Vastu tips-ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏହି 3 ଜିନିଷ ରଖିବା ଅନୁଚିତ, ନଚେତ ବ୍ୟକ୍ତି ହୋଇଯାଏ କାଙ୍ଗାଳ !

ମନୁଷ୍ୟ ଜୀବନରେ ବାସ୍ତୁଶାସ୍ତ୍ରର ଏକ ବହୁତ ବଡ ଭୂମିକା ରହିଛି । ଏହି ବାସ୍ତୁଶାସ୍ତ୍ର ଏତେ ବିସ୍ତ୍ରୁତ ଭାବରେ ପୁସ୍ତକ ମଧ୍ୟରେ ଆଲୋଚନା ହୋଇ ରହିଛି । ଯେ କୌଣସି ମଧ୍ୟ ନିଜର ସଂପୂର୍ଣ୍ଣ ଜୀବନ କାଳ ମଧ୍ୟରେ ସମସ୍ତ ବାସ୍ତୁଶାସ୍ତ୍ରର ନିୟମ ନିଜର ଜୀବନରେ ଆପଣାଇପାରିବ ନାହିଁ । ହେଲେ ସେହି ବାସ୍ତୁଶାସ୍ତ୍ର ମଧ୍ୟରୁ କିଛି ଗୁଡିଏ ପ୍ରମୁଖ ନିୟମକୁ ପାଳନ କରି ନିଏ ତଥା ନିଜ ଘର ପରିବାରକୁ ସୁଖ, ଶାନ୍ତିରେ ରଖି ପାରିବୁ ।

ଘର ନିର୍ମାଣ ସମୟରେ ବାସ୍ତୁଶାସ୍ତ୍ରର ଅନେକ କିଛି ନିୟମ ବିଷୟରେ ଆମକୁ ଧ୍ୟାନ ଦେବାକୁ ପଡିଥାଏ । ଏହି ଯେପରି ଘରର ମୁଖ୍ୟ ଦ୍ଵାରା କିପରି ଓ କେଉଁ ଦିଗକୁ ରହିବା ଉଚିତ । ଏହି ସମ୍ବଧିତ କଥା ଚାଲନ୍ତୁ ଆଲୋଚନା କରିଜାଣିବା । ଘରର ମୁଖ୍ୟଦ୍ଵାରର କବାଟ କାଠ ଦ୍ଵାରା ହିଁ ନିର୍ମାଣ କରାଯିବା ଉଚିତ । ଘରର ମୁଖ୍ୟ ଦ୍ଵାରା ଘରର ଆକାର ଅନ୍ୟ ରୁମ୍ ଆକାର ଦ୍ଵାରର ତୁଳନାରେ ଛୋଟ ହେବା ଉଚିତ ନୁହେଁ ।

ତେଣୁ ଘରର ମୁଖ୍ୟଦ୍ଵାରକୁ ହିଁ ବଡ ଦ୍ଵାରା କରିବା ଉଚିତ । କାରଣ ଯେଉଁ ଘରର ମୁଖ୍ୟଦ୍ଵାର ଛୋଟ ହୋଇଥାଏ । ସେହି ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଘରର ମୁଖ୍ୟଦ୍ଵାରର କବାଟ ୨ ଯୋଡା କବାଟ କରିବା ଉଚିତ । ଯାହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ । ଘରର ମୁଖ୍ୟଦ୍ଵାରରେ ବନ୍ଧ ରଖିବା ଉଚିତ । ଯାହା ଦ୍ଵାରା ଅତି ସହଜରେ କୌଣସି ନକରାତ୍ମକ ଊର୍ଜା ଘର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ ।

ଘରର ମୁଖ୍ୟଦ୍ଵାରରେ ତୋରଣ ଲଗାଇବା ଉଚିତ । ଏହା ଘର ପାଇଁ ଶୁଭଦାୟକ ହୋଇଥାଏ । ଘରର ମୁଖ୍ୟଦ୍ଵାର କବାଟରେ ଶୁଭ ଚିହ୍ନ ଲଗାଇବା ଘର ପାଇଁ ବହୁତ ଶୁଭ ଅଟେ । ଯେପରି ଶୁଭ, ଲାଭ, ସ୍ଵସ୍ତିକ ବା ଓମ୍ କାର ଭଳି ଚିହ୍ନ ଲଗାଇପାରିବେ । ଘରର ମୁଖ୍ୟଦ୍ଵାର ସାମ୍ନାରେ କୌଣସି ବଡ ଗଛ, ବଡ ଖୁଣ୍ଟ, ପାଣିଟାଙ୍କି ଆଦି ଜିନିଷ ରଖିବା ଅନୁଚିତ ।

ମୁଖ୍ୟଦ୍ଵାରା ସାମ୍ନା ତଥା ଆଖପାଖ ପରିବେଶରେ ଅପରିଷ୍କାର କରି ରଖିବା ଅନୁଚିତ । ମୁଖ୍ୟଦ୍ଵାର ବାହାରକୁ ଖୋଲିବାରର ବ୍ୟବସ୍ଥା ନକରି ଭିତର ପଟକୁ ଖୋଲିବାର ବ୍ୟବସ୍ଥା କରିବା ଘର ପ୍ରତି ଶୁଭପ୍ରଦଫଳ ଦେଇଥାଏ । ଚନ୍ଦନ, ନୀମ, ଅଶୋକ, ଅର୍ଜୁନ ଏହି ସମସ୍ତ କାଠ ଦ୍ଵାରା ଘରର ମୁଖ୍ୟ କବାଟ କରିବା ଦ୍ଵାରା ଘରର ଆର୍ଥିକସ୍ଥିତି ମଜଭୁତ ରହିଥାଏ । ଘରର ମୁଖ୍ୟ ଦ୍ଵାର ପୂର୍ବ ଓ ଉତ୍ତର ଦିଗକୁ ହିଁ ରଖିବା ଶୁଭ ।

ମୁଖ୍ୟଦ୍ଵାରା ଯେମିତି ଆପେ ଆପେ ଖୋଲିବା କି ବନ୍ଦ ନହେବ । ସେଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *