ଯଦି ଆପଣଙ୍କ ନିଦ ବି ରାତି 3 ଟା ରୁ 5 ଟା ଭିତରେ ଭାଙ୍ଗି ଯାଉଛି, ତେବେ ଭାଗବାନ ଆପଣଙ୍କୁ ଦେଉଛନ୍ତି ଏହି ସଙ୍କେତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ଆପଣଂକୁ ଆଜି କହିବାକୁ ଯାଉଛୁ ଯେ ଯଦି ଆପଣଙ୍କ ନିଦ ରାତି ସମୟରେ ୩ଟା ରୁ ନେଇ ୫ଟା ମଧ୍ୟରେ ଭାଂଗିଥାଏ ତେବେ ଆପଣଂକୁ କୌଣସି ଦିବ୍ୟଶକ୍ତି କିଛି ସଂକେତ ଦେବାକୁ ଚାହୁଁଛନ୍ତି ଏବଂ ଆପଣଂକୁ କିଛି ବୁଝାଇବାକୁ ଚେଷ୍ଟା କରୁଛନ୍ତି। ବନ୍ଧୁଗଣ କଣ ଆପଣ ମାନେ ଜଣିଛନ୍ତି ଯେ, ଏହି ସମୟ ଅମୃତ ବେଳା ହୋଇଥାଏ। ଏହି ସମୟରେ ପରମାତ୍ମା ଙ୍କ ଦିବ୍ୟଶକ୍ତି ଅତ୍ୟନ୍ତ ତେଜରେ ପ୍ରବାହିତ ହୋଇଥାଏ ଏବଂ ଆକାଶରେ ସକରାତ୍ମକ ଶକ୍ତି ପ୍ରବାହ କରିଥାନ୍ତି।

କାରଣ ନକରାତ୍ମକ ଶକ୍ତି ସେହି ସମୟରେ ଶୟନ କରିଥାନ୍ତି ଏବଂ ସକରାତ୍ମକ ଶକ୍ତି ସେହି ସମୟରେ ଜାଗ୍ରତ ହୋଇଥାଆନ୍ତି।ଏହାର ଅର୍ଥ ଭଗବାନ ଙ୍କ ଦିବ୍ୟଶକ୍ତି ସେହି ସମୟରେ ବିଚରଣ କରନ୍ତି । ଏହି ସମୟରେ ଯଦି ଆପଣ ଶୋଇ ନଥାନ୍ତି ଏବଂ ଭଗବାନ ଙ୍କୁ ପ୍ରାର୍ଥନା କରିଥାଆନ୍ତି ତେବେ ଭଗବାନ ଙ୍କ କୃପା ଦୃଷ୍ଟି ଆପଣଂକୁ ଲାଭ ହୋଇଥାଏ।

ଯଦି ରାତ୍ରି ର ୩ଘଟିକା ସମୟରେ ଆପଣଙ୍କ ନିଦ ଭାଂଗି ଯାଉଛି ତେବେ ଏହାର ଅର୍ଥ ଆପଣ ସେହି ସମୟରେ ପରମାତ୍ମା ଙ୍କ ଧ୍ୟାନ କରନ୍ତୁ କାରଣ ଦିବ୍ୟଶକ୍ତି ଆପଣଙ୍କ ଅପେକ୍ଷା ରେ ଅଛନ୍ତି।ଆପଣ ଯଦି ଏହି ସମୟରେ ପରମାତ୍ମା ଙ୍କ ଧ୍ୟାନ କରନ୍ତି ଏବଂ ପ୍ରାର୍ଥନା କରନ୍ତି ତେବେ ଆପଣଂକୁ ଦିବ୍ୟଶକ୍ତି ଲାଭ ହୋଇଥାଏ ଯାହାଦ୍ୱାରା ଆପଣ ଦିବ୍ୟଶକ୍ତି ର ଅଧିକାରୀ ହୋଇଥାଆନ୍ତି।ଆପଣଂକ ଶରୀରରେ ସ୍ୱୟଂ ଭଗବାନ ବାସ କରନ୍ତି । ଏହି ସମୟ କେବଳ ପରମାତ୍ମା ପ୍ରେମୀ ଙ୍କ ସମୟ ହୋଇଥାଏ ।

ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁ ମାନଙ୍କୁ ରାତି ସାରା ନିଦ ହୋଇନଥାଏ କିନ୍ତୁ ଠିକ ଭୋର ସମୟ ୪ଟା ରେ ନିଦ ହୋଇଥାଏ। ସେମାନେ ପ୍ରଶ୍ନ କରନ୍ତି ଯେ,ଏପରି କାହିଁକି ହୋଇଥାଏ? ବନ୍ଧୁଗଣ ଏହାର କାରଣ ହେଉଛି ଯେ ଏହି ସମୟ କେବଳ ପରମାତ୍ମା ଏବଂ ତାଙ୍କ ପ୍ରେମୀ ଙ୍କ ସମୟ।ଏହି ସମୟରେ କେବଳ ସେହି ବ୍ୟକ୍ତି ମାନଙ୍କ ନିଦ୍ରା ଭାଙ୍ଗି ଯାଇଥାଏ ଯେଉଁମାନେ ପରମାତ୍ମା ପ୍ରେମୀ ହୋଇଥାଆନ୍ତି। ଏହି ସମୟ ରେ ଯେଉଁ ବ୍ୟକ୍ତି କେବଳ ପରମାତ୍ମା ଙ୍କ ଆରାଧନା କରିଥାଏ ସେହି ବ୍ୟକ୍ତି ଦିବ୍ୟଶକ୍ତି ର ଅଧିକାରୀ ହୋଇଥାଏ।

ବନ୍ଧୁଗଣ ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ପରମାତ୍ମା ଙ୍କ ପ୍ରେମୀ ଅଟନ୍ତି କିନ୍ତୁ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନଙ୍କୁ ପରମାତ୍ମା ପ୍ରେମ କରନ୍ତି।ଏହି ସମ୍ବନ୍ଧକୁ ନେଇ ଶାସ୍ତ୍ର ରେ ଭଗବାନ ବିଷ୍ଣୁ ଏବଂ ନାରଦ ମୁନି ଙ୍କୁ ନେଇ ଏକ କାହାଣୀ ମଧ୍ୟ ରହିଛି। ନାରଦ ମୁନି ଭଗବାନ ବିଷ୍ଣୁ ଙ୍କ ବହୁତ ବଡ଼ ଭକ୍ତ ଅଟନ୍ତି।ଭଗବାନ ବିଷ୍ଣୁଙ୍କ ଭକ୍ତ ମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ଥରେ ନାରଦ ମୁନି ଭଗବାନ ବିଷ୍ଣୁଙ୍କ ଡାଏରୀ ରେ ଥିବା ଭକ୍ତ ମାନଙ୍କ ନାମ ଦେଖିବାକୁ ଇଚ୍ଛା କରିଥିଲେ ଏବଂ ଯେତେବେଳେ ସେ ତାହା ଦେଖିଲେ ବହୁତ ନିରାଶ ହୋଇଥିଲେ କାରଣ ସେଥିରେ ତାଙ୍କ ନାମ ଉଲ୍ଲେଖନୀୟ ନଥିଲା।

ସେ ଏହି କଥା ଭଗବାନ ବିଷ୍ଣୁ ଙ୍କୁ ପଚାରିଲେ ଏବଂ ଏହା ଶୁଣି ଭଗବାନ ବିଷ୍ଣୁ ହସିକରି କହିଲେ ଯେ, ମହର୍ଷି ଆପଣ କେବଳ ମୋତେ ଆରାଧନା କରୁଥିବା ଭକ୍ତ ମାନଙ୍କୁ ଦେଖିଲେ କିନ୍ତୁ ଏହା ଦେଖିଲେ ନାହିଁ ଯେ ମୋର ପ୍ରିୟ ଭକ୍ତ କିଏ ଏବଂ ମୁଁ କେଉଁ ଭକ୍ତ କୁ ନିଜଠାରୁ ଅଧିକ ବେଶୀ ଭଲ ପାଏ।ଏହା ଶୁଣି ନାରଦ ମୁନି ଅନ୍ୟ ଏକ ଡାଏରୀ ଦେଖିଲେ ଏବଂ ସେଥିରେ କେବଳ ତାଙ୍କ ନାମ ଉଲ୍ଲେଖନୀୟ ଥିଲା।ଏହା ଦେଖି ନାରଦ ମୁନି ବହୁତ ଖୁସି ହୋଇଥିଲେ। ତେବେ ଭଗବାନ ଯେବେ ତାଙ୍କର କୌଣସି ଭକ୍ତ କୁ ଭଲ ପାଇ ଥାଆନ୍ତି ତେବେ ସ୍ୱୟଂ ତାକୁ ଦିବ୍ୟଶକ୍ତି ର ଅଧିକାରୀ କରି ଥାଆନ୍ତି।

ତେବେ ଆପଣଙ୍କର ଯଦି ରାତି ସମୟ ୩ଟା ରୁ ୫ଟା ମଧ୍ୟରେ ନିଦ ଭାଙ୍ଗୁଛି ତେବେ ଏହାର ଅର୍ଥ ଭଗବାନ ସ୍ୱୟଂ ଆପଣଂକୁ ତାଙ୍କ ଆରାଧନା କରିବା ନିମନ୍ତେ ସଂକେତ ଦେଉଛନ୍ତି। ତେବେ ବନ୍ଧୁଗଣ ଆପଣ ଯଦି ହୃଦୟ ର ସହ ଭଗବାନ ଙ୍କ ଆରାଧନା କରିବେ ତେବେ ଆପଣ ନିଶ୍ଚିତ ଭାବରେ ଦିବ୍ୟଶକ୍ତି ର ଅଧିକାରୀ ହୋଇପାରିବେ। ଯେଉଁମାନେ ଭଗବାନ ଙ୍କୁ ହୃଦୟ ର ସହ ଚାହିଁ ଥାଆନ୍ତି ତେବେ ଭଗବାନ ସ୍ଵୟଂ ତାଙ୍କୁ ବ୍ରମହ ମୁହୂର୍ତ୍ତରେ ଜାଗ୍ରତ କରାଇଥାନ୍ତି। ତେଣୁ ବନ୍ଧୁଗଣ ଯଦି ଆପଣଙ୍କ ରାତି ସମୟ ୩ଟା ରୁ ନେଇ ୫ଟା ପର୍ଯ୍ୟନ୍ତ ମଧ୍ୟରେ ନିଦ ଭାଙ୍ଗି ଯାଉଛି ତେବେ ଆପଣ ଭଗବାନ ଙ୍କ ସଂକେତକୁ ନିଶ୍ଚିତ ବୁଝନ୍ତୁ ଏବଂ ଭଗବାନଙ୍କୁ ହୃଦୟ ର ସହ ଆରାଧନା କରନ୍ତୁ।

ଆଶା କରୁଛୁ ଆପଣ ମାନଙ୍କୁ ଆମର ପୋସ୍ତ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଗୋଟିଏ ଲାଇକ କରିବେ ଓ ଶେୟାର କରିଦେବେ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *