ଘରେ କଣ ରଖିଲେ ହୋଇଥାଏ ଶୁଭ ? (Astrologer Pragyan Tripathy)

ନମସ୍କାର ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅନେକ କିଛି କଥା ରହିଛି ଯାହାକୁ ଆପଣ ମାନେ ପାଳନ କରିବା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଶାନ୍ତିର ଦିନ ତଥା ଶୁଭ ଦିନର ଆଗମନ ହୋଇଥାଏ । ଏଭଳି କିଛି ଜିନିଷ ରହିଛି ଯାହାକୁ ଆପଣ ଘରେ ଆଣି ରଖିବା ଫଳରେ ଆପଣଙ୍କ ଘରର ଉନ୍ନତି ହେବା ସହ ଆପଣଙ୍କ ଧନରେ ବୃଦ୍ଧି ମଧ୍ୟ ହୋଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ସେହି ଜିନିଷ ସମ୍ପର୍କରେ ଯାହାକୁ ଆପଣ ଘରେ ରଖିବା ଦ୍ଵାରା ଆପଣଙ୍କର ଶୁଭ ହୋଇଥାଏ ।

ଆପଣ ନିଜ ଘରର ଉତ୍ତର ପୂର୍ବ କୋଣରେ ତଥା ଐଶାନ୍ୟ କୋଣରେ ପାଣି ବୋହୁଥିବାର କିଛି ସଜାଯାଉଥିବା ଜିନିଷ ଆଣି ରଖନ୍ତୁ । କାରଣ ପାଣି ବୋହୁଥିବାର ଶବ୍ଦ ଆପଣଙ୍କ ଜୀବନରେ ଶୁଭ ସମୟ ଆଣିଦେଇଥାଏ । ଐଶାନ୍ୟ କୋଣକୁ ଲକ୍ଷ୍ମୀ କୁବେରଙ୍କ ସ୍ଥାନ ବୋଲି ମନାଯାଏ । ଆପଣ ଧନନ୍ତୁରି ଭଗବାନଙ୍କ ଫଟୋ ନିହାତି ଭାବରେ ଆପଣଙ୍କ ପୂଜା ଘରେ ରଖି ପୂଜା କରନ୍ତୁ । ଆପଣ ନିଜ ସ୍ୱାସ୍ଥ୍ୟ ସଦା ସର୍ବଦା ଠିକ ରଖିବା ପାଇଁ ଧନନ୍ତୁରି ଭଗବାନଙ୍କୁ ନିହାତି ପୂଜା କରନ୍ତୁ ।

ମନି ପ୍ଳାଣ୍ଟ ଘରକୁ ଧନ ଆଗମନ କରାଇଥାଏ । ତେଣୁ ଆପଣ ନିଜ ଘରେ ମନି ପ୍ଳାଣ୍ଟ ଗଛଟିଏ ନିହାତି ଲଗାନ୍ତୁ । ଧ୍ୟାନ ରଖିବେ ମନି ପ୍ଳାଣ୍ଟ ଏଭଳି ଲଗାଇବେ ଯେମିତି ତାହାର ଲତା ଉପରକୁ ମାଡିବ । ଆପଣଙ୍କ ଘରେ ଥିବା ମନି ପ୍ଳାଣ୍ଟ ଗଛ ଯେତେ ଉପରକୁ ବଢିବ ଆପଣଙ୍କ ଘରେ ଧନ ସେତେ ଉପାର୍ଜନ ହେବାକୁ ଲାଗିବ ।

ମନି ପ୍ଳାଣ୍ଟ ଗଛକୁ କେବେ ମଧ୍ୟ ତଳ ମୁହାଁ ହୋଇ ବଢିବା ପାଇଁ ଦେବେ ନାହିଁ । ଏହା କରିବା ଫଳରେ ଆପଣ ଧନ କମାଇବା ବଦଳରେ ଖର୍ଚ କରିବାକୁ ଲାଗିବେ । ଏବଂ ଆପଣଙ୍କ ଠାରେ ଆର୍ଥିକ ଅଭାବ ଦେଖା ଦେବ । ତେଣୁ ଧ୍ୟାନ ରଖିବେ ମନି ପ୍ଳାଣ୍ଟ ଜେଭଳି ତଳ ମୁହଁ ହୋଇ ନ ବଢିବ ଏହାକୁ ଆପଣ ଗୋଟିଏ ବାଡି ସାହାର୍ଯ୍ୟରେ ହେଉ ବା ଅନ୍ୟ କିଛି ଉପାୟର ହେଉ ଉପରକୁ ବଢିବା ପାଇଁ ସାହାରା ଦେବା ଆବଶ୍ୟକ ।

ଆପଣ ଘଣ୍ଟାକୁ କେବେ ମଧ୍ୟ ନିଜର ଶୋଇବା ଘରେ ରଖନ୍ତୁ ନାହିଁ । ଘରର ଉତ୍ତର ଦିଗ କାନ୍ଥରେ ଆପଣ ଘଣ୍ଟା ଲଗାଇବା ଉଚିତ । ଆପଣ ନିଜ ଘରର ପରିବାର ସମସ୍ତଙ୍କ ସହ ଏକା ଫଟୋ ଉଠାଇ ଏହାକୁ ଏକ ଗୋଲଡେନ ଫ୍ରେମରେ ରଖି ଆପଣଙ୍କ ଘରର ପୂର୍ବ ଦିଗ କାନ୍ଥରେ ଲଗାନ୍ତୁ ଏହାଫଳରେ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ ।

ଯଦି ଆପଣ ଏହି ସମସ୍ତ କଥାର ଧ୍ୟାନ ରଖନ୍ତି ତେବେ ଆପଣଙ୍କ ଘରେ ଧନ ଜନ ଏବଂ ସୁଖ ଶାନ୍ତି ବଢିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *