ଘରେ ଦେଖା ଦେଉଛି ଦରିଦ୍ରତା ତ ତୁରନ୍ତ ବନ୍ଦ କରନ୍ତୁ ଏହି 5 ଟି କାମ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଚାଣକ୍ୟ ନୀତି ରେ ଉଲ୍ଲେଖନୀୟ ଥିବା ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ କହିବୁ ଯେ, ଯାହାଦ୍ୱାରା ଘରେ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ । ଏହି କାର୍ଯ୍ୟ ରୁ ସାବଧାନତା କରିବା ନିମନ୍ତେ ଆଜି ଆମେ ଆପଣଂକୁ ସେହି ସମ୍ବନ୍ଧରେ ଅଵଗତ କରାଇବୁ । ଚାଣକ୍ୟ ଙ୍କ ଗ୍ରନ୍ଥ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରତ୍ୟେକ ମନୁଷ୍ୟ କୁ ବ୍ୟବାହରିକ ଶିକ୍ଷା ପ୍ରଦାନ କରିବା ।  ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥଲେ । ବନ୍ଧୁଗଣ ସେହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଥିବା କିଛି ଗୁରୁତ୍ୱପୂର୍ଣ ତଥ୍ୟ ସମ୍ବନ୍ଧରେ କହିବୁ ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ନିଜ ପରିସ୍ଥିତି ପାଇଁ ସ୍ୱୟଂ ଦାୟୀ ହୋଇଥାଏ । ମନୁଷ୍ୟ ନିଜ କର୍ମ ର ଫଳ ହିଁ ଭୋଗିଥାଏ । ମନୁଷ୍ୟକୁ ନିଜ ଭଲ କର୍ମ ର ଫଳ ଭଲ ହିଁ ମିଳିଥାଏ ଏବଂ ମନ୍ଦ କର୍ମ ର ଫଳ ମନ୍ଦ ସ୍ୱରୂପ ହିଁ ମିଳିଥାଏ । ତେବେ ବନ୍ଧୁଗଣ ଚାଣକ୍ୟ ନୀତି ରେ କିଛି ଏଭଳି ଜିନିଷ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯାହାକୁ କୌଣସି ବ୍ୟକ୍ତି କୁ ଦେବା ଦ୍ୱାରା ଅଥବା କୌଣସି ବ୍ୟକ୍ତି ଙ୍କ ଠାରୁ ଆଣିବା ଦ୍ୱାରା ଅଶୁଭ ବୋଲି ମାନି ନିଆ ଯାଇଥାଏ ଏବଂ ଅନେକ ଅସୁବିଧା ର ସମୁଖୀନ୍ନ ହେବାକୁ ପଡ଼ିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ କଣ ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି କଲମ । ବନ୍ଧୁଗଣ ସର୍ବଦା ଚେଷ୍ଟା କରିବେ ଯେ, କୌଣସି କାମ ରେ ଘରୁ ବାହାରି ଗଲା ସମୟରେ ନିଜ ସହିତ ନିଜର କଲମକୁ ମଧ୍ୟ ସାଙ୍ଗରେ ନେଇକି ଯିବେ । ଯଦି ଆପଣଂକୁ କେବେବି କୌଣସି ଜରୁରୀ କାମ ରେ କଲମ ର ଆବଶ୍ୟକତା ପଡ଼ୁଚି ତେବେ ଆପଣ ଅନ୍ୟ ଠାରୁ ନିଜ କାମ ପୂର୍ଣ୍ଣ କରିବା ନିମନ୍ତେ କଲମ ମାଗି ଆଣିପାରିବେ କିନ୍ତୁ ସେହି କଲମ କୁ ନିଜର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସେହି ବ୍ୟକ୍ତି ଙ୍କୁ ଫେରାଇ ଦେବେ ।

ଅନ୍ୟ ଠାରୁ ମାଗିକରି ଆଣିଥିବା ଅଥବା ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରିଥିବା କଲମ ଯଦି ଆପଣ ନିଜ ପାଖରେ ରଖିବେ ତେବେ ଆପଣ ଅନେକ ପ୍ରକାର ଅସୁବିଧା ର ସମୁଖୀନ୍ନ ହେବେ ଏବଂ ଏହା ସହିତ ଆପଣଙ୍କ ଘରେ ଧନ ର ଅଭାବ ମଧ୍ୟ ଦେଖିବାକୁ ମିଳିବ । ତେବେ କେବେବି କୌଣସି ବ୍ୟକ୍ତି ଙ୍କ କଲମ ନିଜ ପାଖରେ ରଖନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି ରୁମାଲ । ବନ୍ଧୁଗଣ ବାସ୍ତୁ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ଠାରୁ ଆପଣ ରୁମାଲ ମାଗିକରି ଆଣନ୍ତି ଅଥବା ଆପଣ ଅନ୍ୟ ର ବ୍ୟବହାର ହୋଇଥିବା ରୁମାଲ କୁ ନିଜେ ବ୍ୟବହାର କରନ୍ତି ତେବେ ଏହାଦ୍ବାରା ଆପଣଙ୍କ ଘରେ କଳି ଝଗଡ଼ା ହେବାର ସମ୍ଭାବନା ରହିଥାଏ ଏବଂ ଅନ୍ୟର ରୁମାଲ ବ୍ୟବହାର କରିଥିବା ଦ୍ୱାରା ଆପଣଙ୍କ ଶରୀରରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ଯାହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତେଣୁ ବନ୍ଧୁଗଣ ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ ଅନ୍ୟର ରୁମାଲ ବ୍ୟବହାର ନ କରିବା ପାଇଁ ।

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି, ବିଛଣା । ବନ୍ଧୁଗଣ ଯଦି ଆପଣ କୌଣସି ବ୍ୟକ୍ତି ର ବ୍ୟବହାର ହୋଇଥିବା ବିଛଣା କୁ ନିଜେ ବ୍ୟବହାର କରନ୍ତି ତେବେ ସେହି ବ୍ୟକ୍ତି ର ନକରାତ୍ମକ ଶକ୍ତି ଆପଣଂକ ଶରୀରରେ ପ୍ରବେଶ କରିଥାଏ ଯାହାଦ୍ୱାରା ଆପଣ ବିଭିନ୍ନ ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି ଏବଂ ବନ୍ଧୁଗଣ କୌଣସି ବ୍ୟକ୍ତି ର ବ୍ୟବହାର ହୋଇଥିବା ପୋଷାକ ମଧ୍ୟ ବ୍ୟବହାର କରନ୍ତୁ ନାହିଁ ନଚେତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ହାନୀ କରିଥାଏ ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି ହାତଘଣ୍ଟା । ବନ୍ଧୁଗଣ କୌଣସି ବ୍ୟକ୍ତି ଙ୍କୁ ନିଜର ବ୍ୟବହାର ହୋଇଥିବା ଘଣ୍ଟା ପ୍ରଦାନ କରନ୍ତୁ ନାହିଁ ନଚେତ ଆପଣଙ୍କ ସମୟ ଯଦି ଭଲ ଚାଲୁ ଥିବ ତେବେ ସେହି ଭଲ ସମୟ ଅନ୍ୟ ବ୍ୟକ୍ତି ପାଖକୁ ଚାଲିଯାଇଥାଏ ଏବଂ ଅନ୍ୟର ବ୍ୟବହାର ହୋଇଥିବା ଘଣ୍ଟା ମଧ୍ୟ ନିଜେ ବ୍ୟବହାର କରନ୍ତୁ ନାହିଁ ଏପରି କରିବା ଦ୍ୱାରା ଆପଣଙ୍କ ସମୟ ଖରାପ ଚାଲିଥାଏ ।

୫. ବନ୍ଧୁଗୁଣ ପଞ୍ଚମ ଜିନିଷ ଟି ହେଉଛି ପଇସା । ବନ୍ଧୁଗଣ କେବେବି କୌଣସି ବ୍ୟକ୍ତି ଠାରୁ ପଇସା ଧାର କରି ଆଣନ୍ତୁ ନାହିଁ ଏବଂ ଯଦି ବି କେବେ କୌଣସି ଜରୁରୀ ପରିସ୍ଥିତି ରେ ପଇସା ଧାର କରିବା ଆବଶ୍ୟକ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଠାରୁ ଆପଣ ପଇସା ଆଣିଛନ୍ତି ତାଙ୍କୁ ତୁରନ୍ତ ଫେରାଇ ଦିଅନ୍ତୁ । ଯଦି ଆପଣ କୌଣସି ବ୍ୟକ୍ତି ଙ୍କ ଠାରୁ ଧାର କରିଥିବା ପଇସା ଫେରାଇ ନଥାନ୍ତି ତେବେ ବନ୍ଧୁଗଣ ଆପଣ ଜୀବନରେ କେବେବି ଆଗକୁ ବଢ଼ି ପାରନ୍ତି ନାହିଁ । ତେଣୁ ବନ୍ଧୁଗଣ କଦାପି ଏହି ଭୁଲ କରନ୍ତୁ ନାହିଁ ।

ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *