପଣ କରନ୍ତୁ, ଏହା ଦ୍ଵାରା ବିବାହ ଦୋଷ ଦୂର ହୋଇଥାଏ ।

୭- ଗୁରୁବାର ଦିନ ସ୍ନାନ ସାରି କଦଳୀ ଗଛ ମୂଳରେ ପାଣି ଦେଲେ, ଆପଣଙ୍କର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।

୮- ଗୁରୁବାର ଦିନ କଦଳୀ ଗଛ ମୂଳରେ ଚନ୍ଦନ ଘୋରା ତଥା ହଳଦୀ ଘୋରା ଅର୍ପଣ କରିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଗୁରୁବାର ଦିନ ଏହି ସବୁ ଜିନିଷ ଅର୍ପଣ କରି ଦେଖନ୍ତୁ, ନିଶ୍ଚିତ ସୁଫଳ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *