Chanakya Niti- ସାବଧାନ ! ଘରକୁ ଦରିଦ୍ରତା ଆସିବାର ଏହା ଅଟେ 5 ଟି ଲକ୍ଷଣ, କଣ ଏମିତି ଆପଣଙ୍କ ଘରେ ହେଉନି ତ ?

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭବିଷ୍ୟତରେ କିଛି ଘଟିବା ପୂର୍ବରୁ କିଛି ସଂକେତ ଆମକୁ ନିଶ୍ଚିତ ଭାବରେ ମିଳିଥାଏ ଏବଂ ସେହି ଭୁଲ କୁ ସୁଧାରିବା ନିମନ୍ତେ ଆମକୁ ସେହି ସଂକେତ ଗୁଡ଼ିକ ମିଳିଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏଭଳି କିଛି ସଂକେତ ସମ୍ବନ୍ଧରେ ଯାହା ଘରେ ଦେଖାଯିବା ଦ୍ୱାରା ଆପଣ ଭବିଷ୍ୟତ ରେ ଦାରିଦ୍ର୍ୟତା ର ଶିକାର ହୋଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଯଦି କ୍ଷୀର ଫୁଟୁଥିବା ସମୟରେ ତାହା ଉତୁରି ଯାଇ ତଳେ ପଡ଼ିଯାଏ ତେବେ ଏହାଦ୍ବାରା ଘରେ ଧନ ର ଅଭାବ ଦେଖିବାକୁ ମିଳେ ଏବଂ ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇଥାଏ । ଏହାସହ ଶରୀର ଅସୁସ୍ଥ ହେବାର ମଧ୍ୟ ସମ୍ଭାବନା ଅଛି । ପ୍ରାୟତଃ ବ୍ୟକ୍ତି କୁହନ୍ତି ଯେ, କ୍ଷୀର ଉତୁରିବା ଶୁଭ ହୋଇଥାଏ । କିନ୍ତୁ ବନ୍ଧୁଗଣ ଏପରି ଯଦି ପ୍ରତିଦିନ ହୋଇଥାଏ ତେବେ ଏହା ଅଶୁଭ ବୋଲି ମାନି ନିଆ ଯାଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣଙ୍କ ଘରେ ଲାଗିଥିବା କୌଣସି ବଲ୍ବ ଅଥବା କୌଣସି ବିଦ୍ୟୁତ ସାମଗ୍ରୀ ଯଦି ଖରାପ ହୋଇଯାଇଛି ତେବେ ତାକୁ ତୁରନ୍ତ ସେହି ସ୍ଥାନରୁ କାଢି ଦିଅନ୍ତୁ ଏବଂ ସେହି ଖରାପ ବଲବ କୁ ଘରେ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ରାହୁ ଙ୍କ ଦୃଷ୍ଟି ପଡ଼ିଥାଏ ଏବଂ ଘରେ ନକରାତ୍ମକ ଶକ୍ତି ର ଉର୍ଜା ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହୋଇଥାନ୍ତି ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ଘରେ ଫୁଲ ସଜାଇବା କୁ ପସନ୍ଦ କରନ୍ତି ତେବେ ସର୍ବଦା ପ୍ରାକୃତିକ ଫୁଲ ହିଁ ଘରେ ସଜାନ୍ତୁ । ଘରେ ପ୍ଲାଷ୍ଟିକ ଫୁଲ ସଜାଇବା ଦ୍ୱାରା ଅଶୁଭ ବୋଲି କୁହାଯାଏ । ତେଣୁ ସର୍ବଦା ପ୍ରାକୃତିକ ଫୁଲକୁ ହିଁ ଘରେ ସଜାନ୍ତୁ ଏବଂ ଏହା ମଉଳି ଗଲା ପରେ ଆପଣ ଏହାକୁ କାଢ଼ି ଦିଅନ୍ତୁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ଘରେ ସବୁବେଳେ ବିଲେଇ ପ୍ରବେଶ କରିଥାଏ ଏବଂ ଏହା ସହ ବିଲେଇ ମାନେ ଝଗଡ଼ା କରିଥାନ୍ତି ତେବେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ଧନ ହାନୀ ହୋଇଥାଏ ।

୫. ବନ୍ଧୁଗଣ ପଞ୍ଚମତଃ, ପାଣି ର କଳ ରୁ ପାଣି ବୋହିବା ର ଅର୍ଥ ଘରେ ଖର୍ଚ୍ଚ ବୃଦ୍ଧି ର ସମ୍ଭାବନା ରହିଛି । ତେଣୁ କେବେବି ଘରେ କୌଣସି କଳ ରୁ ଅଯଥା ପାଣି ବୋହିବାକୁ ଦିଅନ୍ତୁ ନାହିଁ ଏବଂ ଯେତିକି ଆବଶ୍ୟକ ସେତିକି ପାଣିର ବ୍ୟବହାର କରନ୍ତୁ । ଯଦି ଆପଣ ପାଣି ପିଇବା ସମୟରେ ପାଣି ବଳି ଯାଉଛି ତେବେ ସେହି ବଳକା ପାଣି କୁ କୌଣସି ଗଛ ରେ ଢ଼ାଳି ଦିଅନ୍ତୁ । ଏପରି କରିବା ଦ୍ୱାରା ପାଣିର ଅପବ୍ୟୟ ମଧ୍ୟ ହୋଇ ନଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *