ନମସ୍କାର ବନ୍ଧୁଗଣ ଆମ ଘରର ମୁଖ୍ୟ କବାଟ ର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଘରର ପ୍ରଵେଶ ଦ୍ୱାର କିମ୍ବା କବାଟ ହିଁ ଘରେ ନକରାତ୍ମକ କିମ୍ବା ସକରାତ୍ମକ ଉର୍ଜା କୁ ଆଣିଥାଏ । ତେବେ କିଛି ଲୋକ ଘର ତିଆରି କରିବା ସମୟରେ ଏହି କବାଟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଯଦି ଘରର ମୁଖ୍ୟ କବାଟ ର ବାସ୍ତୁ ଦୋଷ ଥାଏ ତେବେ ଘରେ ଝଗଡା ଏବଂ ଅଶାନ୍ତି ର ବାତାବରଣ ସହ ରୋଗ ଏବଂ ଦାରିଦ୍ର୍ୟ ମଧ୍ୟ ବୃଦ୍ଧି ପାଇଥାଏ ।
ସେଥିପାଇଁ ଘରର ମୁଖ୍ୟ କବାଟ କୁ ସର୍ଵଦା ବାସ୍ତୁ ଶାସ୍ତ୍ର ଅନୁସାରେ ଏବଂ ଠିକ ଦିଗ ରେ ରଖିବା ଉଚିତ । କାରଣ ବାସ୍ତୁ ଶାସ୍ତ୍ର ଠିକ ରହିଲେ ହିଁ ସକରାତ୍ମକ ଉର୍ଜା ଘରକୁ ଆସିଥାଏ ଏହା ଛଡା ଘରର ମୁଖ୍ୟ କବାଟ କୁ କେବେବି ଭଙ୍ଗା କିମ୍ବା ଅଧା ଖଣ୍ଡିଆ ରଖିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିନେବା କି ଘରର ମୁଖ୍ୟ କବାଟ କି କିପରି ଏବଂ କେଉଁ ଭଳି ରଖିବା ଆବଶ୍ୟକ ତାହା ଜାଣିନେବା ।
୧- ପ୍ରଥମ ରେ ହେଉଛି ଘରର ମୁଖ୍ୟ ଦ୍ୱାର କିମ୍ବା କବାଟ ର ସିଧାରେ ଆଉ ଅନ୍ୟ କବାଟ ରହିବା ଉଚିତ ନୁହେଁ ଏହା ଦ୍ୱାରା ଘରେ ଅଶାନ୍ତି ର ବାତାବରଣ ଆସିଥାଏ । ୨- ଦ୍ଵିତୀୟ ରେ ହେଉଛି ଘରର ମୁଖ୍ୟ ଦ୍ୱାର ରେ ଜାଉଁଳି କବାଟ ଲଗାଇବା ଉଚିତ । ଏହା ଛଡା କବାଟ ର ରଙ୍ଗ ସର୍ଵଦା ଗାଢ଼ ରଙ୍ଗର ହେବା ଉଚିତ । କଳା ଏବଂ ନୀଳ ରଙ୍ଗର କବାଟ ନଲଗାଇବା ଉଚିତ ।
୩- ତୃତୀୟ ରେ କବାଟ ବନ୍ଦ କିମ୍ବା ଖୋଲିବା ସମୟରେ କବାଟ ଆପେ ଆପେ ଖୋଲିବା କିମ୍ବା ବନ୍ଦ ନ ହେବା ଉଚିତ ।
୪- ଚତୁର୍ଥ ରେ ଘରର ମୁଖ୍ୟ କବାଟ ଖୋଲିବା ବେଳେ ସର୍ଵଦା କବାଟ ବାହାର ପଟ ରୁ ଭିତର ପଟ କୁ କବାଟ ଖୋଲିବା ଉଚିତ । ଯେଉଁ କବାଟ ସହିତ ଝରକା ଥାଏ ସେହି କବାଟ ରେ ବାସ୍ତୁ ଦୋଷ ଲାଗିଥାଏ ତେଣୁ ସେଭଳି କବାଟ ଘରେ ଲଗାଇବା ଅନୁଚିତ ।
୫- ପଞ୍ଚମ ରେ ହେଉଛି ମୁଖ୍ୟ କବାଟ ଗୋଲାକାର,ତ୍ରିଭୁଜାକାର କିମ୍ବା ବହୁ ଭୁଜ ନ ହେବା ଉଚିତ ଏହା ସବୁବେଳେ ଆୟୁତାକାର ହେବା ଉଚିତ ଏବଂ ଘରର ମୁଖ୍ୟ ଦ୍ୱାର ର କବାଟ ଘରର ଅନ୍ୟ କବାଟ ଠାରୁ ଅଧିକ ବଡ଼ ହେବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ