ଯେଉଁ ଘରେ ସ୍ତ୍ରୀ ମାନେ ବିଳମ୍ବ ପର୍ଯ୍ୟନ୍ତ କରିଥାନ୍ତି ଏହି 5 ଟି କାମ ସେଠାରେ ଆସିଥାଏ ଦାରିଦ୍ର୍ୟତା, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ- Vastu Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିଷ୍ଣୁ ପୁରାଣ ଏକ ପ୍ରାଚୀନ ଧର୍ମ ଗ୍ରନ୍ଥ ଅଟେ । ଯେଉଁଥିରେ ଭଗବାନ ବିଷ୍ଣୁ ଙ୍କ ସମସ୍ତ ଅବତାର ର ବର୍ଣ୍ଣନା ଉଲ୍ଲେଖନୀୟ ରହିଛି । ଏହା ସହିତ ବେଦବ୍ୟାସ ଙ୍କ ଦ୍ଵାରା ରଚିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ମଧ୍ୟ ଏହି ପୁରାଣ ରେ ଉଲ୍ଲେଖ ରହିଛି ।

ଘରର ସ୍ତ୍ରୀ କେଉଁ କାର୍ଯ୍ୟ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ତାହା ଉଲ୍ଲେଖ ରହିଛି । ବନ୍ଧୁଗଣ ଭାରତୀୟ ସଂସ୍କୃତି ରେ ନାରୀ କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି କୁହାଯାଏ ଏବଂ ଯଦି ଘରର ସ୍ତ୍ରୀ ହିଁ କିଛି ଭୁଲ କାର୍ଯ୍ୟ କରିଥାଏ ତେବେ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ଏହା ସହ ଯେଉଁ ଘରେ ନାରୀ କୁ ସମ୍ମାନ ମିଳିନଥାଏ ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ଏବଂ ସେହି ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖା ଦେଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯାହାକୁ ଉଭୟ ସ୍ତ୍ରୀ ଏବଂ ପୁରୁଷ ଙ୍କୁ ବିଳମ୍ବ ପର୍ଯ୍ୟନ୍ତ କରିବା ଅନୁଚିତ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମ କାର୍ଯ୍ୟ ଟି ହେଉଛି ବିଳମ୍ବ ପର୍ଯ୍ୟନ୍ତ ସ୍ନାନ କରିବା । ବନ୍ଧୁଗଣ ବିଷ୍ଣୁ ପୁରାଣ ରେ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବାକୁ ମନା କରା ଯାଇଅଛି । ବୈଜ୍ଞାନିକ ଦୁଷ୍ଟି ରେ ଦେଖିବାକୁ ଗଲେ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ରେ ପ୍ରଭାବ ପକାଇଥାଏ ଏବଂ ରୋଗ ହୋଇଥାଏ । ତେଣୁ କୌଣସି ସ୍ତ୍ରୀ ବା ପୁରୁଷ ଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ନାନ କରିବା ଆଦୋୖ ଉଚିତ ନୁହେଁ ଏବଂ ସ୍ନାନ କରିବା ପରେ ସୂର୍ଯ୍ୟ ଦେବ ଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହା ଦ୍ୱାରା ସୂର୍ଯ୍ୟ ଦେବ ଙ୍କ କୃପାଦୃଷ୍ଟି ଲାଭ ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ କାର୍ଯ୍ୟ ଟି ହେଉଛି, ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା । ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ଘରର ସ୍ତ୍ରୀ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି ତେବେ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେହି ଘରେ ସର୍ବଦା ଦାରିଦ୍ର୍ୟତା ଦେଖା ଦେଇଥାଏ । ଯେଉଁ ଘରେ ସ୍ତ୍ରୀ ସୂର୍ଯୋଦାୟ ପୂର୍ବରୁ ଉଠି ସ୍ନାନ କରନ୍ତି ସେହି ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ସୁଖ ସମୃଦ୍ଧି ମଧ୍ୟ ସ୍ଥାପନ ହୋଇଥାଏ । ବୈଜ୍ଞାନିକ ଦୃଷ୍ଟି କୋଣ ରୀ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

୩. ବନ୍ଧୁଗଣ ତୃତୀୟ କାର୍ଯ୍ୟ ଟି ହେଉଛି ଅଧିକ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହିବା । ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହିଥାଏ ତେବେ ତାହା ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ ଏବଂ ଏହାର କୂପରିଣାମ ଭବିଷ୍ୟତରେ ଭୋଗ କରିବାକୁ ପଡ଼ିଥାଏ । ତେଣୁ ଅଧିକ ସମୟ ପର୍ଯ୍ୟନ୍ତ ଜାଗ୍ରତ ରହିବା ଅନୁଚିତ ଅଟେ ।

୪. ବନ୍ଧୁଗଣ ଚତୁର୍ଥ କାର୍ଯ୍ୟ ଟି ହେଉଛି କାମକ୍ରିୟା । ବନ୍ଧୁଗଣ ଉଭୟ ସ୍ତ୍ରୀ ଏବଂ ପୁରୁଷ ଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ କାମକ୍ରିୟା କରିବା ଉଚିତ ନୁହେଁ । ଏହା ଦ୍ବାରା ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ ଏବଂ ଏହା କରିବା ଦ୍ୱାରା ଶରୀର ଅପବିତ୍ର ମଧ୍ୟ ହୋଇଥାଏ । କାମକ୍ରିୟା ପରେ ସ୍ନାନ ଅବଶ୍ୟ କରିବା ଉଚିତ । କାମ କ୍ରିୟା କରିବା ପରେ ଭଗବାନ ଙ୍କ ପୂଜା ଆଦୋୖ କରିବା ଉଚିତ ନୁହେଁ । କାମ କ୍ରିୟା ପରେ ସ୍ନାନ କରିବା ପରେ ହିଁ ଭଗବାନ ଙ୍କ ପୂଜା କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *