5 ମିନିଟ୍ ରେ ମଶା-ମାଛି-ମୂଷା-ଅସରପା ସମସ୍ତେ ଘର ଛାଡି ପଳେଇବେ…ବାସ କରି ନିଅନ୍ତୁ ଏହି ଦେଶୀ ଉପାୟ

ବନ୍ଧୁଗଣ ବର୍ତ୍ତମାନ ର ସମୟ ଓ ପାଗ କିଛି ଏପରି ହୋଇ ଯାଇଛି ଯାହା ଦ୍ଵାରା କି ଘରେ ଭିନ୍ନ ଭିନ୍ନ ପ୍ରକାର ପୋକ, ମଶା, ମାଛି କୀଟ ପତଙ୍ଗ ମାନ ସବୁ ଦେଖା ଯାଉଛନ୍ତି । ଏଗୁଡିକ ଘରେ ହେଲେ ଖୁବ ଅସନା ଲାଗିଥାଏ । ଏହାଛଡା ଏମାନଙ୍କ ଦ୍ଵାରା ଭିନ୍ନ ପ୍ରକାର ରୋଗ ବ୍ୟାଧି ମାନ ହୋଇଥାଏ । ତେଣୁ ଏହି କାରଣ ରୁ ଆମେ ସମସ୍ତେ ନିଜ ନିଜ ଘରକୁ ସଫା କରି ରଖିଥାଉ । କିନ୍ତୁ ଘରକୁ ସଫା କରିବା ସତେ ମଧ୍ୟ ଘରେ ମଶା ମାଛି ମୂଷା ଅସରପା ଭଳି କୀଟ ପତଙ୍ଗ ଜୀବ ଗୁଡିକ ଦେଖା ଯାଇଥାନ୍ତି ।

କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଉପାୟ ଯାହା ଦ୍ଵାରା ଆପଣ ଅତି ସହଜ ରେ ନିଜ ଘରୁ ସମସ୍ତ ପ୍ରକାର ର ଜୀବ ଜନ୍ତୁ କୀଟ ପତଙ୍ଗ ମାନଙ୍କୁ ବାହାର କରି ଦେଇ ପାରିବେ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କର ଆବଶ୍ୟକ ପଡିବ ସର୍ବପ୍ରଥମେ ନିମ୍ବ ତେଲ । ଯଦି ଆପଣ ଙ୍କ ଘରେ ନିମ୍ବ ତେଲ ନାହିଁ ତେବେ ଆପଣ ଏହି ଉପାୟ ଟି ପାଇଁ ସୋରିଷ ତେଲ ମଧ୍ୟ ନେଇ ପାରିବେ ।

ଏହାସହ ଆପଣ ଙ୍କର ଆବଶ୍ୟକ ପଡିବ କିଛି ତେଜ ପତ୍ର ଓ କିଛି କର୍ପୁର । ପ୍ରଥମେ ନେଇଥିବା ତେଲ ରେ କିଛି କର୍ପୁର କୁ ଗୁଣ୍ଡ କରି ଭଲ ଭାବରେ ଗୋଳାଇ କିଛି ସମୟ ପାଇଁ ରଖି ଦିଅନ୍ତୁ । ଏହାପରେ ଏକ ପାତ୍ର ରେ କିଛି ତେଜ ପତ୍ର ଗୁଡିକୁ ଛିଣ୍ଡାଇ ନେଇ ନିଅନ୍ତୁ । ଏହା ପରେ ସେଥିରେ 1 ବା 2 ଚାମଚ ନିମ୍ବ ତେଲ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଏହା ପରେ ଏଥିରେ ନିଆଁ ଲଗାଇ ଦିଅନ୍ତୁ । କିଛି ସମୟ ଜଳିଳା ପରେ ଏହାକୁ ଲିଭାଇ ଦିଅନ୍ତୁ । ଯେପରି ଏଥିରୁ ଧୂଆଁ ବାହାରୁଥିବ । ଏହି ଧୂଆଁ ଘରର ପ୍ରତ୍ଯେକ କୋଣ ରେ ଯାଇ ଘର ଭିତରୁ ସମସ୍ତ ପ୍ରକାର ର କୀଟ ପତଙ୍ଗ କୁ ଘରୁ ବାହାର କରିଦେବ । ଓ ଘରେ ଥିବା ମୂଷା ଅସରପା ମାନେ ମଧ୍ୟ ଏହାର ଦୁହାଁ ର କାରଣ ରୁ ଘରୁ ବାହାରକୁ ପଳାଇବେ ।

ବନ୍ଧୁଗଣ ଏହି ଉପାୟ ଟି ବହୁ ପୁରାତନ ଉପାୟ । ଏହାର ପ୍ରୟୋଗ କରି ଅନେକ ଲୋକ ମାନେ ଲାଭନୁଭବ ହୋଇଛନ୍ତି । ଆପଣ ମାନେ ମଧ୍ୟ ଏହି ଉପାୟ ଟିକୁ ନିଶ୍ଚୟ ନିଜ ଘରେ ପ୍ରୟୋଗ କରି ଦେଖନ୍ତୁ । ଆପଣ ଏହାର ଲାଭ ଜାଣି ପାରିବେ । ଆପଣ ମାନଙ୍କୁ ଆମର ଏହି ଉପଚାର ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *