ଘର ଉପରେ ପତକା ଲଗାଇଲେ କ’ଣ ଲାଭ ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 12 ଟି Anuchinta

ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ଏଭଳି ଅନେକ କଥା ରହିଅଛି ଯାହା ଆମ୍ଭେମାନେ ସାଧାରଣତ ଜାଣି ନଥାଉ । ଏବଂ ଜଣାଅଜାଣତରେ ଅନେକ ଭୁଲ ମାନ କରିଥାଉ । ଆମ୍ଭେ କରୁଥିବା ନୀତିଦିନିଆ କାର୍ଯ୍ୟ ରେ ଅନେକ ପ୍ରକାରର ଭୁଲ କରିଥାଉ ଫଳରେ ନାନା ପ୍ରକାର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ତେବେ ଆସନ୍ତୁ କିଛି ସେହିଭଳି ଭୁଲ ସମ୍ବନ୍ଧରେ ଜାଣିନେବା ଯାହାକୁ କରିବା ଆଦୌ ଉଚିତ ନୁହେଁ । ଏହିଭଳି ଭୁଲ ମାନ କରିଲେ ଆମ୍ଭକୁ ନାନା ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡିବ ।

୧;- ଘର ଭିତରୁ ଯଦି କୌଣସି ପାଣି କଳ ବାହାରକୁ ବାହାର କରିବାକୁ ପଡୁଥାଏ ତେବେ, ତାହା ପୂର୍ବ କିମ୍ବା ଉତ୍ତର ପଟକୁ ହେବା ଉଚିତ, ଏହାଦ୍ଵାରା ଅଯଥା ଖର୍ଚ୍ଚ ଦୂର ହୋଇଥାଏ ।

୨;- ଘରେ ପଇସା ରଖୁଥିବା ଆଲମାରୀ ର ମୁହଁ ଉତ୍ତର ଦିଗକୁ ହେବା ଉଚିତ । ଏହାଦ୍ଵାରା ଘରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।

୩;- ଘରେ ତୁଳସୀ ଗଛ କେବେ ମଧ୍ୟ ଶୁଖିବାକୁ ଉଚିତ ନୁହେଁ ଏହାର ସଠିକ ଯତ୍ନ ନେବା ଆବଶ୍ୟକ । ତୁଳସୀ ଗଛ ଘରେ ଶୁଖିଗଲେ ଅର୍ଥ ସମସ୍ୟା ଦେଖା ଦେଇଥାଏ ।

୪;- ଭାଙ୍ଗି ଯାଇଥିବା କାଚ କେବେ ମଧ୍ୟ ଘରେ ଲଗାଇବା କିମ୍ବା ରଖିବା ଉଚିତ ନୁହେଁ । ଏହାଦ୍ଵାରା ଅଶୁଭ ହୋଇଥାଏ ଏବଂ ଅର୍ଥ ସଙ୍କଟ ଦେଖା ଦେଇଥାଏ ।

୫;- ଘରେ ଗାଡି ରଖିବା ନିମନ ତେ ଦକ୍ଷିଣ ପଶ୍ଚିମ ଦିଗ କିମ୍ବା ଉତ୍ତର ପଶ୍ଚିମ ଦିଗ ଶୁଭ ହୋଇଥାଏ । ଏହି ଦିଗରେ ଗାଡି ପାର୍କିଂ କରିବା ଉଚିତ ।

୬;- ଘରର ମୁଖ୍ୟ ଦ୍ଵାରରେ ସୂର୍ଯ୍ୟମୁଖୀ ଫୁଲର ଫଟୋ ଲଗାଇବା ଉଚିତ । ଏହାଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଜୀବନରେ ନକାରାତ୍ମକତା ଦୂର ହୋଇଥାଏ ।

୭;- ଘରର ଛାତ ଉପରେ ସିଢି ତଳେ କିମ୍ବା ବାଲକୁନିରେ କେବେ ମଧ୍ୟ ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ । ଏହାଦ୍ଵାରା ଅଶୁଭ ହୋଇଥାଏ ।

୮;- ଘର ତିଆରି ସମୟରେ ପୁରୁଣା ଇଟା, କାଠ, କିମ୍ବା କାଚ ବ୍ୟବହାର କରିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

୯;- ଯଦି ଘରେ ଅର୍ଥ ସମସ୍ୟା ଲାଗି ରହିଥାଏ ତେବେ ଘରର ଉତ୍ତର ଦିଗରେ ମାତା ଲକ୍ଷ୍ମୀ ଏବଂ କୁବେର ଙ୍କ ଫଟୋ ଲଗାଇବା ଉଚିତ । ଏହାଦ୍ଵାରା ଅର୍ଥ ସମସ୍ୟା ଦୂର ହୋଇଥାଏ ।

୧୦;- ଘରର ପୂର୍ବ କିମ୍ବା ଦକ୍ଷିଣପଟ କାନ୍ଥ ରେ ପ୍ରକୃତି ର ସୁନ୍ଦର ଚିତ୍ର ଲଗାଇବା ଉଚିତ । ଏହା ଧାନ ସମ୍ପତ୍ତି ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ । ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ହସୁଥିବା ପିଲାଙ୍କ ଫଟୋ ଲଗାଇବା ଉଚିତ । ଏହା ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

୧୧;- ମଙ୍ଗଳବାର ଦିନ କେବେ ମଧ୍ୟ ଆମିଷ ଦ୍ରବ୍ୟ ଖାଇବା ଉଚିତ ନୁହେଁ । କିମ୍ବା ମଦ୍ୟପାନ କରିବା ଉଚିତ ନୁହେଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୧୨;- ଘର ଛାତରେ ଧ୍ଵଜ ଅଥବା ପତକା ଲଗାଇବା ଦ୍ଵାରା ଘରର ସୁଖ ସମୃଦ୍ଧି ବଢିବା ସହିତ କୌଣସି ପ୍ରକାରର ବିପଦ ଆସିନଥାଏ । ସମସ୍ତ ନକାରାତ୍ମକତା ଘରୁ ଚାଲି ଯାଇଥାଏ । ଏହା ସହିତ ଧନସମ୍ପଦ ମଧ୍ୟ ବଢିଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *