ବାଛନ୍ତୁ ନିଜ ପସନ୍ଦର କୌଣସି ଏକ ଫଟୋ ଓ ଜାଣନ୍ତୁ ନିଜର ଏକ ବଡ ରାଜ- Psycology Test

ମନୋବିଜ୍ଞାନ ଅନୁସାରେ ଚିତ୍ର, ଦୃଶ୍ୟ ଆଦିରେ ଆମେ ପ୍ରଥମେ କଣ ଦେଖିଥାଉ ସେଥିରୁ ଆମ ଚିନ୍ତା ଶକ୍ତି ବିଷୟରେ ଅନେକ କିଛି ଜାଣି ହୁଏ। ଅନେକ ପ୍ରକାର ବ୍ୟକ୍ତିଗତ ପରୀକ୍ଷା ମାଧ୍ୟମରେ ଲୋକଙ୍କ ଚିନ୍ତାଧାରା ଓ ସ୍ଵଭାବ ବିଷୟରେ ଜଣାପଡେ।

ଆମେ ଆପଣଙ୍କୁ ସମୁଦ୍ର ଓ ଜହ୍ନର ଚାରି ପ୍ରକାର ଚିତ୍ର ଦେଖାଉଛୁ, ଏଥିରୁ ଆପଣ ଗୋଟିଏ ବାଛନ୍ତୁ। ତା ପରେ ନିଜ ଉତ୍ତର ଦେଖି ଜାଣନ୍ତୁ ଆପଣ ଭିତରୁ କିପରି ଅଟନ୍ତି। ◾ପ୍ରଥମ ଚିତ୍ରଟି ବହୁତ ଖାସ୍ ଅଟେ। ଏଥିରେ ଚନ୍ଦ୍ରମା ଡାହାଣ ପାର୍ଶ୍ଵରେ ରହିଛି ଓ ସମୁଦ୍ର ଶାନ୍ତ ଅଛି। ଏଥିରୁ ଜଣାପଡେ ଛୋଟବେଳୁ ଆପଣଙ୍କ କଳ୍ପନା ଶକ୍ତି ବହୁତ ଅଟେ। ଆପଣଙ୍କ ଇଚ୍ଛା ଅନନ୍ତ ଅଟେ। ଆପଣଙ୍କ ସ୍ବପ୍ନ ଓ ଭବିଷ୍ୟତ ଯୋଜନା ଖୁବ୍ ବଡ଼ ଅଟେ।

ଆପଣ ନିଜ ଲକ୍ଷ୍ୟ ହାସଲ କରି ରୁହନ୍ତି ଓ କଳ୍ପନାଶୀଳ ହୋଇଥିଲେ ମଧ୍ୟ ଆପଣ ଅସଲ ଦୁନିଆରୁ ଅଲଗା ହୋଇ ନ ଥାଆନ୍ତି। ବାସ୍ତବିକତା ଓ କଳ୍ପନା ମଧ୍ୟରେ ଥିବା ଫରକ୍ ଆପଣଙ୍କୁ ଭଲ ଭାବେ ଜଣା ଥାଏ। ପ୍ରେମ ଓ ବନ୍ଧୁତା ମାମଲାରେ ମଧ୍ୟ ଆପଣ ଖୁବ୍ ଅଟଳ। ସେଥିପାଇଁ ଆପଣଙ୍କ ସାଥି ବର୍ଷ ବର୍ଷ ଧରି ବଦଳନ୍ତି ନାହିଁ।

◾ଦ୍ଵିତୀୟ ଚିତ୍ରରେ ଚନ୍ଦ୍ରମା ଡାହାଣ ପାର୍ଶ୍ଵରେ ଅଛି ଓ ସମୁଦ୍ରର ଲହରୀ ବହୁତ ଉଚ୍ଚ ଅଛି। ଏଥିରୁ ଜଣାପଡେ ଆପଣ ଖୁବ୍ ଭବନାତ୍ମକ ବ୍ୟକ୍ତି ଅଟନ୍ତି। ଆପଣ ଅନେକ ନିର୍ଣ୍ଣୟ ହୃଦୟରୁ ହିଁ ନେଇଥାନ୍ତି। ଏପରି ଲୋକ ବହୁତ ଦୟାଳୁ, ବିଶ୍ଵସ୍ତ ଓ ଉଦାର ହୋଇଥାନ୍ତି। ଆପଣଙ୍କୁ ନିଜ ପରି ସାଥୀ ଟିଏ ମିଳିଗଲେ ଆପଣ ବହୁତ ଖୁସି ରୁହନ୍ତି। ଆପଣଙ୍କୁ ପରିବର୍ତ୍ତନ ବହୁତ ପସନ୍ଦ, ମାତ୍ର କେବଳ ଯଦି ତାହା ଆପଣଙ୍କ ପାଇଁ ଲାଭଦାୟକ ଥାଏ। ଜୀବନରେ ନିଜେ ଖୁସି ରହିବା ସହ ଅନ୍ୟକୁ ଖୁସି ରଖିବା ହିଁ ଆପଣଙ୍କୁ ବହୁତ ପସନ୍ଦ।

◾ତୃତୀୟ ଚିତ୍ରରେ ଚନ୍ଦ୍ରମା ବାମ ପଟେ ଅଛି ଓ ସମୁଦ୍ର ଶାନ୍ତ ଅଛି। ଏହାର ଅର୍ଥ ଆପଣ ସବୁବେଳେ ଆବଶ୍ୟକ ଠାରୁ ଅଧିକ ଭଲ ହେବାକୁ ଚେଷ୍ଟା କରନ୍ତି। ଆପଣ ବିଜ୍ଞାନ, ସାହିତ୍ୟ ଆଦିରେ ନିଗୂଢ଼ ତତ୍ତ୍ଵ ଜାଣି ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି। ଆପଣ କୌଣସି ବିଷୟ ଭୁଲନ୍ତି ନାହିଁ ଓ ଆପଣଙ୍କ ଅନ୍ତର ମନର ସ୍ବର ଆପଣଙ୍କୁ ଅନେକ ମୁସ୍କିଲ ପରିସ୍ଥିତିରୁ ଦୂରେଇ ରଖେ। ଆପଣଙ୍କର ଅନେକ ବନ୍ଧୁ ଥାଆନ୍ତି। ଆପଣ ପ୍ରତ୍ୟେକ କାର୍ଯ୍ୟକୁ ନିଜେ କରିବାକୁ ଭଲ ପାଆନ୍ତି। କେବେ କେବେ ଅନ୍ୟର ସଫଳତାରେ ଆପଣଙ୍କ ମଧ୍ୟରେ ଇର୍ଷା ଭାବ ଆସିଥାଏ।

◾ଚତୁର୍ଥ ଚିତ୍ରରେ ଚନ୍ଦ୍ରମା ବାମ ପଟେ ଅଛି ଓ ସମୁଦ୍ରର ଲହରୀ ଉଚ୍ଚ ଅଛି। ଏଥିରୁ ଜଣାପଡେ ଆପଣ ଅନ୍ୟମାନଙ୍କ ଠାରୁ ଅଲଗା ଅଟନ୍ତି। ଆପଣ ସବୁ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ପସନ୍ଦ କରନ୍ତି। ଆପଣ ଯେକୌଣସି ନିର୍ଣ୍ଣୟ ନେବା ସମୟରେ ବହୁତ ଧୈର୍ଯ୍ୟର ସହ ଚିନ୍ତା କରନ୍ତି ଓ ଆପଣ ବହୁତ ଜିଜ୍ଞାସୁ ଅଟନ୍ତି। ଆପଣ ନିଜ ବନ୍ଧୁ ଓ ସାଥିଙ୍କ ସହ ସମୟ ବିତାଇବାକୁ ଖୁବ୍ ଭଲ ପାଆନ୍ତି। ଆପଣ ପ୍ରକୃତିକୁ ବହୁତ ପ୍ରେମ କରନ୍ତି।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *