ଯେତେବେଳେ ଭଗବାନ ଶିବ ଡାକ୍ତର ହେଇ ବଞ୍ଚାଇଲେ ନିଜ ଭକ୍ତର ଜୀବନ, ତା’ପରେ ଯାହା ହେଲା ଦେଖି ବିଶ୍ଵାସ କରି ପାରିବେନି

ଏହି କାହାଣୀ ହେଉଛି ସେହି ପରିବାରର ଯେଉଁଠି ମୃତ୍ୟୁ ହୋଇ ପାରିଥାନ୍ତା କିନ୍ତୁ ଭଗବାନ ଶିବ ତାଙ୍କ ଜୀବନ ରକ୍ଷା କରିଦେଲେ । ଏହି କାହାଣୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏମିତି ଦୁନିଆରେ କିଏ ଅଛି ଯିଏ ଭୋଳା ବାବାଙ୍କ ଆଶିର୍ବାଦ ପାଇବାକୁ ଚାହୁଁ ନଥିବ । ଏହି କାହାଣୀର ଆରମ୍ଭ ହୁଏ ୨୦୧୬ ମସିହାରେ । ୨୬ ବର୍ଷର ଯୁବକ କପିଲ୍ ବେନିୱାଲ ପଞ୍ଜାବରୁ ଇଣ୍ଡିଆନ ଆର୍ମୀ ତରଫରୁ ପୋଷ୍ଟ ହୋଇଥିଲା ।

ଏହାପରେ ସେ ତାଙ୍କୁ କ୍ୟାପଟେନ ପାଇଁ ପ୍ରମୋସନ ମଧ୍ୟ ମିଳିଥିଲା । ତାଙ୍କର ଜୀବନ ଖୁସିରେ ବିତୁଥିଲା, ପରିବାର ମଧ୍ୟ ଖୁସି ଥିଲା ଏବଂ ସ୍ବାସ୍ଥ୍ୟ ମଧ୍ୟ ଭଲ ଥିଲା । ସବୁକିଛି ଠିକ୍ ଠାକ୍ ଚାଲୁଥିଲା ହେଲେ ଜୀବନ କେତେବେଳେ କେଉଁ ମୋଡ଼ ନେବ ତାହା କେହି କହିପାରିବେ ନାହିଁ ।

ଦିପାବଳୀ ଛୁଟି ପରେ କପିଲ୍ ତାଙ୍କ ସେନାଦଳରେ ପୁଣି ପହଞ୍ଚିଲେ ଏବଂ ପୁଣି ସେ ସୀମାରେଖାରେ କାମ ଆରମ୍ଭ କରିଦେଲେ । ଏହା ପରେ ୨୫ ଡିସେମ୍ବରରେ ଏମିତି କିଛି ଘଟିଲା ଯାହା କପିଲ୍ ଙ୍କୁ ଆଭାସ୍ ମଧ୍ୟ ନଥିଲା ।

କପିଲ୍ ସୀମାରେଖାରେ ନିଜ ସାଙ୍ଗରେ ଆହୁରି ୪ଜଣ ସୈନିକ ସହ ଉପସ୍ଥିତ ଥିଲେ । ଥଣ୍ଡା ବହୁତ ଥିଲା ଏବଂ ସେମାନେ ଗରମ ଚା ପାଇଁ ବ୍ୟାକୁଳ ଥିଲେ । କିଛି ଦିନ ପରେ ୱକିଟକି ରେ ଖବର ଆସିଲା ବର୍ଗର ଉପର କିଛି ହଲଚଲ‌ ଦିଶୁଛି ।

କପିଲ୍ ନିଜ ଟିମ୍ ସହିତ ଆଗକୁ ବଢିଲେ । ଦେଖୁଦେଖୁ କଥା କେଉଁଠି ରୁ କେଉଁଠି ପହଞ୍ଚିଗଲା ଜଣାପଡିଲା ନାହିଁ । ୮ ଆ-ତ-ଙ୍କ-ବା-ଦୀ କପିଲ୍ ଏବଂ ତାଙ୍କ ଟିମ୍ ଉପରେ ଆ-କ୍ର-ମ-ଣ କରିଦେଲେ । ତାଙ୍କ ଟିମରୁ ଜଣେ ବ୍ୟାକ୍ଅପ୍ ଟିମ୍ ପାଇଁ ସନ୍ଦେଶ ପଠାଇଲେ ।

ସେଥିମଧ୍ୟରେ ଆତଙ୍କବାଦୀ ଚାରିଆଡୁ ଆ-କ୍ର-ମ-ଣ କରୁଥାଏ । କିଛି ସମୟ ଯୁ-ଦ୍ଧ ପରେ ବ୍ୟାକ୍ଅପ୍ ଟିମ୍ ପହଞ୍ଚିଲା । ଏହାପରେ ଆ-ତ-ଙ୍କୀ ସେନାକୁ ମୃ-ତ୍ୟୁର ବାଟ ଦେଖାଇଲେ । ଭାରତ ବିଜୟୀ ହେଲା କିନ୍ତୁ କପିଲଙ୍କ ଗୋଡ଼ରେ ଗୋଟିଏ ଗୁ-ଳି ବାଜି ଆ-ଘା-ତ ହୋଇଥିଲେ । ତାଙ୍କର ଡରଥିଲା ତାଙ୍କୁ ଅନୁପଯୁକ୍ତ କହି ସେନାରୁ କାଢି ନଦିଅନ୍ତୁ ।

ଏହା ପରେ ତାଙ୍କୁ ନେଇ ହସ୍ପିଟାଲରେ ଚିକିତ୍ସିତ କଲେ । ଯେତେବେଳେ ଡାକ୍ତର କପିଲ୍ କୁ କହିଲେ ତାଙ୍କର ଆଉ ୨-୩ ମାସ ବେଡ୍ ରେଷ୍ଟ ଦରକାର ଏହା ଶୁଣି କପିଲ୍ ଭାଙ୍ଗି ପଡ଼ିଲେ ଏବଂ ତାଙ୍କ ମା କୁ ସବୁକଥା ଜଣାଇଦେଲେ ।

ହାପରେ କପିଲ୍ ର ଗୋଟିଏ ସାଙ୍ଗ ତାଙ୍କୁ ଦେଖା କରିବାକୁ ହସ୍ପିଟାଲ ଆସେ ଏବଂ ସବୁକଥା ଶୁଣି କପିଲ୍ କୁ ଏକ ରୁଦ୍ରାକ୍ଷ ମାଳା ଦେଇ କହିଲା ଏଇଟା ଏବେ ତୋର ନିହାତି ଜରୁରୀ‌ । ମୋର ଯେତେବେଳେ ଅସୁବିଧା ହୁଏ ମୁଁ ମହାଦେବଙ୍କୁ ଧ୍ୟାନ କରି ମନ୍ତ୍ର ଜପକରେ ।

କପିଲ୍ ମଧ୍ୟ ତାହା କଲା ମହାଦେବଙ୍କୁ ଧ୍ୟାନ କରି ନିଦରେ ଶୋଇ ପଡ଼ିଲା । ସ୍ବପ୍ନରେ ଦେଖିଲା ତାର ମା ଦେହ ହଳଦୀ ରଙ୍ଗ ପଡ଼ିଯାଇଛି । ନଖ କଳା ପଡ଼ିଛି । ହଠାତ୍ ନିଦ ଭାଙ୍ଗିବାରୁ ସେ କାନ୍ଦିବାକୁ ଲାଗିଲା ଏବଂ ମହାଦେବଙ୍କୁ ପ୍ରଶ୍ନ କଲା ?

ଶୂନ୍ୟରେ କେହି ଗୋଟିଏ କହିଲା ଯେମିତି ତୋର କିଛି ହେବ ନାହିଁ, ତୁ ନିଜେ ତୋର ସମସ୍ୟା ସମାଧାନ କରିବୁ ଏହାପରେ କୁମ୍ଭ ମେଳାକୁ ଗଙ୍ଗାରେ ବୁଡ଼ ମାରି ମନ,ଶରୀର ପବିତ୍ର କରିବୁ । ଏହାପରେ କପିଲ୍ ଗୋଡ଼ ଠିକ୍ ହୋଇଗଲା । ଏହା ଦେଖି ସବୁ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେ ଘରକୁ ଯାଇ ମା’ର ଖରାପ ଅବସ୍ଥା ଦେଖି ହସ୍ପିଟାଲରେ ଚିକିତ୍ସିତ କରାଇଲେ ।

ଡାକ୍ତର କହିଲେ ଯଦି ଗୋଟିଏ ଦିନ ବିଳମ୍ବ ହୋଇଥାନ୍ତା ତେବେ ମା ଆଉ ଜୀବିତ ନଥାନ୍ତେ । ଏହା ଜାଣି କପିଲ୍ ମହାଦେବଙ୍କୁ ଧନ୍ୟବାଦ ଜଣାଇ କୁମ୍ଭ ମେଳାକୁ ଚାଲିଗଲେ । ଗଙ୍ଗା ସ୍ନାନ ପରେ ଜଣେ ନାଗାସାଧୁ ଆସି ତାଙ୍କୁ ରୁଦ୍ରାକ୍ଷ ମାଳା ଦେଇ କହିଲେ ଏହା ତୁମର ଏବଂ ଏତିକି କହି ସେ ଅଦୃଶ୍ୟ ହୋଇଗଲେ ।

Leave a Reply

Your email address will not be published. Required fields are marked *