ଯଦି କେହି ଆପଣଙ୍କୁ ବାରମ୍ବାର ଦୁଖ ଦେଉଛି, ଅପମାନ କରୁଛି, ତାହେଲେ କଣ କରିବେ- Motivational Tips

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ରହିଥାଏ । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ମଣିଷ ବିଭିନ୍ନ ପ୍ରକାରର ଉପାୟ କରିଥାଏ ହେଲେ ଯେତେବେଳେ ବ୍ୟକ୍ତି ଏହି ସବୁ ସମସ୍ୟାକୁ ଦୂର କରିପାରେ ନାହିଁ ସେତେବେଳେ ସେ ଭାଙ୍ଗି ଯାଇଥାଏ ।

ବନ୍ଧୁଗଣ ମଣିଷ ଜୀବନରେ ଥିବା ଦୁଃଖ ପାଇଁ ମାହାତ୍ମା ବୁଦ୍ଧ କିଛି ବକ୍ତବ୍ୟ ଦେଇଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଥରେ ଜଣେ ବ୍ୟକ୍ତି ମହାତ୍ମା ବୁଦ୍ଧଙ୍କୁ ପଚାରିଲେ ଯେ, ମୋ ଜୀବନରେ ଏତେ ସମସ୍ୟା ଓ ଦୁଃଖ କଣ ପାଇଁ ଅଛି । ସେହି ସମୟରେ ମାହାତ୍ମା ବୁଦ୍ଧ ତାକୁ ପଚାରିଲେ କୁହ ତୁମର ଦୁଃଖ କଣ । ଏହାର ଉତ୍ତର ଦେଇ ସେହି ଲୋକ ଜଣକ କହିଲା, ମୁ ଆପଣଙ୍କୁ କେତେ ଦୁଃଖ କହିବି ମୋର ଜୀବନ ତ ପୁରା ଦୁଃଖରେ ଭରିଯାଇଛି । ମୁ ମୋ ପରିବାରରେ ନା ଖୁସି ଅଛି ନା ମୋ ମନରେ ନା ମୋ ଜୀବନରେ ଖୁସି ଅଛି । ଲାଗୁଛି ଏମିତି ଜୀବନରେ ବଞ୍ଚିବା ଠାରୁ ଭଲ ମରିଯିବା ।

ସେତେବେଳେ ମାହାତ୍ମା ବୁଦ୍ଧ କହିଲେ, ତା ହେଲେ ତୁମେ କୁହ ତୁମର ଏହି ଦୁଃଖର କାରଣ କଣ । ତମେ ନିଜ ଦୁଃଖ ବିଷୟରେ ଭଲ ଭାବରେ ଚିନ୍ତା କାରଣ ଓ ଭାବ କଣ ତମର ଦୁଃଖର ଏହି ସବୁ କାରଣ ଅଟେ । ସେହି ବ୍ୟକ୍ତି ନିଜ ଦୁଃଖ ବିଷୟରେ ବହୁତ ଭାବିଲା ହେଲେ କିଛି ବୁଝିପାରିଲା ନାହିଁ । ଏହାପରେ ବୁଦ୍ଧ ସେହି ବ୍ୟକ୍ତିକୁ କହିଲେ ଯେ, ତୁମର ସବୁ ଦୁଃଖରା କାରଣ ତୁମେ ନିଜେ । ତୁମ ମନର ଆଶକ୍ତି ଓ ତୁମ ମନର ମୋହ ପାଇଁ ତମେ ଦୁଃଖ ପାଉଛ । ଏହାପରେ ମାହାତ୍ମା ବୁଦ୍ଧ ସେହି ବ୍ୟକ୍ତିକୁ ଏକ କାହାଣୀ କହିଥିଲେ ।

ଥରେ ଏକ ବ୍ୟକ୍ତି ଗଛ ଉପରେ ଥାଇ ଜୋର ଜୋର ସେ ଚିତ୍କାର କରି ସାହାର୍ଯ୍ୟ ମାଗୁଥିଲା । ସେହି ସମୟରେ ଏକ ଗୁରୁ ଓ ଶିଷ୍ୟ ସେହି ରାସ୍ତା ଦେଇ ଯାଉଥିଲେ । ସେହି ଦୁଇଜଣ ବ୍ୟକ୍ତି ଜଣକୁ ଦେଖିଥିଲେ ଓ ଶିଶୁ ଜଣକ ଲୋକକୁ ସାହାର୍ଯ୍ୟ କରିବା ପାଇଁ ନିଜ ଗୁରୁଙ୍କୁ କହିଥିଲା । ହେଲେ ସେହି ସମୟରେ ଗୁରୁ କହିଥିଲେ, ସେହି ବ୍ୟକ୍ତି ଜଣକଙ୍କୁ କେହି ସାହାର୍ଯ୍ୟ କରିପାରିବେ ନାହିଁ କାରଣ ସେହି ବ୍ୟକ୍ତି ଜଣକ ନିଜେ ଗଛ ଉପରେ ଚଢିଛି ଓ ତାକୁ ନିଜେ ସେହି ଗଛରୁ ତଳକୁ ଆସିବାକୁ ପଡିବ ।

ବନ୍ଧୁଗଣ ଏହି କାହାଣୀକୁ ଆଖି ଆଗରେ ରଖି ବୁଦ୍ଧ କହିଲେ ତୁମେ ନିଜେ ହିଁ ସବୁ ଦୁଃଖକୁ ଧରିଛ ଯଦି ତମେ ଚାହିଁବ ତା ହେଲେ ନିଜେ ହିଁ ତମର ଦୁଃଖକୁ ଦୂର କରିପାରିବ । ଏହି କାହାଣୀ ବିଷୟରେ ଜାଣିବା ପରେ ବ୍ୟକ୍ତି ଜଣକ ନିଜର ଅସଲି ସମସ୍ୟା ବିଷୟରେ ଜାଣିପାରିଲା । ତେଣୁ ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ କିଛି ନା କିଛି ସମସ୍ୟାରେ ରହିଥାନ୍ତି ଓ ସେହି ସମସ୍ୟାକୁ ସେ ନିଜେ ଚାହିଁଲେ ଦୂର କରିପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *