ଜଲ୍ଦି ଧନବାନ ହେବାକୁ ଚାହାଁନ୍ତି ତ ଘରୁ ତୁରନ୍ତ ହଟେଇ ଦିଅନ୍ତୁ ଏହି ଜିନିଷ, ମିଳିବ ସୁଖ ସୌଭାଗ୍ୟ (Chanakya Niti)

ବନ୍ଧୁଗଣ, ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କର କିଛି ବିଶେଷ ନୀତି ଯାହା ଆପଣଙ୍କୁ ଧନୀ ବନାଇ ଥାଏ । ଆମ୍ଭ ସମସ୍ତଙ୍କ ମଧ୍ୟରେ କିଛି ଭଲ ତ ଆଉ କିଛି ଖରାପ ଅଭ୍ୟାସ ରହିଥାଏ । କୌଣସି ବ୍ୟକ୍ତି ପରଫେକ୍ଟ ହୋଇ ନଥାଏ । ତାଙ୍କର ଅଭ୍ୟାସ ଦ୍ଵାରା ଅନ୍ୟକୁ ସମସ୍ୟା ହୋଇପାରେ । ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର ର ମହାନ ବିଦ୍ଵାନ ଥିଲେ । ଆଚାର୍ଯ୍ୟ ଚାଣକ୍ୟ ଙ୍କୁ ତାଙ୍କ ନ୍ୟାୟ ପ୍ରିୟା ଆଚରଣ ପାଇଁ ଜଣାଯାଉଥିଲା ।

ଏତେ ବଡ ସାମ୍ରାଜ୍ୟ ର ମନ୍ତ୍ରୀ ଥିଲେ ମଧ୍ୟ ସେ ଏକ ସାମାନ୍ୟ କୂଟିଆ ରେ ରହୁଥିଲେ । ତାଙ୍କର ଜୀବନ ବହୁତ ସାଧା ଥିଲା । ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ଅନୁଭବ କୁ ଚାଣକ୍ୟ ନୀତି ରେ ସାମିଲ କରିଥିଲେ । ଚାଣକ୍ୟ ନୀତି ରେ କିଛି ଏଭଳି କାମ ର ଉଲ୍ଲେଖ ହୋଇଛି,  ଯାହାକୁ ଯଦି ବ୍ୟକ୍ତି କରିବା ଛାଡି ଦିଏ ତେବେ ସେ କେବେ ମଧ୍ୟ ଗରିବ ହୋଇପାରି ନଥାଏ ।

୧;- ଚାଣକ୍ୟ ନୀତି ଅନୁସାରେ କେବେ ମଧ୍ୟ ବ୍ୟକ୍ତି ଙ୍କୁ ମିଛର ସାଥ ଦେବା କଥା ନୁହେଁ । ମିଛର ସାଥ ଦେଉଥିବା ବ୍ୟକ୍ତି ସର୍ବଦା ଗରିବୀ ରେ ହିଁ ଜୀବନ ବିତାଇଥାଏ । ଏହିଭଳି ଲୋକ ଜୀବନସାରା ଗରିବ ହିଁ ରହିଥାନ୍ତି । ଏଥିପାଇଁ ଆପଣଙ୍କୁ ସର୍ବଦା ସତ୍ୟତା ର ସାଥ ଦେବା ଉଚିତ ।

୨;- ବ୍ୟକ୍ତିଙ୍କୁ ସର୍ବଦା ସଫାସୁତରା ପୋଷାକ ପିନ୍ଧିବା ଆବଶ୍ୟକ । ଯେଉଁ ଲୋକ ଖରାପ ପୋଷାକ ପିନ୍ଧନ୍ତି ଏବଂ ନିଜ ସଫା ସୁତରା ର ଧ୍ୟାନ ରଖନ୍ତି ନାହିଁ, ଏଭଳି ଲୋକ କେବେ ମଧ୍ୟ ଅମିର ହୋଇ ପାରନ୍ତି ନାହିଁ । କାରଣ ସ୍ଵଛ ଶରୀରରେ ହିଁ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ।

୩;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ କିଛି ଲୋକ ପେଟ ଭର୍ତ୍ତି ହେଲା ପରେ ମଧ୍ୟ ଖାଦ୍ୟ ଖାଇଥାନ୍ତି । ଖାଦ୍ୟ ଖାଇବା ଦ୍ଵାରା ତାଙ୍କ ପେଟ ଭର୍ତ୍ତି ହୋଇଥାଏ ମାତ୍ର ସେ ଅତ୍ୟଧିକ ଖାଇଥାନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଏହିଭଳି ଲୋକ କେବେ ଧନବାନ ହୋଇ ନଥାନ୍ତି ।

୪;- ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିନଥାଏ, ସେ ମଧ୍ୟ ଗରିବ ହୋଇଥାଏ । ସବୁଠାରୁ ଧନୀ ବ୍ୟକ୍ତି ସିଏ ହୋଇଥାଏ ଯେ କି ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିଥାଏ । ଏବଂ ନିଜର ନିତ୍ୟ କର୍ମ ସାରି ସମସ୍ତ କାର୍ଯ୍ୟ ସମାପ୍ତ କରିଥାଏ ।

୫;- ଯେଉଁ ବ୍ୟକ୍ତି ପ୍ରତିଦିନ ନିଜ ଦାନ୍ତ ସଫା କରି ନଥାଏ, ଏବଂ ଯାହାର ମୁହଁ ରେ ପ୍ରତିଦିନ ଗନ୍ଧ ରହିଥାଏ, ତାଙ୍କ ଠାରୁ ମାତା ଲକ୍ଷ୍ମୀ ସର୍ବଦା ଦୂରେଇ ରହିଥାନ୍ତି । ସେହି ବ୍ୟକ୍ତି ସବୁବେଳେ ଗରିବ ରହିଥାନ୍ତି । ଏହା ବ୍ଯତୀତ ଯେଉଁ ବ୍ୟକ୍ତି ମହିଳା ମାନଙ୍କର ଇଜତ କରି ନଥାଏ, ଏବଂ କଥା କଥା ରେ ଧମକ ଦେଇଥାଏ, ତାଙ୍କ ଘରେ ମାତା ଲକ୍ଷ୍ମୀ ଙ୍କ କେବେ ମଧ୍ୟ ବାସ ହୋଇ ନଥାଏ । ବନ୍ଧୁଗଣ ଏହିଭଳି ଭୁଲ ନିଜ ଜୀବନରେ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *