କେଉଁ ଜିନିଷ କପଡ଼ାରେ ବାନ୍ଧି ରଖିଲେ କଳି ଝଗଡା ହୁଏ ନାହିଁ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ଅଧିକରୁ ଅଧିକ ଉନ୍ନତି କରିବାକୁ ଚାହୁଁଥିଲେ । ନିଜର ପ୍ରତିଦିନ ଜୀବନଶୈଳୀରେ କରୁଥିବା କାର୍ଯ୍ୟରେ ଯେଉଁ ସବୁ ନୀତି ନିୟମ ଅନୁଯାଇ କରିବା ଉଚିତ । ତାହାକୁ ଯଦି ଠିକ ଢଙ୍ଗରେ ପାଳନ କରିବେ । ତେବେ ନିହାତି ଭାବରେ ଆପଣ ଦିନେ ନା ଦିନେ ସଫଳ ବ୍ୟକ୍ତିତ୍ବ ରୂପେ ନିଜକୁ ଗଢି ତୋଳି ପାରିବେ । ସେହି ପରି ଆଜି କେତେକ ଚମତ୍କାରୀ ଉପଦେଶ ବିଷୟରେ ଜାଣିବାକୁ ପାଇବେ।

ଯାହାର ପାଳନ କରିବା ନିହାତି ଉଚିତ । ଠାକୁରଙ୍କୁ ମୁଣ୍ଡିଆ ମାରିବା ସମୟରେ କେବେ ମଧ୍ୟ ଗୋଟିଏ ହାତରେ ମୁଣ୍ଡିଆ ନମାରି ଦୁଇ ହାତ ଯୋଡି ପ୍ରଣାମ କରିବା ଉଚିତ । କାରଣ ଗୋଟିଏ ହାତରେ ପ୍ରଣାମ କରିବା ଶୁଭ ହୋଇନଥାଏ । ଠାକୁର ଘରେ ମା ଲକ୍ଷ୍ମୀ ପୂଜା ପାଉଥିବା ସ୍ଥାନରେ ଶ୍ରୀ ଜନ୍ତ୍ର ଓ ଲାଲ କପଡାରେ ନଡିଆ ବାନ୍ଧି ରଖିବା ଦ୍ଵାରା ଶୁଭ ହୋଇଥାଏ ।

ଟଙ୍କା ରଖୁଥିବା ଆଲମାରୀର ମୁହଁ ଦକ୍ଷିଣ ଦିଗକୁ ଛାଡି ଅନ୍ୟ କୌଣସି ଦିଗକୁ ରଖିପାରିବେ । ଆଲମାରୀର ମୁହଁ ଦକ୍ଷିଣ ଦିଗକୁ କରି ରଖିବା ଦ୍ଵାରା ଅଶୁଭ ହୋଇଥାଏ । ଏହା ସହିତ ଅଯଥା ଖର୍ଚ ବଢିଥାଏ । ଶନିବାର ଦିନ ଘରକୁ ଝାଡୁ କିଣିକି ଆଣିବା ଶୁଭ ହୋଇନଥାଏ । ଏହା ସହିତ ଝାଡୁରେ କେବେ ମଧ୍ୟ ଗୋଡ ବଜାଇବା ଉଚିତ ନୁହେଁ ।

ଘରେ ଲାଗିଥିବା ପାଣି ଟ୍ଯାପକୁ ଭଲ ଭାବରେ ବନ୍ଦ କରି ରଖିବା ଉଚିତ । ଯଦି ବନ୍ଦ କଲା ପରେ ମଧ୍ୟ ପାଣି ତ୍ୟାପରୁ ପାଣି ନିର୍ଗତ ହୋଇଥାଏ । ତେବେ ଏପରି ହେବା ଦ୍ଵାରା ଘରେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ । ସୁନାରୁ ତିଆରି କୌଣସି ଜିନିଷ କେବେ ମଧ୍ୟ ବାମ ହାତରେ ଲଗାଇବା ଉଚିତ ନୁହେଁ।  ଘରେ ଥିବା ସୁନା ଅଳଙ୍କାରକୁ ନାଲି କିମ୍ବା ହଳଦିଆ କପଡା ଘୋଡାଇ ରଖିବା ଦ୍ଵାରା ଶୁଭ ହୋଇଥାଏ ।

ଖାଦ୍ୟ ଖାଇସାରିଲା ପରେ ହାତକୁ ଚାଟିବା ଅନୁଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିର ଅମଙ୍ଗଳ ହୋଇଥାଏ । ଓସ୍ତ ଗଛର ପତ୍ରକୁ ଗଙ୍ଗା ଜଳରେ ଭଲ ଭାରେ ଧୋଇ ସେଥିରେ ଶ୍ରୀ ଲେଖି ଟଙ୍କା ରଖୁଥିବା ପର୍ସରେ ରଖିଲେ । ଟଙ୍କାର କେବେ ମଧ୍ୟ ଅଭାବ ଆସିନଥାଏ । ହରଡ ଡାଲି ସହିତ ଦହି ଖାଇବା ଅନୁଚିତ । ଏହା ଶରୀରର ରକ୍ତଚାପ ବୃଦ୍ଧି କରିଥାଏ ।

ମହୁ ଖାଇବା ସମୟରେ କେବେ ମଧ୍ୟ ମହୁକୁ ଗରମ କରିବା ଖାଇବା ଉଚିତ ନୁହେଁ । ଏହା ସ୍ଵାସ୍ଥ ପକ୍ଷେ ହିତକର ହୋଇନଥାଏ । ଘରେ ସର୍ବଦା କଳହ ଲାଗୁଥିଲେ । ଶନିବାର ଦିନ କପଡାରେ କିଛି ଗୁଡ, ମୁଠାଏ ଗହମ, ମୁଠାଏ ଲୁଣ, ୨ ଟି ଲେଖାଏଁ ଚାନ୍ଦି ଓ ତମ୍ବା ପଇସା ଘରର କୌଣସି କୋଣରେ ରଖିଲେ, ଝଗଡା ସବୁବେଳେ ହୋଇନଥାଏ ।

ଏହି ସବୁ ନିୟମ ପାଳନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *