ଘରକୁ ବୋହୁ ଆସିଲା ପରେ କିପରି ଚଳିବା ଉଚିତ ! ବାର୍ଦ୍ଧକ୍ୟ ଅବସ୍ଥା ସମୟରେ ପାଳନ୍ତୁ କରନ୍ତୁ ଏହି 4 ନିୟମ !

ନମସ୍କାର ବନ୍ଧୁଗଣ, ଗୋଟିଏ ଝିଅ ବୋହୁ ହେବା ପରେ ତାକୁ ଶାଶୁ ଶଶୁର ରୂପରେ ନୂଆ ବାପା ମାଆ ମିଳିଥାନ୍ତି । ଯଦି ଶାଶୁ ଶଶୁର ବୋହୁକୁ ଝିଅ ଭଳି ଦେଖିବେ ତେବେ କିଛି କଥା ନାହିଁ ସବୁ ଠିକ ଚାଲିବ କିନ୍ତୁ ଯଦି ଭୁଲରେ ବି ଶାଶୁ ଶଶୁର ଏହି କିଛି ଭୁଲ କରିଦିଅନ୍ତି ତେବେ ବୃଦ୍ଧା ଅବସ୍ତାରେ ବୋହୁ ଠାରୁ ନିର୍ଯାତନା ମିଳିବାର ସମ୍ଭାବନା ରହିଥାଏ । ସେହିଭଳି ବୋହୁର ମଧ୍ୟ କର୍ତ୍ତବ୍ୟ ହୋଇଥାଏ ଶାଶୁ ଶଶୁରଙ୍କୁ ବାପା ମାଆ ଭଳି ଭଲ ପାଇବା ପାଇଁ । ତେବେ ଆସନ୍ତୁ ଜାଣିବା ଏହା ସମ୍ବନ୍ଧୀୟ ରହିଥିବା ଏକ ସୁନ୍ଦର କାହାଣୀ ।

ଏକ ଗ୍ରାମରେ ଜଣେ ସେଠ ରହୁଥିଲେ ତାଙ୍କର ଏକ ଯବାନ ପୁତ୍ର ଟିଏ ଥିଲା । ଏହାପରେ ସେ ଯାଇ ତାଙ୍କ ଧର୍ମପତ୍ନୀଙ୍କୁ କହିଲେ ପୁଅ ଆମର ବଡ ହୋଇଗଲାଣି ତାର ବିବାହ କରାଇ ଦେବା ଉଚିତ । ଉଭୟ ବାପା ମାଆ ମିଶି ପୁଅ ପାଇଁ ଝିଅଟିଏ ଖୋଜିଲେ ଆଉ ବିବାହ କରା ଦେଲେ । ବର୍ତ୍ତମାନ ତାଙ୍କ ଘରକୁ ନବ ବୋହୁ ଆସି ସାରିଥିଲା ।

ସେଠ ଦିନେ ନୂଆ ବୋହୁକୁ ଡାକିଲେ ଆଉ କହିଲେ ଏବେ ଆମ ଘରର ଦାୟିତ୍ଵ ତୋ ଉପରେ ମାଆ । ଆଉ ଏହା ଆଦେଶ ଦେଲେ କି ଆଜି ସନ୍ଧ୍ୟାର ଭୋଜନ ତୁ ପ୍ରସୃତ କରିବୁ । ସନ୍ଧ୍ଯା ଭୋଜନ ପ୍ରସ୍ତୁତ ତ କଲା ବୋହୁ ହେଲେ ବହୁତ ଲୁଣିଆ । ସେହି ଭୋଜନ ଖାଇ ସେଠ ଚୁପ ରହିଲେ । କିନ୍ତୁ ସେଠର ପୁଅ ଯେତେବଳେ ଖାଇ ବୋହୁକୁ ମୂର୍ଖ ବୋଲି କହିବାକୁ ଲାଗିଲା ସେଠ ତାଙ୍କ ପୁଅକୁ ଅଟକାଇ କହିଲେ ଭୁଲ ସମସ୍ତଙ୍କ ଦ୍ଵାରା ହୁଏ ଏଥିରେ ଗାଳି କରିବାର କଣ ଅଛି ।

ଭୋଜନ ପରେ ସେଠ ପୁଅ ସହ ବାହାରକୁ ବିଲବାକୁ ଗଲାବେଳେ ପୁଅ ପଚାରିଲା ବାପା ରୁମେ ମତେ କାହିଁକି ଅଟକାଇଲ । ସେଠ କହିଲେ ଥରେ ଭୁଲ ହେଲେ ତାହାକୁ ଅଣଦେଖା କରିବା ଉଚିତ । ଯଦି ବାରମ୍ବାର ଭୁଲ ହେବ ତେବେ ଯାଇ ଉପଦେଶ ଦେବା ଉଚିତ । କେବେବି ଘରର ବୋହୁକୁ ସବୁ କଥାରେ ଅପମାନ ଦେବା ଉଚିତ ନୁହେଁ । ବରଂ ତାକୁ ଠିକ ଭୁଲ ଭଲରେ ବୁଝାଇବା ଉଚିତ ।

ସେଠ ଏହା ମଧ୍ୟ ନିଜ ପୁଅକୁ ବୁଝାଇଲେ କି କେବେ ବି ସ୍ଵାମୀ ସ୍ତ୍ରୀ ଭିତର କଥା କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଜଣାଇବା ଉଚିତ ନୁହେଁ । ସବୁଠାରୁ ପ୍ରମୁଖ କଥା ଶାଶୁ ଶଶୁରଙ୍କ ପାଇଁ ଯଦି ଆପଣଙ୍କ ବୋହୁ ଦ୍ଵାରା କିଛି ଭୁଲ ହେଉଛି ତେବେ ତାହାକୁ କ୍ଷମା କରିଦେବା ଉଚିତ ।

ବୋହୁକୁ ଭଲରେ ବୁଝାଇବା ଦରକାର । କେବେବି ଟିକିଏ ଭୁଲ ପାଇଁ ଅପମାନ ଦେବା ଉଚିତ ନୁହେଁ । ଏହା ସହିତ ସେଠ ଏହା ମଧ୍ୟ କହିଲେ କି କୌଣସି ବି ଖରାପ ପରିସ୍ଥିତିରେ କେବେ ବି ନିଜ ବୋହୁର ହାତ ବା ସ୍ଵାମୀ ତା ସ୍ତ୍ରୀର ହାତ ଛାଡିବା ଉଚିତ ନୁହେଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *