ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ଋତୁରେ ମଶା ମାନଙ୍କର ଘରେ ପାଦୁର୍ଭାବ ଦେଖା ଦେଇଥାଏ । ଯାହା ଦ୍ଵାରା ପ୍ରତ୍ଯେକ ମନୁଷ୍ୟ ମାନଙ୍କ ଦାଉରୁ ନିଜକୁ ତଥା ନିଜ ପରିବାରକୁ ରକ୍ଷା କରିବାକୁ ଅନେକ ପ୍ରକାର କଏଲ୍, ବିଭିନ୍ନ ପ୍ରକାର ଗ୍ଯାସ ଆଦି ଏହିପରି ଅନେକ ଜିନିଷର ଘରେ ବ୍ୟବହାର କରିଥାନ୍ତି । ଏହି ସବୁଥିରୁ ବାହାରୁ ଥିବା କେମିକାଲ୍ ଯୁକ୍ତ ଗ୍ଯାସ ମଶା ମାନଙ୍କ ପାଇଁ ହାନୀକାରକ ଯେତେ ସେତେ ମଧ୍ୟ ମନୁଷ୍ୟଙ୍କ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।
ଏହି ଗ୍ଯାସ ଶ୍ଵାସ ଜନିତ ରୋଗୀଙ୍କ ପାଇଁ ଅଧିକ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଛୋଟ ଛୁଆ, ବୟସ୍କ ବ୍ୟକ୍ତି ତଥା ଗର୍ଭବତୀ ମହିଳାଙ୍କ ମାନଙ୍କ ପାଇଁ ମଧ୍ୟ ଏହି ଗ୍ଯାସ କୁପ୍ରଭାବ ପକାଇଥାଏ । ସେଥିପାଇଁ ଏକ ଘରୋଇ ଉପାୟରେ ମଶା ମାନଙ୍କୁ ଘରୁ ଘଉଡାଇ ପାରିବେ ।
ଏହି ଉପାୟଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେତେକ ସାମଗ୍ରୀର ଆବଶ୍ୟକତା ରହିଛି । ତାହା ସବୁ ହେଉଛି ସୋରିଷ ତେଲ, ଝୁଣା ଓ ପିଆଜ । ଆପଣ ପ୍ରଥମେ ଝୁଣାର ତେଲ ପ୍ରସ୍ତୁତ କରିବେ । ଝୁଣାର ତେଲ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଯାସରେ ପାତ୍ର ବସାଇ ସେଥିରେ ଅଧ କପ୍ ସୋରିଷ ତେଲ ଢାଳନ୍ତୁ ।
ତାପରେ ସେହି ସୋରିଷ ତେଲରେ ଛୋଟ ଛୋଟ ୫ ରୁ ୬ ଖଣ୍ଡ ଝୁଣାକୁ ପକାନ୍ତୁ । ତେଲକୁ ଅଳ୍ପ ଗରମ କରି ନିଅନ୍ତୁ । ଝୁଣା ତେଲ ପ୍ରସ୍ତୁତ ହୋଇଯିବ । ଏହି ପ୍ରସ୍ତୁତ କରିଥିବା ଝୁଣା ତେଲ ମଶା ମାନଙ୍କୁ ଘରେ ପ୍ରବେଶ କରିବା ପାଇଁ ଦେଇନଥାଏ । ତାପରେ ଆପଣଙ୍କୁ ଏକ ପିଆଜର ଆବଶ୍ୟକତା ପଡିବ । ପିଆଜରୁ ବାହାରୁ ଥିବା ଗନ୍ଧ ମଶା ମାନଙ୍କୁ ଆଦ୍ୱା ହିଁ ପସନ୍ଦ ଆସିନଥାଏ ।
ତେବେ ଆପଣ କଣ କରିବେ ? ଆପଣ ଗୋଟିଏ ଛୁଞ୍ଚି ଗୋଟିଏ ସୂତାକୁ ଆଣିବେ । ଛୁଞ୍ଚିରେ ସୂତା ପୁରାଇ ଗୋଟିଏ ପିଆଜରେ ତାକୁ ଫୁଟାଇ ରଖିବେ । ତାପରେ ସେହି ପିଆଜରେ ପ୍ରସ୍ତୁତ କରିଥିବା ଝୁଣା ତେଲକୁ ଲଗାଇ ତାହାକୁ ଘରର ମଶା ହେଉଥିବା ଜାଗାରେ କୌଣସି କାନ୍ଥରେ ସୂତା ସାହାଜ୍ଯରେ ପିଆଜକୁ ଟାଙ୍ଗିଦେବେ ।
ଝୁଣା ତେଲ ଓ ପିଆଜର ମିଶ୍ରୀତ ଗନ୍ଧରେ ଘରେ ରହିଥିବା ମଶା ସହି ନପାରି ବିଚଳିତ ହୋଇ ଘରୁ ପଳାଇବେ । ଏହା ସହିତ ଘରକୁ ବାହାରର ମଶା ମଧ୍ୟ ସେହି ଅସହ୍ୟ ଗନ୍ଧ ଶୁଙ୍ଘି ଆସିବାକୁ ପସନ୍ଦ କରିବେ ନାହିଁ । ତାପରେ ଆପଣଙ୍କ ଘର ମଶାମୁକ୍ତ ଘର ହୋଇଯିବ ।
ଆପଣ ବିନା ମଶାରେ ଆରାମରେ ଘରେ ରହିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ