Vastu Shastra- ଘରେ ଝିଟିପିଟି ଚାଲିବା କଣ ଦେଇଥାଏ ସଙ୍କେତ ? ଜାଣନ୍ତୁ ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନେକ ପ୍ରଜାତିର ପ୍ରାଣୀ ଦୁନିଆରେ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ ଝିଟିପିଟି ଅନ୍ଯତମ । ଝିଟିପିଟି ଏକ ସାଧାରଣ ଜୀବ ହୋଇଥିଲେ ସୁଦ୍ଧା ଏହାର ଅନେକ ବିଶେଷତା ରହିଅଛି । ଝିଟିପିଟିର କେତେ ଗୁଡିଏ ଇଙ୍ଗିତ କାର୍ଯ୍ୟ କଳାପ ମନୁଷ୍ୟଙ୍କୁ ଅନେକ କିଛି ଆଗାମୀ ସମୟର ସୂଚନା ଦେଇଦେଇଥାଏ । ଯେପରି ଶରୀରର କେତେ ଗୁଡିଏ ଅଙ୍ଗ ଉପରେ ପଡିଲେ ତାହାର ଅଲଗା ଅଲଗା ପ୍ରକାର ବିଶେଷତ୍ଵ ରହୁଅଛି ।

ସେହିପରି ଘରେ ମଧ୍ୟ ଝିଟିପିଟିର ଅବସ୍ଥିତିକୁ ଅନୁଧ୍ୟାନ କରି ସୂଚନା ମିଳିପାରିଥାଏ । ଦୀପାବଳୀ ଦିନ ଯଦି ଘରେ ଝିଟିପିଟି ଦେଖିବାକୁ ପାଇଥାନ୍ତି । ତେବେ ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ବୋଲି ଆପଣ ସୂଚନା ପାଇଯିବେ । ସେହି ବର୍ଷ ଆପଣଙ୍କ ଘରେ ଧନର ବର୍ଷା ହେବାର ସମ୍ଭାବନା ରହିଥାଏ । ସନ୍ଧ୍ୟା ସମୟରେ ଯେତେବେଳେ ଆପଣ ପୂଜା କରୁଥିବେ ତେବେ ଘରେ ଝିଟିପିଟି ଦେଖିବାକୁ ପାଇଥାନ୍ତି ।

ତୁରନ୍ତ ଠାକୁର ଘରୁ ସିନ୍ଦୁର ଓ ଅରୁଆ ଚାଉଳ ଆଣି ନିଜର ମନସ୍କାମନା ମନରେ ଧାରଣ ଝିଟିପିଟି ଉପରେ ପକାଇଲେ । ନିହାତି ଭାବେ ଆପଣଙ୍କ ମନବାଞ୍ଛା ପୂରଣ ହୋଇବ । ଝିଟିପିଟି ଏକ ପୂଜନୀୟ ପ୍ରାଣୀ ହୋଇଥାଏ । ଏହାର ପୂଜା ଅର୍ଚନା ଦ୍ଵାରା ଘରେ ଧନ ଜନିତ ସମସ୍ଯା ଦେଖିବାକୁ ମିଳିନଥାଏ । ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ବିବେଚନା କରାଯାଇଥାଏ ।

ଏହାକୁ ଦେଖି ଘୃଣା କରି ଘରୁ ତଡି ଦେବା ଉଚିତ ହୋଇନଥାଏ । ଯେତେବେଳେ ଦୀପାବଳୀ ପାଇଁ ଘର ସଫା ସୁତୁରା କରୁଥିବେ । ସେହି ସମୟରେ ଯଦି ମରିଯାଇଥିବା ଝିଟିପିଟି ସାମ୍ନାରେ ପଡିଯାଇଥାଏ । ତେବେ ଏହା ଭଲ ସୂଚନା ହୋଇନଥାଏ । ଏହା ଅମଙ୍ଗଳ ହୋଇଥାଏ । ସେଥିପାଇଁ ଯଦି ଘରେ ମୃତ ଝିଟିପିଟି ଦେଖିବା ପାଇଁ ପାଇବେ ।

ତେବେ ତୁରନ୍ତ ଏହାକୁ ନେଇ ଗାତରେ ପୋତି ଦେବା ଉଚିତ । ଏହା ଦ୍ଵାରା ଆପଣ ଜୀବ ହତ୍ୟା ଦୋଷରୁ ମୁକ୍ତି ପାଇବା ସହ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଦ୍ଧ ପ୍ରକାଶ କରିବେ ନାହିଁ । ଖାଦ୍ୟ ଖାଉଥିବା ସମୟରେ ଯଦି କୌଣସି ଝିଟିପିଟିର ଶବ୍ଦ ଶୁଣିବାକୁ ମିଳିଥାଏ । ତେବେ ଏହା ଅତି ଶୁଭ ସଂକେତ ହୋଇଥାଏ । ଯେବେ ଦୁଇ ଝିଟିପିଟି ସମାଗମ କରୁଥିବାର ଦେଖିବାକୁ ପାଇବେ ।

ତେବେ ଆପଣଙ୍କର କୌଣସି ପୁରୁଣା ମିତ୍ର ସହିତ ଦେଖା କରିବାର ଯୋଗ ରହିଅଛି । ଆପଣଙ୍କର ଜୀବନସାଥି ଆପଣଙ୍କ ଜୀବନକୁ ବହୁତ ଶୀଘ୍ର ଆସିବାର ସୂଚନା ଦୁଇ ଝିଟିପିଟିର ମିଳନରୁ ଜାଣିପାରିବେ । ରାତିରେ ଶୋଇଥିବା ସମୟରେ ଯଦି ମୃତ୍ତ ଝିଟିପିଟିକୁ ଦେଖିବାକୁ ପାଇଲେ । ତେବେ ଆପଣଙ୍କ ଉପରେ କୌଣସି ଖରାପ ପରିସ୍ଥିତି ଆସିବାର ସୂଚନା ବନୁଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *