ବନ୍ଧୁଗଣ, ଆଧୁନିକ ଯୁଗରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲେ ମଧ୍ୟ ଏଭଳି କିଛି ପ୍ରାଚୀନ ଲୋକ କଥା ରହିଅଛି ଯାହାକୁ ଆଜିର ବ୍ୟକ୍ତି ପ୍ରାୟ ପାଳନ କରିଥାନ୍ତି । ବହୁ ପୁରାତନ କାଳରୁ ଆମ୍ଭ ସମାଜରେ ଶୁଭ ତଥା ଅଶୁଭ ର ମାନ୍ୟତା ରହିଅଛି । ଯେଉଁଭଳି ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ରେ ଘରୁ ବାହାରୁ ଥିବା ସମୟରେ କେହି ଜଣେ ଛିଙ୍କି ଦିଏ, ଅଥବା ବିଲେଇ ରାସ୍ତା କାଟି ଦିଏ, ତେବେ ଏହାକୁ ଅଶୁଭ ବୋଲି ମାନାଯାଇଥାଏ ।
ଶାସ୍ତ୍ର ଅନୁସାରେ ବିଲେଇ ଯଦି ରାସ୍ତା ର ବାମ ପାର୍ଶ୍ଵ ରୁ ଡାହାଣ ପାର୍ଶ୍ଵରୁ ଯାଇଥାଏ, ସେତେବେଳେ ଏହା ଆପଣଙ୍କ ପାଇଁ ଆପଣଙ୍କ ଯାତ୍ରା ପାଇଁ ବହୁତ ଅଶୁଭ ବୋଲି ମାନାଯାଇଥାଏ । କିନ୍ତୁ ଯେବେ ବିଲେଇ ରାସ୍ତାର ଡାହାଣ ପାର୍ଶ୍ଵରୁ ବାମ ପାର୍ଶ୍ଵ କୁ ଆସିଥାଏ, ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ । ଏହାର କାରଣ ଏହା ଯେ ଆମ୍ଭ ଶାସ୍ତ୍ର ଅନୁସାରେ କୁକୁର ମାନଙ୍କ ପରି ବିଲେଇ ର ମଧ୍ୟ ଷଷ୍ଠ ଇନ୍ଦ୍ରିୟ ବିକଶିତ ବୋଲି କୁହାଯାଇଅଛି । ଏହା ଫଳରେ ବିଲେଇ ଭବିଷ୍ୟତରେ ଥିବା ଘଟଣା ତଥା ଅଘଟଣା ସମ୍ବନ୍ଧରେ ଜାଣି ପାରିଥାନ୍ତି ।
ଯାହା ପାଇଁ ସେମାନେ ବ୍ୟକ୍ତି ଙ୍କୁ ସତର୍କ ହେବ ନିମନ୍ତେ ସଙ୍କେତ ଦେଇଥାନ୍ତି । ଯାହାର ଆଜି ମଧ୍ୟ ମାନ୍ୟତା ରହିଅଛି । ଏହା ସହିତ ତନ୍ତ୍ର ମନ୍ତ୍ର ବିଜ୍ଞାନ ରେ ମଧ୍ୟ ବିଲେଇ କୁ ଏକ ମହତ ପ୍ରାଣୀ ବୋଲି ମାନାଯାଇଥାଏ । ଏଥିପାଇଁ ଯଦି ବିଲେଇ ଘରକୁ ଆସି କାନ୍ଦିବାର ଦେଖାଯାଏ ତେବେ ଗୃହ ରେ ନିଶ୍ଚିତ କିଛି ବଡ ଅଘଟଣା ହେବାର ସୂଚନା ଦେଇଥାଏ ।
ଅଥବା ଘରେ କୌଣସି ବ୍ୟକ୍ତି ଙ୍କର ମୃ-ତ୍ୟୁ ହେବାର ମଧ୍ୟ ସୂଚନା ଦେଇଥାଏ । ଏହା ସହିତ ଘରେ ଯଦି ୨ ଟି ବିଲେଇ ଝଗଡା କରୁଥିବାର ଦେଖୁଛନ୍ତି ତେବେ ଆପଣଙ୍କର ମଧ୍ୟ କାହା ସହିତ ଝଗଡା ହେବାର ସମ୍ଭାବନା ରହିଅଛି । ଠିକ ସେହିଭଳି ଯଦି ଦୀପାବଳି ରାତିରେ ଘରକୁ ବିଲେଇ ଆସିଥାନ୍ତି ତେବେ ଏହା ଶୁଭ ବୋଲି ମାନଯାଇଥାଏ । କାରଣ ଏହା ମାନ୍ୟତା ରହିଅଛି ଯେ ଦୀପାବଳି ରେ ବିଲେଇ ଘରକୁ ଆସିବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିଥାନ୍ତି । ଏବଂ ଆପଣଙ୍କ ଘର ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଥାଏ ।
ସେହିଭଳି ଯଦି ବିଲେଇ ଆପଣଙ୍କ ଘରେ ତଥା ଘରର ଆଖପାଖ ରେ ଛୁଆ ମାନଙ୍କୁ ଜନ୍ମ ଦେଇଥାଏ ତେବେ ଏହା ଆପଣଙ୍କ ଘର ପାଇଁ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଶୋଇବା ସମୟରେ ବିଲେଇ ଆସି ଆପଣଙ୍କ ପାଦକୁ ଚାଟୁଥାଏ, ତେବେ ଏହା ଆପଣଙ୍କୁ ସରକାରୀ ମାମଲାରେ ଫସିବାର ସଙ୍କେତ ଦେଇଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ମଧ୍ୟ ସଙ୍କେତ ଦେଇଥାଏ ।
ଏଣୁ ଆପଣ ପୂର୍ବ ରୁ ଯଥେଷ୍ଠ ସାବଧାନ ହୋଇ ରହିବା ଆବଶ୍ୟକ । ଏହି ଖରାପ ଆଦତ ରୁ ବଞ୍ଚିବା ନିମନ୍ତେ ଆପଣ ଘରେ ସତ୍ୟନାରାୟଣ ଙ୍କ ପୂଜା କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।