ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ଦୁନିଆ କିଏ ନ ଚାହେଁ କି ତା ପାଖରେ ବହୁତ ପଇସା ରହୁ । ସେ ବହୁତ ଧନୀ ହେଉ ତା ପାଖରେ କେବେ କୌଣସି ଜିନିଷ ର ଅଭାବ ନ ହେଉ ଏବଂ ସେ ସବୁ ସୁଖ ସୁବିଧା କୁ ପ୍ରାପ୍ତ କରୁ ବୋଲି ଚାହୁଁ । ସେଥିପାଇଁ ଲୋକମାନେ ବହୁତ ଅଧିକ ପରିଶ୍ରମ ମଧ୍ୟ କରନ୍ତି । ଦିନ ରାତି ଅଧିକ ପରିଶ୍ରମ କରନ୍ତି ଏବଂ ପଇସା ରୋଜଗାର କରନ୍ତି ଏବଂ ଏହା ମଧ୍ୟ ଚାହାନ୍ତି କି ସେ ପଇସା ତାଙ୍କ ପାଖରେ ସର୍ଵଦା ରହୁ ।
କେବେବି କୌଣସି ପରିସ୍ଥିତିରେ ତାଙ୍କୁ ଧନ ର ଅଭାବ ନ ହେଉ । ବେଳେ ବେଳେ କିଛି ଲୋକ ମାନେ ବହୁତ ପରିଶ୍ରମ କରନ୍ତି ଏବଂ ପଇସା ମଧ୍ୟ ରୋଜଗାର କରନ୍ତି କିନ୍ତୁ ତାଙ୍କ ପାଖରେ ପଇସା ରୁହେ ନାହିଁ ଅର୍ଥାତ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସଞ୍ଚୟ କରି ପାରନ୍ତି ନାହିଁ । ଏହାର କାରଣ ହେଉଛି ତାଙ୍କ ଗ୍ରହ ନକ୍ଷତ୍ର ର ଦୁର୍ବଳତା । ଯଦି ଆପଣଙ୍କ ଗ୍ରହ ନକ୍ଷତ୍ର ଦୁର୍ବଳ ଥାଏ ତେବେ ଆପଣଙ୍କ ର କୌଣସି କାର୍ଯ୍ୟ ବି ସଫଳ ହୋଇ ପାରିବ ନାହିଁ ।
କେବଳ ପରିଶ୍ରମ ନୁହେଁ ଭାଗ୍ୟ ର ସାଥ ମିଳିଲେ ହିଁ ଜଣେ ସଫଳ ବ୍ୟକ୍ତି ହୋଇ ପାରିବ । କିନ୍ତୁ ବେଳେ ବେଳେ ଆମେ ନିଜ ଘରେ କିଛି ଏପରି କାର୍ଯ୍ୟ କରିଥାଉ ଯାହା ଦ୍ୱାରା ମାତା ଲକ୍ଷ୍ମୀ କେବେବି ଆମ ଘରକୁ ଆସନ୍ତି ନାହିଁ ତେବେ ଆସନ୍ତୁ ଜାଣିନେବା ସେହି କାର୍ଯ୍ୟ ଗୁଡିକ କଣ କଣ ।
୧-ପ୍ରଥମ ରେ ହେଉଛି ଯେଉଁ ଲୋକମାନେ ନିଜ ଘରେ ନାରୀ ଙ୍କୁ ସମ୍ମାନ ଦିଅନ୍ତି ନାହିଁ କିମ୍ବା ସେମାନଙ୍କ ସହ ଖରାପ ବ୍ୟବହାର କରନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ କେବେବି ବାସ କରନ୍ତି ନାହିଁ । ସର୍ଵଦା ନାରୀ କୁ ସମ୍ମାନ ଦେବା ଉଚିତ ।
୨- ଦ୍ଵିତୀୟ ରେ ଯେଉଁ ବ୍ୟକ୍ତି ମାନେ ସର୍ଵଦା ମିଛ ର ସହାୟତା ନେଇଥାନ୍ତି ସବୁବେଳେ ମିଛ କୁହନ୍ତି ଏବଂ ମିଛ ରେ ହିଁ ନିଜ ଜୀଵନ ବିତାନ୍ତି ସେହି ମାନଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ କେବେବି ଘରକୁ ଆସନ୍ତି ନାହିଁ । ସର୍ଵଦା ସତ୍ୟ କହିବା ଉଚିତ ।
୩- ତୃତୀୟ ରେ ହେଉଛି ଯେଉଁ ବ୍ୟକ୍ତି ସକାଳୁ ଉଠେ ନାହିଁ ଏବଂ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାଏ ସେହି ଭଳି ବ୍ୟକ୍ତି କେବେବି ଆଗକୁ ବଢ଼ିପାରେ ନାହିଁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ରୁହେ ନାହିଁ । ତେଣୁ ସର୍ଵଦା ପ୍ରାତଃ କାଳ ରେ ଉଠିବା ଉଚିତ ।
୪- ଚତୁର୍ଥ ରେ ହେଉଛି ଯେଉଁ ମାନେ ସଫା ସୁତୁରା ରୁହନ୍ତି ନାହିଁ କିମ୍ବା ନିଜ ଦାନ୍ତ ସଫା ରଖନ୍ତି ନାହିଁ କିମ୍ବା ଯାହାଙ୍କ ମୁହଁରୁ ଗନ୍ଧ ଆସିଥାଏ ସେହି ଭଳି ବ୍ୟକ୍ତି ଙ୍କ ପାଖରେ ମହାଲକ୍ଷ୍ମୀ ରୁହନ୍ତି ନାହିଁ । ତେଣୁ ସର୍ଵଦା ସଫା ସୁତୁରା ରହିବା ଉଚିତ ।
୫- ପଞ୍ଚମ ରେ ଯେଉଁ ଘରେ ଅନ୍ୟର ଧନ ସମ୍ପତ୍ତି ଲୁ-ଟି-ବା ପାଇଁ ଚାହିଁଥାନ୍ତି କିମ୍ବା କରଜ ଟଙ୍କା କୁ ସୁଜି ନଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ରାଗିଥାନ୍ତି ଏବଂ ସେ ଘରେ ମଧ୍ୟ ବାସ କରନ୍ତି ନାହିଁ । ତେଣୁ ସର୍ଵଦା ଅନ୍ୟର ଟଙ୍କା ତାଙ୍କୁ ଶୀଘ୍ର ଫେରସ୍ତ କରିବା ଉଚିତ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।